No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଫେବୃଆରୀ ବୁଧବାର) ମାହାଙ୍ଗା : – କଟକ ଜିଲ୍ଲା ମାହାଙ୍ଗା ଥାନା ଭେଡା ଗ୍ରାମର ବହୁଚର୍ଚ୍ଚିତ ଅର୍ଣ୍ଣପୂର୍ଣା ଙ୍କୁ ଦୁଷ୍କର୍ମ ହତ୍ୟା ଘଟଣାର 7 ଦିନପରେ ଭଉଣୀ ଜ୍ୱାଇଁ ତଥା ସାଲେପୁର ଥାନା ତାଳପଦା ଗ୍ରାମର ଦୈତାରୀ ସ୍ୱାଇଁଙ୍କୁ ଉଠାଇ ନେଲା ପୋଲିସ, ପୋଲିସର ପଚରା ଉଚରା ଜାରି, ବର୍ଷେ ପୂର୍ବେ ଅର୍ଣ୍ଣପୂର୍ଣା ଙ୍କ ପରିବାର ସହ ହୋଇଥିଲା ବଚସା, ଅର୍ଣ୍ଣପୂର୍ଣାଙ୍କ ଘରକୁ ନଆସିବାକୁ ବାରଣ କରିଥିଲେ ପରିବାର ଲୋକ ଓ ଦୈତାରୀଙ୍କ ପତ୍ନୀ,

ଦୈତାରୀ ଙ୍କ କାର୍ଯ୍ୟ କଳାପକୁ ସନ୍ଦେହ କରି ଥାନାକୁ ଆଣି ତଦନ୍ତ ଜାରିରଖିଥିଲେ, ଦେଇଥିବା ଅର୍ଥ ଫେରି ନପାଇବାରୁ ଅର୍ଣ୍ଣପୂର୍ଣା ଙ୍କୁ ହତ୍ୟା କରିଥିବା ଦୈତାରୀ ସ୍ୱୀକାର କରିଛି, ପ୍ରକାଶ ଥାଉକି ଭେଡା ଗ୍ରାମର ବିଧବା ମହିଳା ଅର୍ଣ୍ଣପୂର୍ଣା 17 ତାରିଖ ସନ୍ଧ୍ୟାରେ ଘରୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଘର ପଛ ପଟ ୨ଶହ ମିଟର ଦୂର ପାଟ ନାଳୀରୁ କ୍ଷତାକ୍ତ ମୃତଦେହ ତାପର ଦିନ ସକାଳୁ ଲୋକ ମାନେ ଦେଖିବାକୁ ପାଇଥିଲେ,

ପାରିପାର୍ଶ୍ଵିକ ଅବସ୍ଥାରୁ ତାଙ୍କୁ ଦୁଇ ତିନି ଜଣ ଦୁଷ୍କର୍ମ ପରେ ହତ୍ୟା କରି କେନାଲ ପଙ୍କରେ ଫିଙ୍ଗି ଦେଇଥିବା ମୃତ ଅର୍ଣ୍ଣପୂର୍ଣା ଙ୍କ ପୁତ୍ର ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ, ଏହାକୁ ଭିତିକରି ପୋଲିସ ହତ୍ୟା ମାମଲା କରି ଅଭିଯୁକ୍ତ ଭଉଣୀ ଜ୍ୱାଇଁ ଦୈତାରୀ ସ୍ୱାଇଁଙ୍କୁ ଗିରଫ କରି ହତ୍ୟାକାଣ୍ଡ ସ୍ଥଳକୁ ନେଇ କିପରି ହତ୍ୟା କରିଥିଲା ତାହାର ଡେମୋ କରିଛି, ଅପରାହ୍ନ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଲେଖ ପହି ମାହାଙ୍ଗା ଥାନାରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବାସହ ଆସାମୀ ଦୈତାରୀକୁ କୋର୍ଟ ଚାଲାଣ କରିଛି, ଘଟଣାରେ ଆହୁରି ବ୍ୟକ୍ତି ଜଡିତ ଥିବା ସାଧାରଣରେ ଦାବୀ ହୋଇଛି,
No Result
View All Result