No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଫେବ୍ରୁଆରି,ଶନିବାର ) ପାରଳାଖେମୁଣ୍ଡି :- ଆଖିଳ ଭାରତୀୟ ବ୍ୟବସାୟିକ ସଂଘ ଦ୍ୱାରା ଆହୂତ ଭାରତ ବନ୍ଦ ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ବ୍ୟବସାୟୀ ସଂଘ ଏଥିରେ ସାମିଲ ହୋଇ ଭାରତ ବନ୍ଦକୁ ସଫଳ କରିଛନ୍ତି । ଏହି ବନ୍ଦକୁ ଆଜି ମୋହନାରେ ଅଭୂତପୂର୍ବ ସମର୍ଥନ ମିଳିଥିଲା। ବ୍ୟବସାୟିକ ପ୍ରତିଷ୍ଠାନ ଓ ଉଦ୍ୟୋଗ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା । ବ୍ୟବସାୟୀଗଣ ଏକ ୧୨ ଟି ଦାବି ସମ୍ମଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।
କୋଭିଡ-୧୯ ପାଇଁ ସମ୍ପୂର୍ଣ୍ଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ବ୍ୟବସାୟକୁ ମଧ୍ୟ ଗଭୀର ପରିମାଣରେ ଆଘାତ କରିଛି ଏବଂ ସେହି ସମୟରେ ମୂଳରୁପରୁ ପାଖାପାଖି ୯୦୦ ଥର ବଦଳି ଜିଏସଟି ଏବେ ଅତ୍ୟନ୍ତ ଜଟିଳ ହୋଇ ପଡ଼ିଛି। ଜିଏସଟିର ସରଳୀକରଣ ପାଇଁ ସମସ୍ତ ବ୍ୟବସାୟୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏହି ସ୍ମାରକପତ୍ର ମାଧ୍ୟମରେ ନିବେଦନ କରିଛନ୍ତି। କୋଭିଡ ପରିସ୍ଥିତିରେ ୯ ମାସ କାଳରେ ବ୍ୟବସାୟ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ବେଳେ ଅନ୍ଲାଇନ ବ୍ୟବସାୟ କାୟାବିସ୍ତାର କରିଚାଲିଛି ।
ଏହି ସମୟରେ ଟ୍ୟାକ୍ସ ବ୍ୟବସ୍ଥାରେ ସରଳୀକରଣ ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଛନ୍ତି ସଂଘର କର୍ମକର୍ତ୍ତା। ତାଙ୍କ ଅନୁରୋଧ ପତ୍ରରେ ବ୍ୟବସାୟୀ ଗଣ ସରକାରଙ୍କୁ ୦୧/୦୧/୨୦୨୧ ର କେନ୍ଦ୍ରୀୟ ଟିକସ ବିଜ୍ଞପ୍ତି ସଂଖ୍ୟା ୦୧/୨୦୨୧ ତଥା ୨୨/୧୨/୨୦୨୦ ର ବିଜ୍ଞପ୍ତି ସଂଖ୍ୟା କେନ୍ଦ୍ରୀୟ ଟିକସ ୯୪/୨୦୨୦ କୁ ତତ୍କାଳ ପ୍ରତ୍ୟାହାର କରିବା ପାଇଁ ପ୍ରାର୍ଥନା କରିଛନ୍ତି। ଆଜିର ଏହି ବନ୍ଦରେ ସ୍ଥାନୀୟ ସଂଘର କର୍ମକର୍ତ୍ତାମାନେ ଏକ ହୋଇ ବନ୍ଦକୁ ସଫଳ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ। (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result