• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲସିକା ଫାଇଲେରିଆ ନିରାକରଣ ପାଇଁ ଗଞ୍ଜାମରେ ପ୍ରସ୍ତୁତି

Proprietor Abhimanyu Maharana by Proprietor Abhimanyu Maharana
February 26, 2021
in ଓଡ଼ିଶା
0
ଲସିକା ଫାଇଲେରିଆ ନିରାକରଣ ପାଇଁ ଗଞ୍ଜାମରେ ପ୍ରସ୍ତୁତି
Share on FacebookShare on TwitterWhatsapp

ଗଞ୍ଜାମର ଶିଶୁମାନେ ହେଉଛନ୍ତି ବ୍ରାଣ୍ଡ୍‍ ଆମ୍ବାସାଡର- ଡଃ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବିଇଏମ୍‍ସି କମିଶନର ଏମଡିଏ ଶୁଭାରମ୍ଭ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ୍ ( ୨୬ ଫେବୃଆରୀ ଶୁକ୍ରବାର ) ଭୁବନେଶ୍ୱର/ବ୍ରହ୍ମପୁର :- ଲସିକା ଫାଇଲେରିଆର ମୂଳୋତ୍ପାଟନ ପାଇଁ କୌଣସି ପ୍ରୟାସରେ ତିଳେହେଲେ ଅବହେଳା ନକରିବାକୁ ଗଞ୍ଜାମ ପ୍ରତିବଦ୍ଧ । ୨୦୨୧ ଫେବ୍ରୁଆରୀ ୨୫ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଗ୍ଲୋବାଲ ହେଲ୍‍ଥ ଷ୍ଟ୍ରାଟେଜି ପକ୍ଷରୁ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜ ପରିସରର ସରକାରୀ ହାଇସ୍କୁଲଠାରେ ଗଣ ଔଷଧ ସେବନ (ଏମଡିଏ) ପର୍ଯ୍ୟାୟ ଶୁଭାରମ୍ଭ କରିବାକୁ ଏକ ଉତ୍ସବର ଆୟୋଜନ କରିଥିଲେ । କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଅନୁପାଳନ କରି ଏହି ପର୍ଯ୍ୟାୟ ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହୋଇ ଆଗାମୀ ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ବିଇଏମ୍‍ସି କମିଶନର ଡଃ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁରର ସବ୍‍ କଲେକ୍ଟର ଶ୍ରୀ ଭି କୀର୍ତ୍ତି ଭସନ୍‍ ଗଞ୍ଜାମର ମୁଖ୍ୟ ଜିଲା ଚକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉମାଶଙ୍କର ମିଶ୍ର, ଗଞ୍ଜାମ, ବ୍ରହ୍ମପୁରର ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଗଞ୍ଜାମର ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡା. ସନ୍ତୋଷ କୁମାର ପାଢୀ, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର.ଜଗଦୀଶ ପଟନାୟକ, ଡବ୍ଲୁଏଚଓର ଟିମ୍‍ ଲିଡର ଡା.ଆଲେକ୍‍ଜାଣ୍ଡ୍ରା ଭୋକାଟି, ଡବ୍ଲୁଏଚଓ ଓଡ଼ିଶାର ଏନଟିଡି ସଂଯୋଜକ ଡା. ବି ପି ଦତ୍ତ, ଏନଭିବିଡିସିପିର ରାଜ୍ୟ କନ୍‍ସଲଟାଌକ୍ଷଗ୍ଧ; ଡା. ଅରୁଣ ଶିବନ୍‍ ଏବଂ ଗ୍ଲୋବାଲ ହେଲ୍‍ଥ ଷ୍ଟ୍ରାଟେଜିସ୍‍ର ଡାଇରେକ୍ଟର ଅନୁଜ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।

