No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର )ଗୋପାଳପୁର :- ଆଜି ଏକ ନିଆରା ବିବାହ ଅନୁଷ୍ଠିତ ହେଇଯାଇଛି । ଯେଉଁ ବାହାଘରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କଲ ଜରିଆରେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶିର୍ବାଦ ଦେଇଛନ୍ତି ଏବଂ କନ୍ୟାଦାନ କରିଛନ୍ତି ଜିଲାର ଜିଲ୍ଲାପାଳ। ଏପରି ଏକ ବାହାଘର ଅନୁଷ୍ଠିତ ହୋଇଛି ଗୋପାଳପୁର ସଞ୍ଜିବନୀ ଡେ କେୟାର ହୋମରେ । ଆଉ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି ଦୁଇଜଣ ଏଚଆଇଭି ସଂକ୍ରମିତ । ଲୋକମାନଙ୍କ ମଧ୍ୟରେ ଘୃଣାଭାବକୁ ପରିବର୍ତ୍ତନ କରିବା ପାଇଁ ଏହି ବିବାହ ଉତ୍ସବକୁ ବେଶ ଧୁମଧାମରେ ଆୟୋଜନ କରାଯାଇଥିଲା ।
ସଞ୍ଜିବନୀ ଡେ କେୟାର ହୋମରେ ଦୁଇ ଏଚଆଇଭି ସଂକ୍ରମିତଙ୍କ ବିବାହ ସମ୍ପୂର୍ଣ୍ଣ ବୈଦିକ ରିତିନୀତି ଅନୁଯାୟୀ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କନ୍ୟାଦାନ କରିଥିବା ବେଳେ, ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ଏହି ବିବାହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି କେ ପାଣ୍ଡିୟାନ୍ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ( ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result