No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର ) ମାହାଙ୍ଗା :- ମାହାଙ୍ଗାର ସାଂସ୍କୃତିକ ଓ ସାହିତ୍ୟିକ ବିକାଶ ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅବଦାନ ଗୁରୁତ୍ୱପୂର୍ଣ, ଵାର ବର୍ଷ ଶାସନ କାଳରେ ମାହାଙ୍ଗାର କଳା ସାହିତ୍ୟ ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବା ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମାହାଙ୍ଗା ସାହିତ୍ୟିକ କବି ଓ ଗବେଷକ ମାନେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି, ମନ୍ତ୍ରୀଙ୍କ ଉଦ୍ୟମରେ ଆସନ୍ତା ଏପ୍ରିଲ ମାସରେ ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବ ହେବ ବୋଲି ମାହାଙ୍ଗା ସାହିତ୍ୟ ମହୋତ୍ସବ ସମିତିର ସଂଯୋଜକ ପନଙ୍ଗ ଭୂଷଣ ଦାସ କହିଛନ୍ତି,

କୁଆଁପାଳ ପ୍ରତିଭା ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାହିତ୍ୟିକ ଭୁବନାନନ୍ଦ ସାହୁ, ଡ଼ଃ ଏକାଦଶୀ ପ୍ରଧାନ, ଡ଼ଃ ଜୟୀରାମ ସ୍ୱାଇଁ, ପରିବେଶବିତ ଅକ୍ଷୟ ଷଡ଼ଙ୍ଗୀ, ଇଁ ସୁକାନ୍ତ ସାହୁ ସମେତ ବହୁ ବିଶିଷ୍ଠ କବି ନାଟ୍ୟକାର ସାହିତ୍ୟିକ ମାନେ ଯୋଗଦେଇ ମନ୍ତ୍ରୀ ଜେନାଙ୍କ ଉଦ୍ୟମରେ ଗଣକବି ବୈଷ୍ଣବ ପାଣିଙ୍କ ଠାରୁ ଆରମ୍ଭ କରି, ବାଗ୍ମୀ ବିଶ୍ଵନାଥ କର, ପଲ୍ଲିକବି ନନ୍ଦ କିଶୋର ବଳ, ଶିଳ୍ପୀଗୁରୁ ବିମ୍ବାଧର ବର୍ମା, କର୍ମବୀର ଗୌରୀଶଙ୍କର ରାୟ, ଅଦିନାଟ୍ୟକାର ଜଗନ ମୋହନ ଲାଲଙ୍କ ଭଳି ଅନେକ ବରପୁତ୍ରଙ୍କ ସମେତ ବହୁ ସାଂସ୍କୃତିକ କ୍ଷେତ୍ର ମଠ ମନ୍ଦିର ଓ ଭାଗବତ ମେଳଣ, ଓଳକଣା ମେଳଣ, ନେମାଳ ଅଚ୍ୟୁତାନନ୍ଦ ପୀଠ,

ଅଶୁରେଶ୍ଵର ରାମନବମୀ ଭଳି ପରମ୍ପରାକୁ ପରିପୃଷ୍ଟ କରିବା ସହ ନୂତନ ପିଢ଼ିମାନଙ୍କୁ ସଂସ୍କୃତି ଓ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ଏହି ସାହିତ୍ୟ ମହୋତ୍ସବ ର ଲକ୍ଷ ହେବ ବୋଲି ସୂଚନା ଦେବା ସହ ବିରୋଧୀ ମାନେ ହୀନ ରାଜନୀତି ବଶବର୍ତ୍ତୀ ହୋଇ କୂଚକ୍ରାନ୍ତ କରି ମନ୍ତ୍ରୀଙ୍କୁ ବଦନାମ କରିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି ତାହାକୁ ଆଗାମୀ ଦିନରେ ବରଦାସ୍ତ କରାଯିବ ନାଇଁ ବୋଲି କହିଥିଲେ. (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ )
No Result
View All Result