ଗଞ୍ଜାମ ଜିଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କର ଜନସାଧାରଣଙ୍କୁ ନିବେଦନ କରାଯାଇଥିବା ଏକ ବାର୍ତ୍ତାକୁ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ର ଜିଲା ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଶାମସୁନ୍ଦର ତ୍ରିପାଠୀ ପାଠ କରିଥିଲେ । ଗଞ୍ଜାମକୁ ଫାଇଲେରିଆ ମୁକ୍ତ କରିବା ଦିଗରେ ସହାୟତା କରିବାକୁ ଜନସାଧାରଣ ଆଗେଇ ଆସି ଫାଇଲେରିଆ ନିରାକରଣ ଔଷଧ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସେବନ କରିବାକୁ ଶ୍ରୀ କୁଲାଙ୍ଗେ ନିବେଦନ କରିଥିଲେ । କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଗଞ୍ଜାମ ଜିଲା ବିଇଏମ୍‍ସି କମିଶନର ଡା. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର କହିଥିଲେ, “ଏମଡିଏ ପର୍ଯ୍ୟାୟ ସଫଳ କରିବାକୁ ହେଲେ ସେଥିରେ ଗୋଷ୍ଠୀ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆମର ଦୃଷ୍ଟିନିବଦ୍ଧ ରହିଛି । ତତ୍‍ସହିତ ଔଷଧ କେବଳ ବିତରଣ ନୁହେଁ, ତାହା ଯେଭଳି ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସେବନ କରିବାକୁ ଦିଆଯିବ ତାହା ନିଶ୍ଚିତ କରାଯିବ ।” ସେ ଗୋଷ୍ଠୀଗୁଡିକୁ ପୁନର୍ବାରେ ନିବେଦନ କରି କହିଥିଲେ, “ଜନସାଧାରଣ ନିଜକୁ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଫାଇଲେରିଆରୁ ସୁରକ୍ଷିତ ରଖିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଔଷଧ ସେବନ କରିବା ସେମାନଙ୍କ ପାଇଁ ଅନିବାର୍ଯ୍ୟ ।” କାର୍ଯ୍ୟକ୍ରମରେ ଉପସ୍ଥିତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟକରି ସେ ମଧ୍ୟ କହିଥିଲେ ଯେ, “ତମେମାନେ ହେଉଛ ଏହି କାର୍ଯ୍ୟକ୍ରମର ବ୍ରାଣ୍ଡ୍‍ ଆମ୍ବାସାଡର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସମ୍ମୁଖରେ ତମେମାନେ ଔଷଧ ସେବନ କରିବା ସହିତ ତମ ପରିବାର ସଦସ୍ୟ ଏବଂ ସମାଜର ଅନ୍ୟମାନଙ୍କୁ ଏହି ଔଷଧ ସେବନ ପାଇଁ ପ୍ରବର୍ତ୍ତାଇବାକୁ ହେବ ।”

ତାଙ୍କର ଉଦ୍‍ବୋଧନ ପରେ ଡା.ବୋନ୍ଦାରେ ଏବଂ ମଞ୍ଚରେ ୨ ଜ୍ଝ ଚବଶର ଉପସ୍ଥିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଫାଇଲେରିଆ ନିରାକରଣ ଔଷଧ ସେବନ କରିଥିଲେ । ଏଥିସହିତ କମିଶନରଙ୍କ ଦ୍ୱାରା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଫାଇଲେରିଆ ନିରାକରଣ ଔଷଧ ସେବନ କରିବାକୁ ଦିଆଯାଇଥିଲା, ଏବଂ ତତ୍‍ସହିତ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ ହୋଇଥିଲା । ବ୍ରହ୍ମପୁରର ସବ୍‍ କଲେକ୍ଟର ଶ୍ରୀ ଭି କୀର୍ତ୍ତି ଭସନ୍‍ କହିଥିଲେ, “ଆମ ଜନସମୁଦାୟଙ୍କୁ ସୁସ୍ଥ ଏବଂ କାର୍ଯ୍ୟକ୍ଷମ ରଖିବା ପାଇଁ ଆମ ଜିଲାରୁ ଫାଇଲେରିଆକୁ ସମ୍ପୂର୍ଣ୍ଣ ଭାବରେ ମୂଳୋପ୍ପାଟନ କରିବାକୁ ହେବ ।” ସେ ଆହୁରି ମଧ୍ୟ କହିଥିଲେ, “ଆମେମାନେ ପୋଲିଓ ନିରାକରଣ କରିସାରିଛୁ, ଆମେ କୋଭିଡ-୧୯କୁ ନିୟନ୍ତ୍ରଣ କରିଛୁ ଏବଂ ବର୍ତ୍ତମାନ ଫାଇଲେରିଆ ନିରାକରଣ ସମୟ ଆସିଛି ।” ଗଞ୍ଜାମର ମୁଖ୍ୟ ଜିଲା ଚିକିିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉମାଶଙ୍କର ମିଶ୍ର ଉଲ୍ଲେଖ କରିଥିଲେ ଯେ, “ଏମଡିଏ ପର୍ଯ୍ୟାୟ ଅବସରରେ ସୀମାନ୍ତବର୍ତ୍ତୀ ଜିଲାଗୁଡିକରେ ସମସ୍ତ ଯୋଗ୍ୟ ହିତାଧିକାରୀ ଯେଭଳି ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରାକରଣ ଔଷଧ ସେବନ କରିବେ, ତାହା ସୁନିଶ୍ଚିତ କରାଯିବ । କେବଳ ୨ବର୍ଷରୁ କମ୍‍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ବାଦ୍‍ଦେଇ ଅନ୍ୟ ସମସ୍ତେ ଏହି ପର୍ଯ୍ୟାୟରେ ଧାର୍ଯ୍ୟ ପରିମାଣର ଔଷଧ ସେବନ କରିବା ଉଚିତ ।”

