No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୬ ଫେବୃଆରୀ ଶୁକ୍ରବାର ) ପୁରୀ :- ଶ୍ରୀକ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ପୁରୀ ବସଷ୍ଟାଣ୍ଡ। କିନ୍ତୁ ଏକ ମୁକ୍ତାକାଶ ପାଇଖାନା ଭାବେ ବ୍ୟବହାର କରାଯାଉଥିଲା । ପ୍ରତ୍ୟେକ ଦିନ ପାଞ୍ଚ ହଜାର ପାଖାପାଖି ଯାତ୍ରୀ ସେଠାକୁ ଆସିଥିଲେ ଯାଉଥିଲେ,ସହରବାସୀଙ୍କ ଠାରୁ ଯାତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏହି ପୁତି ଗଂଧମୟ ପରିବେଶକୁ ଦେଖି କଷ୍ଟ ଅନୁଭବ କରୁଥିଲେ । ସ୍ଥାନୀୟ ବ୍ୟବସାୟୀ ଅନୁଷ୍ଠାନ ଆଉ ବସ ମାଲିକ ସଂଘ ଓ ବସଷ୍ଟାଣ୍ଡକୁ ଜୀବନଜୀବିକା ଭାବେ ଗ୍ରହଣ କରିଥିବା ଲୋକମାନଙ୍କ ତରଫରୁ ଆଜି ଆରମ୍ଭ ହୋଇଛି ସ୍ୱଚ୍ଛ ସବୁଜ ପୁରୀ ବସଷ୍ଟାଣ୍ଡ ଅଭିଯାନ । ଏହି ଅଭିଯାନରେ ପୋୖରଅଧିକାରୀ,ପୋୖର କର୍ମଚାରୀ ସମସ୍ତଙ୍କର ଯୋଗଦାନ ମଧ୍ୟ ରହିଥିଲା ।
ଅପରାହ୍ନରେ ସମସ୍ତେ ଏକାଠି ହୋଇଥିଲେ । ବସଷ୍ଟାଣ୍ଡ ମୁଖ୍ୟ ପ୍ରବେଶପଥ ଯେଉଁଠାରେ ଅଧିକ ଲୋକମାନେ ପରିସ୍ରା କରୁଥିଲେ,ସେହି ସ୍ଥାନରେ ହିଁ ଗଛ ଲଗାଇକରି ଲୋକମାନଙ୍କୁ ପରିସ୍ରା ନକରିବା ପାଇଁ ବାରଣ କରିଛନ୍ତି । ସେଥିରେ ସରକାରୀ ଅଧିକାରୀ ମାନେ ଅକ୍ତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ଏନ୍ଫୋର୍ସମେଣ୍ଟ ଅଧିକାରୀ ଶ୍ରୀ ବୃନ୍ଦାବନ ପତି ଓ ପ୍ରଶାନ୍ତ ପଟ୍ଟନାୟକ, ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ସନ୍ତୋଷ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହାକୁ ଶ୍ରୀଗଣେଶ ବ୍ୟବସାୟୀ ସଂଘ, ଆମେ ଶ୍ରୀକ୍ଷେତ୍ରବାସୀ, ହାପିନେସ ଫାଉଣ୍ଡେସନ ଓ ବସ ମାଲିକ ସଂଘ ପ୍ରମୁଖ ଅନୁଷ୍ଠାନ ପରିଚାଳନା କରିଥିଲେ । (ପୁରୀ,ରିପୋର୍ଟ /ବିଶ୍ବମ୍ବର ମିଶ୍ର )
No Result
View All Result