No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୬ ଫେବୃଆରୀ ଶୁକ୍ରବାର ) ବରଗଡ଼ :- ଜିଏସଟିର ସରଳୀକରଣ ଦାବି ରେ ସର୍ବ ଭାରତୀୟ ବ୍ୟବସାୟୀକ ପ୍ରତିଷ୍ଠାନ ର ଆହ୍ବାନ କ୍ରମେ ଆଜି ଭାରତ ବନ୍ଦ ଡାକରା ର ପ୍ରଭାବ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ବରଗଡ଼ ବ୍ୟବସାୟୀ ସଂଘ ଏହାର ସମ୍ପୁର୍ଣ୍ଣ ଭାବରେ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖିଥିଲେ । ସଂଘ ପକ୍ଷରୁ ଧର୍ମଶାଳା ଛକ ଠାରେ ଏକ ସଭାପତି ପ୍ରଦୀପ ଦେବତା ଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇଥିଲା ।

ପରେ ସମସ୍ତେ ମୋଟର ସାଇକେଲ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପହଞ୍ଚି ଥିଲେ । ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କୁ କେନ୍ଦ୍ର ସରକାର ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ବରଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ମଧ୍ୟ ଏହି ବନ୍ଦ୍ କୁ ସମର୍ଥନ କରାଯାଇଥିଲା । ( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
No Result
View All Result