No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଫେବୃଆରି,ରବିବାର ) ବରଗଡ଼ :- ବରଗଡ଼ର ଝିଅ ସ୍ୱାତୀ କୌର ନିକଟରେ ଗୁଜରାଟର ଅହମଦାବାଦ ଠାରେ ବିପିଆର ଏଣ୍ଟରଟେଣ୍ଟମେଣ୍ଟ ସଂସ୍ଥା ପକ୍ଷରୁ ଆୟୋଜିତ ଶ୍ରୀମତୀ ଭାରତ ପ୍ରତିଯୋଗୀତା ରେ ମିସେସ ଡ଼େଜଲିଙ୍ଗ ପାରଫରମର ଘୋଷିତ ହୋଇଛନ୍ତି । ଏହାର ଫାଇନାଲ ଇଭେଣ୍ଟ ଅହମଦାବାଦ ଠାରେ ୧୭ ଫେବୃଆରୀରୁ ୨୦ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱାତୀ ମିସେସ ଡ଼େଜଲିଙ୍ଗ ପାରଫରମର ଟାଇଟିଲ ହାସଳ କରିବାରେ ସକ୍ଷମ ହୋଇଥିଲେ । ସେ ଗୁଜରାଟରୁ ଫେରିବା ପରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ମହାରାଜା ହୋଟେଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାତୀ ଗଣମାଧ୍ୟମ ସମ୍ମୁଖରେ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ ।

ନାରୀ ସଶକ୍ତିକରଣ ଲକ୍ଷ ନେଇ ପିଭିଆର ଏଣ୍ଟରଟେଣ୍ଟମେଣ୍ଟ ପକ୍ଷରୁ ପ୍ରତିବର୍ଷ ବିବାହିତା ମହିଳା ମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଜାତୀୟ ସ୍ତରରେ ଏହି ସୌନ୍ଦର୍ଯ୍ୟ ଓ ଫେସନ ପ୍ରତିଯୋଗୀତା ଆୟୋଜିତ ହୋଇଥାଏ । ଏତଦ୍ୱାରା ସେମାନେ ବିଭିନ୍ନ କ୍ଷେତ୍ରରେ ସାଂସ୍କୃତିକ ରାଷ୍ଟ୍ରଦୂତ ରୂପେ ଦାୟିତ୍ୱ ନିର୍ବାହ କରିଥାନ୍ତି ।ଏହା ବିବାହିତା ମହିଳା ମାନଙ୍କ ପୟତିଭା ବିକାଶ ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିଥାଏ ବୋଲି ସ୍ୱାତୀ କୌର ସୂଚନା ଦେବା ସହ ସେ ଗୌରବାନ୍ୱିତ ଅନୁଭବ କରିବା ସହ ଆଗେଇବା ପାଇଁ ପ୍ରେରଣା ଲାଭ କରିଛନ୍ତି ବୋଲି ସୂଚନା ଦେଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ସ୍ୱାତୀ ବରଗଡ଼ ସହରରେ ମହିଳା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଜିମ ସ୍ଥାପନା କରିବା ସହ ଟ୍ରେନର ରୂପେ କାର୍ଯ୍ୟ କରିଥାନ୍ତି । ମହିଳା ମାନଙ୍କ ପାଇଁ ମାନସିକ ଦୃଢ଼ତା ସହ ଶାରୀରୀକ ସୌନ୍ଦର୍ଯ୍ୟ ମଧ୍ୟ ଆବଶ୍ୟକ ବୋଲି ସେ କହିଥାନ୍ତି । ସ୍ୱାତୀଙ୍କ ଏହି ସଫଳତା ଆଗାମୀ ଦିନରେ ମନୋରଞ୍ଜନକୁ କ୍ୟାରିଅର କରିବାକୁ ଚାହୁଥିବା ମହିଳା ମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ।(ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result