• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୋଜି, ବାର୍‌, ମନ୍ଦିର, ବଜାର, ହୋଟେଲ, ପାର୍କ ସବୁଠି ଗହଳି ; ସହରବାସୀଙ୍କ ମନରେ ଭୟ ଅଛି, ଜାଗ୍ରତ ନୁହନ୍ତି

Proprietor Abhimanyu Maharana by Proprietor Abhimanyu Maharana
February 28, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଭୋଜି, ବାର୍‌, ମନ୍ଦିର, ବଜାର, ହୋଟେଲ, ପାର୍କ ସବୁଠି ଗହଳି ; ସହରବାସୀଙ୍କ ମନରେ ଭୟ ଅଛି, ଜାଗ୍ରତ ନୁହନ୍ତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର )ହିଞ୍ଜିଳିକାଟୁ :- ଗତ କିଛି ଦିନ ହେଲା କରୋନାର ଦ୍ୱିତୀୟ ଲହରୀ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଦେଶରୁ ଆସି ପୂର୍ବ ଭାଇରସ୍ ଠାରୁ ଅଧିକ ଶକ୍ତିଶାଳୀ ଏବଂ ମାରାତ୍ମକ ଭାଇରସ୍ ଆମ ଦେଶରେ ପ୍ରବେଶ କରିସାରିଛି । ମହାରାଷ୍ଟ୍ର, ପଞ୍ଜାବ ଏବଂ କେରଳରେ ଏହି ଭାଇରସ୍ ତାହାର ପ୍ରଭାବ ଦେଖାଇବା ପରେ ଦେଶର ପ୍ରାୟ ସମସ୍ତ ରାଜ୍ୟ ସର୍ତକତା ଅବଲମ୍ବନ କରିଲେଣି । ପ୍ରତ୍ୟେକ ରାଜ୍ୟ ନିଜ ନିଜ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ଼ ଗାଇଡ଼ ଲାଇନ ପ୍ରସ୍ତୁତ କରି ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆରମ୍ଭ କଲେଣି । ଗଞ୍ଜାମ ଜିଲ୍ଲା ଏକଦା ରାଜ୍ୟର ରେଡ଼୍ ଜୋନ ହୋଇ ରହିଥିଲା । ଗଞ୍ଜାମ ଜିଲ୍ଲାର ବହୁ ପ୍ରବାସୀ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବାରୁ କରୋନାର ଦ୍ୱିତୀୟ ଲହରୀ ଗଞ୍ଜାମ ଜିଲ୍ଲା ସକାଶେ ବାଧକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ୱତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରି ବହୁ ସମୟରେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ପ୍ରଶାସନ୍ଖଳ ଅଧିକାରୀଙ୍କ ସହ ମିଶି ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳ ବୁଲି ଲୋକଙ୍କୁ ସଚେତନ କରଯୁଥିବାର ଦେଖିବାକୁ ମିଳିଛି ।

ଏହା ସତ୍ୱେ ମଧ୍ୟ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଜନ ସାଧାରଣ ଆଦୌ ସଚେତନ ହେଉନଥିବା ଦେଖିବାକୁ ମିଳୁଛି । ନିଜ ସ୍ୱାସ୍ଥ୍ୟର ଦାୟିତ୍ୱ ନିଜେ ଯତ୍ନ ନେବା ପାଇଁ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ପରାମର୍ଶ ଦେଇ ଆସୁଥିଲେ ମଧ୍ୟ ସ୍ଥାନୀୟ ସହରର ସମସ୍ତ ଜନଗହଳି ପୁର୍ଣ୍ଣ ଅଂଚଳ ଗୁଡ଼ିକ ପୂର୍ବଭଳି ବେପାରୁଆ ହୋଇ ରହିଛି । ଶିକ୍ଷାର୍ଥୀ ମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଜାନୁୟାରୀ ମାସରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀର ଶିକ୍ଷାଦାନ ଆରମ୍ଭକରାଯାଇଥିବା ବେଳେ ୯ମ ଓ ଏକାଦଶ ଶ୍ରେଣୀର ଶିକ୍ଷାର୍ଥୀଙ୍କ ସକାଶେ ଗତ ୮ ତାରିଖ ଠାରୁ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇଛି । ମାସ୍କ ପରିଧାନ ସମେତ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନ ପରିସରରେ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଉନଥିବା ଦେଖିବାକୁ ମିଳିଛି । କେବଳ ବିଦ୍ୟାଳୟକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଉଚ୍ଚ ପଦସ୍ଥ ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷାର୍ଥୀ ମାନଙ୍କୁ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ସକାଶେ ପରାମର୍ଶ ଦିଆଯାଉଥିବା ଜଣାପଡ଼ିଛି ।