ସେ ପୁନଶ୍ଚ କହିଥିଲେ ଯେ ପ୍ରାୟ ୭୦୫୦ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ, ୭୦୫ଜଣ ସୁପରଭାଇଜର, ୧୩୨ ଜଣ ରାପିଡ ରେସ୍‍ପନ୍ସ ଟିମ୍‍କୁ ଜିଲାର ସମସ୍ତ ୨୨ଟି ବ୍ଲକ, ୧ ବିଇଏମ୍‍ସି ଏବଂ ୧୬ଟି ଏନଏସିରେ ନିୟୋଜିତ କରାଯାଇଛି । ଜିଲାରେ ଧାର୍ଯ୍ୟଲକ୍ଷ୍ୟ ହିତାଧିକାରୀ ସଂଖ୍ୟା ୩୫,୫୨,୨୨୬ ରହିଛି । ତାଙ୍କର ଉଦ୍‍ଘାଟନି ଅଭିଭାଷଣରେ ଗଞ୍ଜାମର ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଭେକ୍ଟର ବର୍ଣ୍ଣ ଡିଜିଜେସ୍‍ ଡା. ସନ୍ତୋଷ କୁମାର ପାଢୀ କହିଥିଲେ, “ଫାଇଲେରିଆ ଅଥବା ହାତିପାଓଁ ରୋଗ (ଗୋଦରା ରୋଗ) ଏକ ମାରାତ୍ମକ ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ୱାରା ହୋଇଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଫାଇଲେରିଆ ଅନ୍ୟତମ ମୁଖ୍ୟ କାରଣ ହୋଇଛି । ପିଲାଦିନେ ସାଧାରଣତଃ ହେଉଥିବା ଏହି ସଂକ୍ରମଣ ଲିମ୍ଫାଟିକ୍‍ ବ୍ୟବସ୍ଥାକୁ ନଷ୍ଟ କରିଦେଇଥାଏ ଏବଂ ଯଦି ତାହାର ଚିକିତ୍ସା କରାନଯାଏ ତେବେ ତାହା ଶରୀରର ବିଭିନ୍ନ ଅଂଶରେ ଅସ୍ୱାଭାବିକ ଫୁଲା ସୃଷ୍ଟି କରେ । ଫାଇଲେରିଆରେ ସଂକ୍ରମିତ ଲୋକ ଅନେକ ସମୟରେ ହାଇଡ୍ରୋସିଲ୍‍, ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗରେ ଫୁଲା), ଚାଇଲୁରିଆ (ଦୁଗ୍ଧଭଳି ଧଳା ପରିସ୍ରା)ରେ ଆକ୍ରାନ୍ତ ହୋଇଥାନ୍ତି ।” ଗଞ୍ଜାମର ବ୍ରହ୍ମପୁର ଜିଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ କୁମାର ପ୍ରଧାନ କହିଥିଲେ, “ପିଲାମାନେ ହେଉଛନ୍ତି ଏହି ଦେଶର ଭବିଷ୍ୟତ । ପରବର୍ତ୍ତୀ ପିଢି ପାଇଁ ଏକ ସୁସ୍ଥ ଭବିଷ୍ୟତ ଆମକୁ ନିଶ୍ଚିତ କରିବାକୁ ହେବ ।

