No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) ଓଡ଼ଗାଁ :- କୃଷି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ ସାହୁ ଙ୍କ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ସମୀକ୍ଷା ହେତୁ ସଦାସର୍ବଦା ତତ୍ପର ହୋଇ ଆସିଛନ୍ତି ସେହିଭଳି ଆଜି ମଧ୍ୟ ନୟାଗଡ଼ ବିଧାୟକ ତଥା ରାଜ୍ୟମନ୍ତ୍ରୀ ଡଃ ଅରୁଣ ସାହୁ ଓଡ଼ଗାଁ ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଅଞ୍ଚଳ ର ସମସ୍ତ ବ୍ୟକ୍ତି ବିଶେଷ ଙ୍କ ସୁଖ ରେ ଦୁଃଖ ରେ ସାଥୀ ହୋଇ ଆସୁଥିବା ଡ଼ଃ. ସାହୁ ଙ୍କ ଉଦାରତା ନିର୍ବାଚନ ମଣ୍ଡଳୀ ପାଈଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ଖାଲି ଏତିକି ନୁହେଁ କୃଷିମନ୍ତ୍ରୀ ହିସାବରେ ମଧ୍ୟ କୃଷକ ର ସାହାରା ତଥା କୃଷି କାର୍ଯ୍ୟ ର ଉନ୍ନତି ଦିଗରେ ସର୍ବଦା ଆଗୁଆ ତଥା କୃଷି କ୍ଷେତ୍ରରେ କୃଷକ ର ମନୋବଳ କୁ ସୃଦୁଢ କରି ଆସିଛନ୍ତି । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିବା ସହିତ ନିଜ ଅଞ୍ଚଳରେ ତଥା ନିଜ ମାଟିରେ କୃଷି କ୍ଷେତ୍ରକୁ ଅଗ୍ରାଧିକାର ଓ ସ୍ଥାନୀୟ ଅଂଚଳରେ କୃଷକ ମାନେ କିପରି ସରକାରୀ ସହାୟତା ପାଇ ଉପକୃତ ହେବେ ସେ ବିଷୟରେ ମଧ୍ୟ ଚାଷୀ ମାନଙ୍କ ସହ ମନ୍ତ୍ରୀ ଡଃ ସାହୁ ଗୁରୁତ୍ୱାରୋପ କରିଥିଲେ ।

ଏଥିସହିତ ମନ୍ତ୍ରୀ ଉନ୍ନୟନମୂଳକ ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିଥିଲେ । ଏବଂ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗିରିଡିପଲ୍ଲୀ ଗ୍ରାମପଞ୍ଚାୟତ ର ଝାଡସାହି ଠାରେ ଜଳ ବିଭାଜିକା ଦ୍ଵାରା ଖନନ କରାଯାଇଥିବା ପୋଖରୀର ସମୀକ୍ଷା କରିଥିଲେ । ଏତଦ୍ ବ୍ୟତୀତ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ରୋହିବାଙ୍କ ଠାରେ ଏକ ନୂତନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଯୋଗଦାନ କରି ଅନୁଷ୍ଠାନ ତଥା ମନ୍ଦିର ର ଉନ୍ନତି ଦିଗରେ ସଦା ସର୍ବଦା ସହଯୋଗ କରିବାକୁ ମତ ଦେଇଥିବାର ଜଣା ଯାଇଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result