ଅଟୋ ସହିତ ଭାଙ୍ଗ ଜବତ ; ଦୁଇ ଗିରଫ କରି କୋର୍ଟ ଚାଲାଣ

ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର )କୋଦଳା :-  ଗୁରୁବାର କୋଦଳା ପୋଲିସକୁ ମିଳିଛି ସଫଳତା । କୋଦଳା ଥାନା ଅନ୍ତର୍ଗତ ପୁସ୍ତପୁର ଛକ ଠାରେ ଏକ ଯାତ୍ରୀବାହି ଅଟୋ ଅଟକାଇ ସେଥିରୁ ଜରିବସ୍ତାରେ ପେକିଙ୍ଗ ହୋଇଥିବା ଭାଙ୍ଗ ଜବତ କରି ଦୁଇଜଣଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ସୂଚନା ପ୍ରକାରେ ଗୁରୁବାର ସନ୍ଧ୍ୟାରେ କୋଦଳା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଯାତ୍ରୀବାହି ଅଟୋ ଦ୍ରୁତଗତିରେ ପୁରୀ

ଅଭିମୁଖେ ଯାଉଥିବା ବେଳେ ସନ୍ଦେହ ପ୍ରକାଶ କରି ପୋଲିସ ଅଟୋର ପିଛାକରି ପୁସ୍ତପୁର ଠାରେ ଅଟକାଇ ସେଥିରେ ଥିବା 5ବସ୍ତା ଭାଙ୍ଗ ଯାହାର ଓଜନ 178.500 ଗ୍ରାମ ଜବତ କରିବା ସହିତ ପୁରୀ ଅଞ୍ଚଳର ଅଜୟ ପ୍ରଧାନ ଓ ବିଶ୍ୱନାଥ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )