No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର )କୋରାଇ :- ହ୍ୟୁମାନ ରାଇଟ୍ସ ଫ୍ରଂଟ ଇଣ୍ଡିଆ ପକ୍ଷରୁ ଓଡିଶା ମାନବାଧିକାର ଅୟୋଗର ସହଯୋଗରେ ଯାଜପୁର ଜିଲା କୋରାଇ ବ୍ଲକର ଶଙ୍ଖଚିଲା ସ୍ଥିତ ମା’ ହିଙ୍ଗୁଳା ପୀଠରେ ଶନିବାର ଏକ ଦିବସୀୟ ଜିଲାସ୍ତରୀୟ ମାନବାଧିକାର ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟଅତିଥିଭାବେ ଓଡିଶ ମାନବାଧିକାର ଆୟୋଗର ସଦସ୍ୟ ଅମୀତାଭ ଦାସ ଯୋଗଦେଇ କମିଶନକୁ ଅସୁଥିବା ମାମଲା ଗୁଡିକୁ ଗୁରୁତର ସହ ବିଚାର କରାଯାଇ ତୁରନ୍ତ ନ୍ୟାୟପ୍ରଦାନ କରାଯାଉଛି ବୋଲି କହିଥିଲେ । ଏହି ପରିପ୍ରେକ୍ଷିରେ ସେ କମିଶନ ଗଠନ, ଭୂମିକା ଓ କାର୍ଯ୍ୟାବଳୀ ସଂପର୍କରେ ବିସ୍ତୃତ ଭାବେ ବିବରଣୀ ପ୍ରଦାନ କରିଥିଲେ । ଅନୁଷ୍ଠିତ ଶିବିରରେ ଜାତୀୟ ମାନବାଧିକାର କୋର କମିଟି ସଦସ୍ୟ ତଥା ହ୍ୟୁମାନ ରାଇଟ୍ସ ଫ୍ରଂଟ୍ସ ଇଣ୍ଡିଆର ଅଧ୍ୟକ୍ଷ ମନୋଜକୁମାର ଜେନା ସଭାପତିତ୍ୱକରି ଓଡିଶା ମାନବାଧିକାର ସ୍ଥିତି ସଂପର୍କରେ ବିସ୍ତୃତଭାବେ ବିବରଣୀ ପ୍ରଦାନ କରିବା ସହ ମାନବାଧିକାର କର୍ମୀମାନେ କିପରି ମାନବାଧିକାର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପାରିବେ ତାହା ଶିବିରରେ ଉପସ୍ଥାପନା କରିଥିଲେ । ବକ୍ତାଭାବେ ଓଡିଶା କମିଶନର ଅଧ୍ୟକ୍ଷା ଡ. ମୀନତି ବେହେରା ମାନବାଧିକାର କର୍ମୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ମହିଳାମାନଙ୍କ ଉପରେ ବଢୁଥିବା ହିଂସାକୁ ରୋକିବାକୁ ହେଲେ ଏମାନେ ପ୍ରମୁଖ ଭୂମିକି ନେଇପାରିବେ ବୋଲି ମତବ୍ୟକ୍ତ କରିଥିଲା ବେଳେ ‘ମାନବାଧିକାର କର୍ମୀମାନେ ସମାଜର ଜାଗ୍ରତ ପ୍ରହରୀ’ ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭ… ଯୋଗଦେଇ ଶିକ୍ଷାଧିକାର ଆଇନି ଅନୁଯାୟୀ ୨୫ପ୍ରତିଶତ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ ।
ଅନ୍ୟାମନଙ୍କ ମଧ୍ୟରେ ଜିଲା ନ୍ୟାୟାଳୟର ସରକାରୀ ଅଧିବକ୍ତା ଗଦାଧର ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଏକତା ପରିଷଦର ରାଜ୍ୟ ସଂଯୋଜକ ବିଜୟ ପ୍ରଧାନ ପ୍ରମୁଖ ଯୋଗଦେଇ ମାନବାଧିକାର ସଂପର୍କିତ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ହ୍ୟୁମାନ ରାଇଟ୍ସ ଫ୍ରଂଟ ଇଣ୍ଡିଆର ଆବାହକ ରାଜୀବ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବ ଶିବିର ଅଭିମୁଖ୍ୟ ସଂପର୍କ ସୂଚନା ଦେଇଥିଲେ । ରାଜ୍ୟ ସଂଯୋଜକ ରମେଶ ଭାରତୀ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ଣରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେସନ ଫ୍ରଂଟ୍ସର ରାଜ୍ୟ ତାଲିମ ସଂଯୋଜିକା ମନିଷା ଦାସ ପଟ୍ଟନାୟକ ପରିଚାଳନା କରି ଶିବରିର୍ଥୀଙ୍କୁ ମାନବାଧିକାର ଉଲଂଘନ ସଂପର୍କରେ ସୂଚନା ଦେଇଥିଲା ବେଳେ ଅତିଥି ଭାବେ ଫ୍ରଂଟ ପ୍ରାନ୍ତୀୟ ସଂଯୋଜକ କଳ୍ପତରୁ ଖୁଂଟିଆ ଯୋଦେଇ ମାନବାଧିକାର ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ନିରୂପମା ମଲିକ, ପ୍ରସନ୍ନ ପେରାଇ, ଅୟଶକାନ୍ତ ଶତପଥୀ, ବିଶ୍ୱମ୍ଭର ମଲିକ, ଶାନ୍ତିଲତା ଶତପଥୀ, ସନ୍ତୋଷକୁମାର ବେହେରା, କାଳନ୍ଦି ମଲିକ, ସୁକଦେବ ସାହୁ, ଗଣେଶ ରାଓ ପ୍ରମୁଖ ପରିଚାଳନାରେ ସଯହୋଗ କରଇଥିଲେ ( ରିପୋର୍ଟ-ରଶ୍ମିରେଖା ମଲ୍ଲିକ )
No Result
View All Result