No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ଭୁବନେଶ୍ୱର :- କରୋନା ଆଳ ଦେଖାଇ କେବଳ ଯାତ୍ରା କଳାକାର ନୁହଁ ସବୁବର୍ଗର କଳାକାରଙ୍କୁ ସରକାର ଉପେକ୍ଷା କରୁଛନ୍ତି। ତେଣୁ ଏହାର ପ୍ରତିବାଦରେ ସୋମବାର ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସମେତ ପଶ୍ଚିମ ଓଡ଼ିଶା କଳାକାର ସଂଘ, ମ୍ୟୁଜିକ ୱେଲଫେୟାର ସଂଘ, ଗଞ୍ଜାମ କଳାକାର ସଂଘ, ଓଡ଼ିଶା ଯାଦୁଗର ସଂଘ, ଘୋଡ଼ା ନାଚ, ଦଣ୍ଡନାଚ ସଂଘ ସହିତ ଆର୍ଟିଷ୍ଟ ୱେଲଫେୟାର ସଂଘ ଗଣଧାରଣା ଦେବା ସହ ଆମରଣ ଅନଶନ କରିବେ ବୋଲି ରବିବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ରାଜ୍ୟ ସରକାର ଫେବୃଆରୀ ମାସରେ ଜାରି କରିଥିବା କରୋନା ନିର୍ଦେଶନାମାରେ ଯାତ୍ରା ଦେଖିବା ପାଇଁ ୫୦୦ ଦର୍ଶକଙ୍କୁ ଅନୁମତି ଦେଇଛନ୍ତି। ଏତେ କମ୍ ସଂଖ୍ୟାର ଦର୍ଶକରେ ଯାତ୍ରା ହେଲେ ଉଭୟ କମିଟି, ମାଲିକ କ୍ଷତି ସହିବେ। ଏଥିପାଇଁ ଖଣ୍ଡଗିରି ଯାତ୍ରା ବନ୍ଦ ହୋଇଗଲା । ଆମେ କରୋନା ନିୟମ ମାନିବାକୁ ପ୍ରସ୍ତୁତ ରହିଛୁ । ତେଣୁ ଅତିକମ୍ରେ ୨୦୦୦ ଦର୍ଶକ ଦେଖିବା ପାଇଁ ସରକାର ଅନୁମତି ଦେବା ସହିତ ପୂର୍ବରୁ ଯେଉଁ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ତାହାକୁ ବିଚାର କରିବାକୁ ନେବା ପାଇଁ ସଂଘ ଦାବି କରିଛି ।
ଏ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଯାତ୍ରା କଳାକାର ଓ କର୍ମଚାରୀ ସଂଘର ସଭାପତି ଦୈତାରୀ ପଣ୍ଡା, ସମ୍ପାଦକ ଆର୍କେ ହୀରାଲାଲ, ସହ ସମ୍ପାଦକ ଗୌର ଦାସ ଏବଂ ଯାତ୍ରା ପରିଚାଳକ ସଂଘର ସଭାପତି ବଙ୍କିମ ସ୍ବାଇଁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।
No Result
View All Result