ଫାଇଲେରିଆ ପ୍ରତ୍ୟେକଙ୍କ ପାଇଁ, ବିଶେଷକରି ପିଲାମାନଙ୍କ ପାଇଁ ଏକ ବିପଦ, କିନ୍ତୁ ଏହାର ନିରାକରଣ ସମ୍ଭବ, ଏବଂ ସମାଧାନ ଅତ୍ୟନ୍ତ ସରଳ । ଆମେମାନେ ଆମ ନିଜକୁ ଏବଂ ଆମ ପିଲାମାନଙ୍କୁ ଫାଇଲେରିଆ ରୋଗରୁ ସୁରକ୍ଷିତ ରଖିବା ପାଇଁ ଏମଡିଏ ପର୍ଯ୍ୟାୟକୁ ସଫଳ କରିବାକୁ ହେବ ।” ଡବ୍ଲୁଏଚଓ ଓଡ଼ିଶା ସଂଯୋଜକ ଡା. ବି ପି ଦତ୍ତ କହିଥିଲେ ଯେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନେ ପ୍ରତି ପରିବାର ନିକଟକୁ ଫେବ୍ରୁଆରୀ ୨୫ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଗସ୍ତକରିବେ ଏବଂ ଔଷଧ ପ୍ରଦାନକାରୀଙ୍କ ସମ୍ମୁଖରେ ଫାଇଲେରିଆ ନିରାକରଣ ଔଷଧ ସେବନ କରିବାକୁ ସେ ସମସ୍ତ ଗୋଷ୍ଠୀ ସଦସ୍ୟଙ୍କୁ ନିବେଦନ କରିଥିଲେ । ସେ ମଧ୍ୟ କହିଥିଲେ ଯେ ଏହି ଔଷଧ ନିରାପଦ ଏବଂ ଏହାର କୌଣସି ପାଶ୍ୱର୍ ପ୍ରଭାବ ନାହିଁ । ୩ ଜ୍ଝ ଚବଶର ଶେଷରେ ଗଞ୍ଜାମ ଜିଲା ଶିକ୍ଷା ବିଭାଗ ଅଧୀନସ୍ଥ ରଙ୍ଗେଇଲୁଣ୍ଡାର ବ୍ଲକ ଶିକ୍ଷା ଅଧିକାରୀ ଡଃ.ପ୍ରଭାତୀ ମହାପାତ୍ର ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଜଣାଇବା ସହିତ ସମସ୍ତଙ୍କର ମିଳିତ ପ୍ରଚେଷ୍ଟାରେ ଲସିକା ଫାଇଲେରିଆ ଭଳି ଦୀର୍ଘକାଳୀନ ଶାରୀରିକ ଅକ୍ଷମତା ସୃଷ୍ଟି କରୁଥିବା ରୋଗକୁ ଜିଲାରୁ ମୂଳୋପ୍ପାଟନ କରାଯାଇପାରିବ ବୋଲି ଗୁରୁତ୍ୱ ଦେଇ କହିଥିଲେ । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗ୍ଲୋବାଲ ହେଲ୍‍ଥ ଷ୍ଟ୍ରାଟେଜି (ଜିଏଚଏସ), ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ପ୍ରୋକେକ୍ଟ କନସର୍ନ ଇଌକ୍ଷଗ୍ଧ;ରନ୍ୟାସନାଲ (ପିସିଆଇ) ସହଯୋଗରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗୋ ଚାଲାଣ ଓ ନିଶାଦ୍ରବ୍ୟ ଅବାଧ କାରବାରର ମାଧ୍ୟମ ପାଲଟିଛି ସିଧାମୂଳା ମହାନଦୀ ସେତୁ

