No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୬ ଫେବୃଆରୀ ଶୁକ୍ରବାର ) ଭୁବନେଶ୍ୱର :- ମାନବ ତସ୍କରି ପୃଥିବୀରେ ଭୟଙ୍କର ଭାବରେ କାୟା ବିସ୍ତାର କରିଚାଲିଛି । ଏହା ମାନବ ସଭ୍ୟତା ପାଇଁ ଏକ ଲଜ୍ଜା ଓ କଳଂକ । ଏହାର ମୂଳୋତ୍ପାଟନ ନିମନ୍ତେ ସଂପୃକ୍ତ ସମସ୍ତ ଅଂଶୀଦାରମାନଙ୍କର ସମନ୍ୱିତ ଓ ସ୧ିଳିତ ଉଦ୍ୟମ ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ରାଜଭବନର ଅଭିଷେକ କକ୍ଷରେ ଆୟୋଜିତ ଏକ ଉତ୍ସବରେ ମାନବ ତସ୍କରି ନିବାରଣ କ୍ଷେତ୍ରରେ ର୍କବ୍ୟରତ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟବହାର ଉପଯୋଗୀ ୫ଟି ବହିର ଏକ ସେଟ୍ ‘ପ୍ରଜ୍ଜ୍ୱାଳା ହ୍ୟାଣ୍ଡବୁକ୍ସ୍ ଅନ ହ୍ୟୁମାନ ଟ୍ରାଫିକିଂଗ୍’ କୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଅଧ୍ୟାତ୍ମ ଭାବର ଅଭାବ ହିଁ ଏହି ଜଘନ୍ୟ ଅପରାଧର କାରଣ । ପ୍ରତ୍ୟେକ ମଣିଷ ମଧ୍ୟରେ ଭଗବାନ ବିଦ୍ୟମାନ । ପ୍ରତ୍ୟେକ ଭଗବାନଙ୍କ ଅଂଶବିଶେଷ ।
ମାନବ ତସ୍କର ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କ ବିରୋଧରେ ହେଉଥିବା ଅପରାଧ । ସମାଜର ଆଧ୍ୟାତ୍ମିକ ଭିିକୁ ଦୃଢ଼ କରିବା ସହ ଅପରାଧୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ସାଂସଦ ଡ଼. ଅଚ୍ୟୁତ ସାମନ୍ତ ମାନବ ତସ୍କରିକୁ ଏକ ସଂଗଠିତ ଅପରାଧ ବୋଲି ଅଭିହିତ କରି ଏହାର ଅଂତର୍ଜାତୀୟ ବ୍ୟାପ୍ତିକୁ ଦୃଷ୍ଟିରେ ରଖି ନିରାକରଣ ନିମନ୍ତେ ଆବଶ୍ୟକ ସୁଂସହତ କାର୍ଯ୍ୟପନ୍ଥା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପ୍ରଜ୍ଜ୍ୱାଳାର ପ୍ରତିଷ୍ଠାତା ତଥା ସାମାଜିକ କର୍ମୀ ପଦ୍ମଶ୍ରୀ ସୁନୀତା କ୍ରି୩⁄୪ନ୍ କହିଲେ ଯେ ଏହି ଅପରାଧକୁ ରୋକିବା ପାଇଁ ଅନେକ ସରକାରୀ ଓ ଆଇନଗତ ବ୍ୟବସ୍ଥା ରହିଛି । ସଂପୃକ୍ତ ସଂସ୍ଥା ଓ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଏହାର ଫଳପ୍ରଦ ପ୍ରୟୋଗ ହୋଇପାରିବ ।
ହାଇଦ୍ରାବାଦସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସର ସାର୍ବଜନୀନ ବ୍ୟାପାର ଅଧିକାରୀ ଡ଼େଭିଡ଼୍ ମୋୟେର ଏହି ବିଶ୍ୱିକ ଅପରାଧର ମୁକାବିଲା ନିମନ୍ତେ ଭାରତ- ଆମେରିକାର ମିଳିତ ଉଦ୍ୟମକୁ ଆହୁରି ଜୋରଦାର କରିବାକୁ ପ୍ରସ୍ତାବ ଦେଇଥିଲେ । ଓଡ଼ିଶା ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଆଧାରରେ ପ୍ରଜ୍ଜ୍ୱାଳା ପକ୍ଷରୁ ପ୍ରସ୍ତୁତ ଓ ପ୍ରକାଶିତ ଏହି ହ୍ୟାଣ୍ଡବୁକ୍ସ୍ ବିଚାର ବିଭାଗୀୟ ଅଧିକାରୀ, ଶ୍ରମ ଅଧିକାରୀ, ଶିଶୁ କଲ୍ୟାଣ ଅଧିକାରୀ, ଅଭିଯୋଜନ ଅଧିକାର, ନାଗରିକ ସମାଜ ପାଇଁ ଉପାଦେୟ ହୋଇଛି । ଆମେରିକା ବାଣିଜ୍ୟିକ ଦୂତାବାସ ହାଇଦ୍ରାବାଦ, କଳିଙ୍ଗ ଫେଲୋସିପ୍, ଇଂଟରନ୍ୟାସନାଲ ଜଷ୍ଟିସ୍ ମିଶନ ସହାୟତାରେ ପ୍ରଜ୍ଜ୍ୱାଳା ପକ୍ଷରୁ ପୁସ୍ତକଟି ପ୍ରକାଶିତ ହୋଇଛି । ଉନ୍ମୋଚନ ଉତ୍ସବରେ ଆଇନ ବିଭାଗର ପ୍ରମୁଖ ସଚିବ ଶଶୀକାନ୍ତ ମିଶ୍ର, ନିର୍ଦ୍ଦେଶକ, ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲ, ନିର୍ଦ୍ଦେଶକ, ଅଭିଯୋଜନ ତାରାପ୍ରସାଦ ରଥ, ସଭ୍ୟ-ସଚିବ, ଷ୍ଟେଟ୍ କୋର୍ଟ ମ୍ୟାନେଜମେ ସିଷ୍ଟମ ରାଜେଶ ଦାଶ, ଇଂଟରନ୍ୟାସନାଲ ଜଷ୍ଟିସ୍ ମିଶନର ମେଲିତା ଫର୍ଣ୍ଣାଡ଼େଜ୍, ସମାଜସେବୀ ମମତା ବର୍ଗୟାରୀ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result