No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) ଭୁବନେଶ୍ୱର :- ଆଜି କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସାଧାରଣ ପରିଷଦ ବୈଠକ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛି । ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗ କରାଯାଇଥିଲା । ଏହାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା, ଏପରିକି ସାଧାରଣ ପରିଷଦ ବୈଠକ ପାଇଁ ହୋଇଥିବା ମଞ୍ଚକୁ ଅନ୍ୟ ଗୋଷ୍ଠୀ ଭାଙ୍ଗି ଦେଇଥିଲେ । ଆଜି କଂଗ୍ରେସ ଭବନରେ ଓବିସି ସେଲର ଜେନେରାଲ ବୈଠକ ବସିବାର ଥିଲା । ଏହି କାର୍ଯ୍ୟକ୍ରମରେ ଓବିସି ସେଲର ଅଧ୍ୟକ୍ଷ ବିଷ୍ଣୁ ବାରିକ ପହଞ୍ଚିବା ପରେ ତାଙ୍କୁ ବିରୋଧ କରାଯାଇଥିଲା ।

ସେ ଦଳ ବିରୋଧୀ କାମ କରୁଥିବା ଅଭିଯୋଗ ହୋଇଛି ଏବଂ ତିର୍ତ୍ତୋଲ ପୂର୍ବତନ ବିଧାୟକଙ୍କ ଗୋଷ୍ଠୀର ଲୋକେ ଏହି ବିରୋଧ କରିଥିଲେ । ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡ଼ି ସହ ହାତ ମିଳାଇଥିବା ଅଭିଯୋଗ କରିଥିଲେ । ଶାସକ ଦଳ ସହ ମିଶି କଂଗ୍ରେସକୁ ହରାଇବାକୁ ଷଡ଼ଯନ୍ତ୍ର ହୋଇଥିବା କହି କଂଗ୍ରେସ ଭବନରେ ତୁମୁଳକାଣ୍ଡ ହୋଇଥିଲା । ତେବେ ସବୁଠାରୁ ବଡ଼ କଥା ହେଲା ପିସିସି ସଭାପତିଙ୍କ ଉପସ୍ଥିତିରେ ଏଭଳି ସ୍ଥିତି ଉପୁଜିଥିଲା । କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ବୁଝାସୁଝା କରିଥିଲେ ହେଲେ କେହି ଶୁଣିନଥିଲେ । ସଭାସ୍ଥଳରେ ଡାଏସକୁ ଭାଙ୍ଗିବା ସହ, ବିଷ୍ଣୁ ବାରିକଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଛି । ଏହାସହ ବିଷ୍ଣୁ ବାରିକଙ୍କୁ ଗୋଟିଏ ରୁମରେ ବନ୍ଦ କରି ରଖିଛନ୍ତି ବୋଲି ସୂଚନା ମିଳିଛି ।

କେବଳ ଗୋଟିଏ ଦାବି ନେଇ ଅଡ଼ି ବସିଛନ୍ତି ବିରୋଧ କରୁଥିବା ଗୋଷ୍ଠୀ । ମିଟିଂ ହେବ, କିନ୍ତୁ ବିଷ୍ଣୁ ବାରିକ ରହିବେ ନାହିଁ । ସେପଟେ ଗଣ୍ଡଗୋଳକୁ ନେଇ ପିସିସି ସଭାପତି ପ୍ରତିକ୍ରିୟା ରଖି କହିଛନ୍ତି, ବିଶୃଙ୍ଖଳାକାରୀଙ୍କ ବିରୋଧରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯି। କୌଣସି ଲୋକ ଶୃଙ୍ଖଳାରୁ ଉର୍ଦ୍ଧ୍ୱରେ ନୁହଁନ୍ତି, ଯାହାର କିଛି ଆପତ୍ତି ଅଭିଯୋଗ ଅଛି ପିସିସି କିମ୍ବା ଏଆଇସିସିକୁ ଜଣାନ୍ତୁ ବୋଲି ସେ କହିଛନ୍ତି । ତେବେ ଗଣ୍ଡୋଗୋଳ ପରେ ବିଷ୍ଣୁ ବାରିକ କହିଛନ୍ତି, ମୁଁ ବର୍ତ୍ତମାନ ଓବିସି ଅଧ୍ୟକ୍ଷ ଅଛି । ମୋର ବିଜେଡି ସହ କୌଣସି ସମ୍ପର୍କ ନାହିଁ । ମୋ ସାନଭାଇର ସାଙ୍ଗ ବିଜେଡିରେ ଏମଏଲଏ ଅଛନ୍ତି । ସେମାନେ ସାଙ୍ଗସାଥୀଙ୍କ ଘରକୁ ଯିବାଆସିବା କରିପାରିବେ ।

No Result
View All Result