No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଫେବୃଆରୀ ବୁଧବାର) ଭୁବନେଶ୍ୱର :- ନୀଳମାଧବ ପଣ୍ଡାଙ୍କ ସିନେମା “କାଲିର ଅତୀତ’ ଓସ୍କାର ଦୌଡ଼ରେ ସାମିଲ ହୋଇଥିବା ବେଳେ ଏହାକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ୨୮ତମ ପ୍ରାଗ୍ ଇଟଂରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ “ଫେବିଓଫେଷ୍ଟ’ରେ ପ୍ରିମିୟର୍ କରିବା ଲାଗି ଏହି ସିନେମାକୁ ଆମନ୍ତ୍ରଣ କରାଯାଇଛି ବୋଲି ଶ୍ରୀଯୁକ୍ତ ନୀଳ ମାଧବ ପଣ୍ଡା ସୂଚନା ଦେଇଛନ୍ତି । ଫେବିଓଫେଷ୍ଟ୍ ଚେକ୍ ଗଣରାଜ୍ୟର ପ୍ରାଗ୍ରେ ଏପ୍ରିଲ୍ ୨୯ରୁ ଆରମ୍ଭ ହୋଇ ମେ’୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଆୟୋଜନ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କାଲିର ଅତୀତର ଟ୍ରେଲର୍ ଉନ୍ମୋଚନ କରାଯାଇଛି । ଏହି ସିନେମା ଓସ୍କାର ଦୌଡ଼ରେ ସାମିଲ ହେବା ପରଠାରୁ ସାରା ବିଶ୍ୱରେ ଥିବା ଓଡ଼ିଆ ସମ୍ପ୍ରଦାୟରୁ ନୀଳମାଧବଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି ଓ ସୋସିଆଲ ମିଡ଼ିଆରେ ଏହାର ପ୍ରଚାର କରୁଛନ୍ତି । କାଲିର ଅତୀତ ହେଉଛି ଭାରତୀୟ ସିନେମା ନିର୍ମାତା ନୀଳମାଧବ ପଣ୍ଡାଙ୍କ ସିନେମା ଯେଉଁଥିରେ ପିତବାସ ତ୍ରିପାଠୀ ଅଭିନୟ କରିଛନ୍ତି ।
ସମୁଦ୍ର ଜଳସ୍ତରରେ ବୃଦ୍ଧି ଯୋଗୁଁ ମନୁଷ୍ୟ ଓ ସମୁଦ୍ର ମଧ୍ୟରେ ସଂଘର୍ଷକୁ ଏଥିରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା କହଛନ୍ତି ଯେ, “ମୁଁ ବହୁତ ଖୁସି ଯେ ସାରା ବିଶ୍ୱର ଓଡ଼ିଆ ଲୋକମାନେ, ସମ୍ପ୍ରଦାୟ ଓ ଫୋରମ୍ଗୁଡ଼ିକ ମୋତେ ସମର୍ଥନ ଜଣାଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଓ ଗର୍ବିତ । ଆମେ ସାରା ବିଶ୍ୱରେ ଏହାର ସ୍କ୍ରିନିଂ କରିବାକୁ ଯୋଜନା ରଖିଛୁ । ଆମ ସମୟର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସିନେମା ଯାହା ଜଳବାୟୁ ପରିବର୍ତନର ପ୍ରଭାବ ବିଷୟରେ କହୁଛି । ସମସ୍ତେ ଏହି ସିନେମା ଦେଖିବାକୁ ଉଚିତ । ଯଦି ଓସ୍କାର ଦୌଡ଼ରେ ସାମିଲ ହୋଇନଥାନ୍ତା ତଥାପି ମୁଁ ସାରା ବିଶ୍ୱରେ ଏହାର ପ୍ରଚାର ପ୍ରସାର କରିଥାନ୍ତି । ସାଧାରଣ ବର୍ଗରେ ପ୍ରବେଶ ମିଳିଥିବାରୁ ସିନେମାର ଉନ୍ନତ ପ୍ରଚାରରେ ତାହା ସହାୟକ ହେବ । ଆଉ ଏକ ଖୁସି ଖବର ହେଉଛି ପ୍ରାଗ୍ରେ ଏହି ସିନେମାର ବିଶ୍ୱସ୍ତରୀୟ ପ୍ରିମିୟର ହେବ ।
ମୁଁ ଏହାର ପ୍ରଥମ ଟ୍ରେଲରକୁ ଉନ୍ମୋଚନ କରି ଅତ୍ୟନ୍ତ ଆନନ୍ଦିତ ।’’ ୨୦୦୬ରେ ଏକ ନଳକୂଳ ଫଟୋକୁ ସମ୍ବାଦପତ୍ରରେ ଦେଖି ଏହି ସିନେମା ଆରମ୍ଭ କରିବାକୁ ନୀଳମାଧବ ନିଷ୍ପତି ନେଇଥିଲେ । ନଳକୂପଟି ସମୁଦ୍ରରେ ବୁଡ଼ିଯାଇଥିଲା ଓ ସେହି ଚିତ୍ରଟି ସମୁଦ୍ର ପତନରେ ବୃଦ୍ଧି ଭୟଙ୍କର ସତ୍ୟ ସାମ୍ନାକୁ ଆଣିଥିଲା । ଏହି କାହାଣୀ ପାଇଁ ସ୍କ୍ରିନ୍ପ୍ଲେ କିମ୍ବା କାହାଣୀ ନଥିଲା । ପ୍ରଭାବିତ ଅଂଚଳ କେନ୍ଦ୍ରାପଡ଼ାରେ ବିନା ମେକ୍ ଅପ୍, ସେଟ୍ ଓ ଲାଇଟ୍ରେ ଏହାର ସୁଟିଂ ହେଇଛି । ଏହାକୁ ଗତ ଜାଗୁଆରିରେ ଆଇଏଫ୍ଏଫ୍ଆଇରେ ପାନୋରାମା ବର୍ଗରେ ପ୍ରଦର୍ଶିତ କରାଯାଇଥିଲା ।
No Result
View All Result