No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) ହିଞ୍ଜିଳିକାଟୁ :- ଚଳିତ ମାସ ଫେବୃଆରୀ ୨୫ ତାରିଖ ଠାରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ (ବାତଜ୍ୱର) ନିରାକରଣ ପାଇଁ ଗଞ୍ଜାମ ଜିଲ୍ଲାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଫାଇଲେରିଆ ପ୍ରତିରୋଧକ ଡିଇସି ଓ ଅଲବେଣ୍ଡାଜୋଲ ବଟିକା ଖୁଆଇବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟିର ଆଲୋଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ସମେତ ୨୬ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ଚାଲିବ ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ଆନୁକୂଲ୍ୟରେ ହିଞ୍ଜିଳି ବ୍ଲକ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଗୁରୁବାର ସାମୁହିକ ଔଷଧ ସେବନ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ପୌର କାର୍ଯ୍ୟାଳୟ ସଭାକକ୍ଷ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ସିଡିପିଓ ଶୁଭଶ୍ରୀ ପାତ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।ଜିଲ୍ଲାରୁ ଫାଇଲେରିଆ ସମ୍ପୂର୍ଣ୍ଣ ନିରାକରଣ ସକାଶେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏଣୁ ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଥିବା ଡିଇସି ବଟିକା ସହିତ ଆଲ ବେଣ୍ଡାଜେଲ ବଟିକାର ଗୋଟିଏ ମାତ୍ରା ସମସ୍ତେ ଖାଇବାକୁ ଅତିଥି ମାନେ ପ୍ରକାଶ କରିଥିଲେ । ବିଶେଷକରି ଗର୍ଭବତୀ ମହିଳା ,୨ ବର୍ଷରୁ କମ ବୟସର ଶିଶୁ ଓ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତି ଏହି ବଟିକା ସେବନ କରିବା ନିଷିଦ୍ଧ କରାଯାଇଛି । ଏହା ବ୍ୟତୀତ ୨ ବର୍ଷରୁ ୧୪ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ସକାଶେ ଔଷଧ ସେବନର ମାତ୍ରା ନିର୍ଦ୍ଧାରଣ କରାଯାଇଛି । କେବଳ ଆଶା କର୍ମୀ ଓ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ମାନେ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ବୟସ ଅନୁପାତରେ ବଟିକା ଖୁଆଇବାର ନିର୍ଦ୍ଦେଶ ଦିଆଯାଇଛି । ଏତଦବ୍ୟତୀତ ଜନ ପ୍ରତିନିଧି ମାନଙ୍କ ମତାମତକୁ ଅଗ୍ରାଧିକାର ଦେଇ କାର୍ଯ୍ୟକ୍ରମକୁ ଜୋରଦାର କରି ପ୍ରଚାର ଓ ପ୍ରସାର କରି ସଫଳତା ହାସଲ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି ବୋଲି ସୂଚନା ଦେଇଥିଲେ । ପରେ ଏକ ସୂଚନା ପତ୍ରିକାକୁ ଅତିଥିମାନେ ପ୍ରଦର୍ଶନ କରି ଡିଇସି ବଟିକା ଓ ଆଲ ବେଣ୍ଡାଜୋଲ ବଟିକା ସେବନ କରିଥିଲେ । କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ବିପିଏମ ଶଶାଙ୍କ ପଣ୍ଡା, ସ୍ୱାସ୍ଥ୍ୟ ପରିଦର୍ଶକ ଅଶୋକ କୁମାର ମିଶ୍ର ପରିଚାଳନା କରିଥିଲା ବେଳେ ପୌର କାର୍ଯ୍ୟାଳୟ ର ବହୁ କର୍ମଚାରୀ ବାତଜ୍ୱର ଔଷଧ ସେବନ କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result