No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଫେବ୍ରୁଆରି,ଶନିବାର ) ଭୁବନେଶ୍ୱର :- ବେଦ ଭୂମି ଭାରତ ବର୍ଷ , ମଧ୍ୟ ରେ ଆଖି ଯୋଡିକି ବାବା ମାନଙ୍କ ଭାଣ୍ଡାମି ଚର୍ଚ୍ଚିତ ଵିଷୟ ପାଲଟି ଯାଇଛି । ଧର୍ମ ବ୍ୟବସାୟ ରେ ପରିଣତ କରିଥିବା ଏହି ମୁଖା ବନ୍ଧା ବଡ଼ ପଣ୍ଡା ମାନଙ୍କ ପାଇଁ ଧର୍ମ ଏକ କାଠ ଘୋଡ଼ା ଧର୍ମାନ୍ଧ ଲୋକ ମାନଙ୍କୁ ବସାଇ ଘୋଡ଼ା ଦୌଡୁଛି ବୋଲି ଚିଲାଇ ଏବଂ ସେହି ମିଛ ବାହାନା ପଛରେ ରହି ଧର୍ମ କୁ ମୁଣ୍ଡାଉଥିବା ନିରୀହ ଲୋକ ଗୁଡାକ ଦୁଃଖ ନିର୍ଯ୍ୟାତନା କୁ ନେଇ କଣ୍ଟକିତ ଚଲା ବାଟରେ ବାଟ ଚାଲିବାକୁ ବାଧ୍ୟ ହୁଅନ୍ତି ।
ପରିବାରର ଉଁଆସୀ କନ୍ୟା ଶିକ୍ଷା ବଡ଼ ପରି ଜ୍ୟୋତିଷ ଓ ସାଧୁ ସନ୍ଥ ଭବିଷ୍ୟ ବାଣୀ କରିଥିଲେ ସେ ପୁରୁଷ ର ହାତ ଧରିବ ସେ ମରିଯିବ କିନ୍ତୁ ଏ ସବୁ ସତ ନା କୁସଂସ୍କାର ନିଜ ନିଜ ସ୍ୱାର୍ଥ କୁ ପୂରଣ କରିବା ପାଇଁ ସମାଜ ଏହି ନିରୀହ ମଣିଷ ମାନଙ୍କୁ ଏମିତି ବଳି ଚଢଉ ଥିବେ ? ଏହି ଭଳି ଏକ ନାଟକ ଯାହାକି ଭୁବନେଶ୍ୱର ବାର ଆସୋସିଏସନ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ଠାରେ ନାଟକ ଅନୁଷ୍ଠିତ ହେବାକୁ ଯାଉଛି ।
ଯାହାର ମୂଳ କାହାଣୀ ଲେଖିଛନ୍ତି ହର ବାରିକ , ନାଟ୍ୟ ରୂପ ରେ ସଜାଇଛନ୍ତି ଧୀରେନ୍ ପ୍ରହରାଜ , ସଙ୍ଗୀତ ବିନୟ ଦାସ୍ ସହ ନିର୍ଦେଶନା ହରେନ୍ ସାହୁ ଏବଂ ଅନ୍ୟ ମାନେ ଅଭିନୟ ରେ ଏହି ନାଟକ ଟିକୁ ପରିବେଷଣ କରିବେ । ସମାଜ କୁ ଉତ୍ତମ ଶିକ୍ଷା ଦେବା ସହ କିଛି ଅନ୍ଧ ବିଶ୍ୱାସ ଦୁରିଭୁତ କରିବାକୁ ସଫଳ ପ୍ରୟାସ କରିବେ ବୋଲି ଜଣା ପଡ଼ିଛି ।
No Result
View All Result