ସହରର ମୁଖ୍ୟ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଯେଉଁ ବାଉଁଶବାଡ଼ ବା ବ୍ୟାରିକେଡ଼୍‌ କରାଯାଉଥଇଲା ତାହା ବର୍ତମାନ ସମ୍ପୁର୍ଣ୍ଣ ଭାବେ ବାହାର କରି ଦିଆଯାଇଛି । ବହୁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ଓ କର୍ମଚାରୀ ମାନେ ମାସ୍କ ବ୍ୟବହାର କରୁନଥିବା ବେଳେ ଗ୍ରାହକ ମାନେ ମଧ୍ୟ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳିଛି । ବର୍ତମାନ ବାହାଘର, ବ୍ରତ, ଗୃହ ପ୍ରବେଶ ଋତୁ ଚାଲିଥିବା ବେଳେ ଆୟୋଜିତ ଭୋଜି କାର୍ଯ୍ୟରେ ମାସ୍କ ତ ଦୂରର କଥା ସାମାଜିକ ଦୂରତ୍ୱ ରକ୍ଷାକୁ କେହି ବି ମାନିବାକୁ ନାରାଜ । ସ୍ଥାନୀୟ ଅଂଚଳର ମନ୍ଦିର, ଫାଷ୍ଠଫୁଡ଼୍‌, ହେଟେଲ, ଶିଶୁ ଉଦ୍ୟାନ ସବୁଠି ଦେଖିବାକୁ ମିଳୁଛି ଗହଳି ଓ ଗହଳି । ସହରବାସୀଙ୍କ ମନରେ ଲକଡ଼ାଉନ ଓ ସଟଡ଼ାଉନର ଭୟ ରହିଥିଲେ ମଧ୍ୟ ଆଦୌ ଜାଗ୍ରତ ନଥିବା ଜଣାପଡ଼ୁଛି । ବଜାରରେ ଲୋକେ ମନଇଚ୍ଛା ଏକାଠି ରହି ଅକାରଣରେ ଗହଳି କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିବନ୍ଧକ ଲଗା ଯାଇନାହିଁ । ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ କଠୋର ପନ୍ଥା ଗ୍ରହଣ କଲେ ହିଁ ଲୋକେ ଠିକ୍ ରାସ୍ତାକୁ ଆସିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ବର୍ତମାନ ଠାରୁ ଲୋକେ ସଜାଗ ନରହିଲେ କରୋନାର ଦ୍ୱିତୀୟ ଲହରୀ ପୁଣି କେଉଁ ମୁହୂର୍ତରେ ଆସିବ, ତାହା କେହି ମଧ୍ୟ ଜାଣି ନାହାନ୍ତି । ଏ ନେଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ.ମନୋରଂଜନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଡ଼ାକବାଜି ଯନ୍ତ୍ର ସହାୟତା ରେ ସହରବାସୀ ଙ୍କୁ ପ୍ରତ୍ୟହ ସଚେତନ କରାଯାଉଛି । କରୋନା ଠାରୁ ଦୂରେଇ ରହିବାକୁ ହେଲେ ଜନ ସଚେତନତା ଏକାନ୍ତ ଆବଶ୍ୟକ । କୋଭିଡ଼ କଟକଟାକୁ ପାଳନ ନକଲେ ପ୍ରଶାସନ ପକ୍ଷରୁ ଏନଫୋର୍ସମେଂଟ ଟିମ୍ ସହାୟତାରେ ଜୋରିମାନା ଓ ପରେ ଆଇନାନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

May 6, 2026
ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର

ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର

May 6, 2026

Recent News

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

May 6, 2026
ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର

ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version