No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ ,ମଙ୍ଗଳବାର ) ଚଣ୍ଡିଖୋଲ :- ୨୩ ଫେବୁଆରୀ ୨୦୨୧ ଲଦାଖରେ ଘଟିଥିବା ଦୁର୍ଘଟଣା ରେ ଭାରତୀୟ ସେନାର ଶହୀଦ ହୋଇଥିବା ଧର୍ମଶଳା ବ୍ଲକର କ୍ଷେତ୍ରପାଳ ଗ୍ରାମର ଶଶାଙ୍କ ଶେଖର ସାମଲ ( ବାପୁ ) ମର ଶରୀର ଗତ ୨୧ ତାରିଖ ରାତ୍ରି ୯ ଘଟିକା ସମୟରେ ଆସି ଗ୍ରାମରେ ପହଞ୍ଚିଥିଲା । ଶହୀଦ ଯବାନଙ୍କୁ ଶେଷ ସମ୍ମାନ ଜଣେଇବା ପାଇଁ ଚଣ୍ଡିଖୋଲ ଛକରେ ପ୍ରାୟ ଦଶ ହଜାରରୁ ଅଧିକ ଲୋକ ମହମବତୀ ଓ ଫ୍ଲାସ ଲାଇଟ ଦେଇ ଏକ ବଡ ରାଲିରେ ସ୍ୱାଗତ କରିଥିଲେ ।
ଯବାନଙ୍କ ଶେଷ ଦର୍ଶନ କରିବା ପାଇଁ ଧର୍ମଶଳାର ବିଧାୟକ ପ୍ରଣବ ବଳମନ୍ତ ଦାସ ଓ କଂଗ୍ରେସର ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ସ୍ମୃତି ରେଖା ପୋଇ ମଧ୍ୟ ଶହୀଦଙ୍କ ଶେଷ ଦର୍ଶନ କରିଥିଲେ ଓ ଶହୀଦଙ୍କ ପରିବାରଙ୍କୁ ସାନ୍ତ୍ଵନା ଦେଇ ଶବ ସତ୍କାର ଶେଷ ହେବା ପର୍ଯନ୍ତ ରହିଥିଲେ । ଏବଂ ଗତ କାଲି ୨୨ ରିଖ ଦିନ ବିଜୁ ମହିଳା ଦଳର ସମ୍ପାଦିକା ଶ୍ରୀମତୀ ମନୋରମା ଆଚାର୍ଯ୍ୟ ଓ ବଡ଼ଚଣା ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ ମଧ୍ୟ ଶହୀଦଙ୍କ ପରିବାରଙ୍କୁ ଭେଟି ସାନ୍ତ୍ଵନା ଦେଇଛନ୍ତି । ( ରିପୋର୍ଟ – ବିକାଶ ସାହୁ )
No Result
View All Result