No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) କଟକ :- ରାଜ୍ୟ ସରକାର ଉପସ୍ଥାନ କମ ଆଳରେ କଟକ ଜିଲ୍ଲା ବାରଙ୍ଗ ବ୍ଲକର ତ୍ରିଶୂଳିଆ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପାଇଁ, ନେଇଥିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଗୁରୁବାର, ବାରଙ୍ଗ ବିଇଓ ଅଫିସ ଆଗରେ ଏଆଇଡିଏସଓ ତଥା ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ, ଛାତ୍ର ଓ ଅଭିଭାବକ ମାନଙ୍କର ପୁନଃ ବିକ୍ଷୋଭ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ତ୍ରିଶୂଳିଆ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଗତ ଜାନୁୟାରୀ ୨୭ ତାରିଖରେ ବିଇଓ ଅଫିସ ଆଗରେ ବିକ୍ଷୋଭ କରାଯାଇ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ଓ ପୁଣିଥରେ ୯ ଫେବୃୟାରି ଦିନ ବିକ୍ଷୋଭ ଜରିଆରେ ବାରଙ୍ଗ ବିଡିଓଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୈାଣସି ପଦକ୍ଷେପ ନିଆ୍ଯାଇନାହିଁ । ଏପରିକି ପ୍ରାଥମିକ ପଦକ୍ଷେପ ଭାବେ ସର୍ଭେ ମଧ୍ୟ କରାଯାଇନାହିଁ ।

କର୍ତ୍ତୃପକ୍ଷଙ୍କ ବ୍ଲକରେ ଶିକ୍ଷାର ବିକାଶ ପାଇଁ ଏହିଭଳି କାର୍ଯ୍ୟକୁ ଆଜି ବିକ୍ଷୋଭରେ ତିବ୍ର ନିନ୍ଦା କରାଯାଇଥିଲା । ତ୍ରିଶୂଳିଆ ଅଂଚଳ ର ଛାତ୍ରଛାତ୍ରୀ ମାରାତ୍ମକ ଟ୍ରାଫିକକୁ ପାର ହୋଇ ନରଣପୁର ସ୍କୁଲ କୁ ଆସିବା ହେଉଛି ସେହି କୋମଳମତି ପିଲାମାନଙ୍କୁ ବିପଦର ମୁହଁକୁ ଠେଲିଦେବା । ସରକାରୀ ଅବହେଳା ଯୋଗୁଁ ସରକାରୀ ସ୍କୁଲ ମାନଙ୍କରେ ଉପସ୍ଥାନ କମିଛି । ଦୀର୍ଘ ବର୍ଷ ଧରି ସ୍କୁଲ ମାନଙ୍କରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡିବା, ଅଳ୍ପ ସଂଖ୍ୟକ ହେଲେ ମଧ୍ୟ ଯେତିକି ବି ଶିକ୍ଷକ ଅଛନ୍ତି ସେମାନଙ୍କୁ ବର୍ଷସାରା ଶିକ୍ଷା ବର୍ହିଭୁତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା, ପାସ-ଫେଲ୍ ବ୍ୟବସ୍ଥା ଉଚ୍ଛେଦ, ଆବଶ୍ୟକ ଭିତ୍ତିଭୂମିର ଅଭାବ ଇତ୍ୟାଦି ଫଳରେ ସରକାରୀ ସ୍କୁଲ ଶିକ୍ଷା ଅତି ଦୃତ ବିପର୍ଯ୍ୟସ୍ତ ହେବାକୁ ଲାଗିଛି । ତେଣୁ ତୁରନ୍ତ ତ୍ରିଶୂଳିଆ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବାତିଲ ସହ ସେହି ସ୍କୁଲର ବିକାଶ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା ।
ଦାବିପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ର ରୂପ ଧାରଣ କରିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ । ଏଆଇଡିଏସଓ ବାରଙ୍ଗ ଆଂଚଳିକ କମିଟିର ସମ୍ପାଦିକା ଭାଗ୍ୟଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜିର ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏଆଇଡିଏସଓ ରାଜ୍ୟ ଉପ-ସଭାପତି ସିଦ୍ଧାର୍ଥ ରଥ, ବାରଙ୍ଗ ଆଂଚଳିକ ସହ-ସମ୍ପାଦକ ରାଜେଶ ରାଉତ, ତ୍ରିଶୁଳିଆ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ନିରୁପମା ଭୋଇ, ରାଜେନ୍ଦ୍ର ରାଉତ, ସୁପ୍ରିୟା ବେରା, ରେଣୁବାଳା ଭୋଇ, ଶଙ୍କୁନ୍ତଳା ମୁଦୁଲି, ଦୁଃଖୀ ପରିଡା, ଅଂଜନା ସାସମଲ, କୁମୁଦିନୀ ବାହାଲିଆ, ଭାସି ରାଉତ ପ୍ରମୂଖ ବକ୍ତବ୍ୟ ରଖିଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result