No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ସଂପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବାଲଣ୍ଡା ର ଛାତ୍ରୀ ସୈାମ୍ୟାଞ୍ଜଳୀ ସାହୁ ଚଳିତ ବର୍ଷ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ନୂଆଗାଁ ବ୍ଲକ୍ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ପୂର୍ବରୁ ସେ ତୃତୀୟ ଶ୍ରେଣୀ ମେଧାବୃତ୍ତି ନୟାଗଡ ବ୍ଲକ୍ ଇଟା ମାଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢୁଥିବା ସମୟରେ କୃତିତ୍ୱ ଅର୍ଜନ କରିଥିଲେ।ସୌମ୍ୟାଞ୍ଜଳି ଙ୍କ ଅକ୍ଲାନ୍ତ ପରିଶ୍ରମ,
ପ୍ରଚେଷ୍ଟା ଯୋଗୁଁ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ କୁଇଜ୍ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରିଥିଲେ।ତତ୍ ସହିତ ବକ୍ତୃତା ପ୍ରତିଯୋଗିତାରେ ମଧ୍ୟ ସେ ଜିଲ୍ଲାରେ କୃତିତ୍ୱ ଅର୍ଜନ କରିଛନ୍ତି । ସୈାମ୍ୟାଞ୍ଜଳୀ ଙ୍କ କୃତିତ୍ଵ ପାଇଁ ସଂପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ବେହେରା ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଶିକ୍ଷାଦାନ ଏବଂ ତାଙ୍କ ପିତା ମାତା ଙ୍କ ପ୍ରଚେଷ୍ଟା କୁ ସାଧୁବାଦ୍ ଜଣାଇଛନ୍ତି ।
ସୈାମ୍ୟାଞ୍ଜଳୀ ଙ୍କ ପିତା ସୁଦାମ ସାହୁ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ରେ ଅଧ୍ୟାପକ ଥିବାବେଳେ ମାତା ଗୋଲାପ ମଞ୍ଜରୀ ପୃଷ୍ଟି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବାଲଣ୍ଡା ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।ଝିଅ ହେଉଛି ପିତା ମାତା ତଥା ଦେଶର ଏକ ଅମୂଲ୍ୟ ରତ୍ନ ତାହା ପ୍ରମାଣିତ କରି ଦେଖାଇଛନ୍ତି କୃତି ଛାତ୍ରୀ ସୈାମ୍ୟାଞ୍ଜଳୀ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result