ଗୋ ଚାଲାଣ ଓ ନିଶାଦ୍ରବ୍ୟ ଅବାଧ କାରବାରର ମାଧ୍ୟମ ପାଲଟିଛି ସିଧାମୂଳା ମହାନଦୀ ସେତୁ

July 30, 2026
ରାଜସୁନାଖଳାରେ ପ୍ରଭୁ ଜଗନ୍ନାଥ ନୀଳାଦ୍ରିବିଜେ ନୀତି ସମ୍ପନ୍ନ

ରାଜସୁନାଖଳାରେ ପ୍ରଭୁ ଜଗନ୍ନାଥ ନୀଳାଦ୍ରିବିଜେ ନୀତି ସମ୍ପନ୍ନ

July 30, 2026
ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା : ପ୍ରଶାସନ ନୀରବ !!

ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା : ପ୍ରଶାସନ ନୀରବ !!

July 30, 2026
‘ଆଶା’ ପକ୍ଷରୁ ଜନସଚେତନତା ବାର୍ତ୍ତା ଦୁର୍ନୀତି ଲୋପ ପାଇଁ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

‘ଆଶା’ ପକ୍ଷରୁ ଜନସଚେତନତା ବାର୍ତ୍ତା ଦୁର୍ନୀତି ଲୋପ ପାଇଁ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

July 30, 2026

Recent News

ଗୋ ଚାଲାଣ ଓ ନିଶାଦ୍ରବ୍ୟ ଅବାଧ କାରବାରର ମାଧ୍ୟମ ପାଲଟିଛି ସିଧାମୂଳା ମହାନଦୀ ସେତୁ

ଗୋ ଚାଲାଣ ଓ ନିଶାଦ୍ରବ୍ୟ ଅବାଧ କାରବାରର ମାଧ୍ୟମ ପାଲଟିଛି ସିଧାମୂଳା ମହାନଦୀ ସେତୁ

July 30, 2026
ରାଜସୁନାଖଳାରେ ପ୍ରଭୁ ଜଗନ୍ନାଥ ନୀଳାଦ୍ରିବିଜେ ନୀତି ସମ୍ପନ୍ନ

ରାଜସୁନାଖଳାରେ ପ୍ରଭୁ ଜଗନ୍ନାଥ ନୀଳାଦ୍ରିବିଜେ ନୀତି ସମ୍ପନ୍ନ

July 30, 2026
ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା : ପ୍ରଶାସନ ନୀରବ !!

ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା : ପ୍ରଶାସନ ନୀରବ !!

July 30, 2026
‘ଆଶା’ ପକ୍ଷରୁ ଜନସଚେତନତା ବାର୍ତ୍ତା ଦୁର୍ନୀତି ଲୋପ ପାଇଁ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

‘ଆଶା’ ପକ୍ଷରୁ ଜନସଚେତନତା ବାର୍ତ୍ତା ଦୁର୍ନୀତି ଲୋପ ପାଇଁ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

July 30, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗୋ ଚାଲାଣ ଓ ନିଶାଦ୍ରବ୍ୟ ଅବାଧ କାରବାରର ମାଧ୍ୟମ ପାଲଟିଛି ସିଧାମୂଳା ମହାନଦୀ ସେତୁ

ଗୋ ଚାଲାଣ ଓ ନିଶାଦ୍ରବ୍ୟ ଅବାଧ କାରବାରର ମାଧ୍ୟମ ପାଲଟିଛି ସିଧାମୂଳା ମହାନଦୀ ସେତୁ

July 30, 2026
ରାଜସୁନାଖଳାରେ ପ୍ରଭୁ ଜଗନ୍ନାଥ ନୀଳାଦ୍ରିବିଜେ ନୀତି ସମ୍ପନ୍ନ

ରାଜସୁନାଖଳାରେ ପ୍ରଭୁ ଜଗନ୍ନାଥ ନୀଳାଦ୍ରିବିଜେ ନୀତି ସମ୍ପନ୍ନ

July 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version