No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଫେବୃଆରୀ ସୋମବାର ) ନୂଆଦିଲ୍ଲୀ :- ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧିକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ଚିଠିରେ ସୋନିଆ ତୈଳ ଦର ହ୍ରାସ ପୂର୍ବକ ନିଜର ରାଜଧର୍ମ ପାଳନ କରିବାକୁ ମୋଦୀଙ୍କୁ ନିବେଦନ କରିଛନ୍ତି । ତୈଳ ଦର ହ୍ରାସ ପାଇଁ ସରକାର ଏହା ଉପରେ ଆଦାୟ କରୁଥିବା ଟିକସକୁ ହ୍ରାସ କରିବାକୁ କହିଛନ୍ତି । ସୋନିଆ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଦେଶବାସୀ କରୋନା ପାଇଁ ଦୁଃଖ ଓ ଦୁର୍ଦିନରେ କାଳାତିପାତ କରୁଥିବାବେଳେ ସରକାର ତୈଳ ଦର ବୃଦ୍ଧି କରି ଏହାର ଫାଇଦା ନେଉଛନ୍ତି । ସେ ଲେଖିଛନ୍ତି ‘ଗୋଟିଏ ପଟେ ଦେଶରେ ନିଯୁକ୍ତି ହ୍ରାସ ପାଇଚାଲିଥିବାବେଳେ ମଧ୍ୟବିତ୍ତ, ଚାକିରିଆ, କୃଷକମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।
ଅତ୍ୟାବଶ୍ୟକ ସାମଗ୍ରୀ ଓ ତୈଳ ଦର ବୃଦ୍ଧି ଯୋଗୁଁ ଏହି ସଂଘର୍ଷ ଏବେ କଷ୍ଟକର ହୋଇପଡିଛି । ଲୋକଙ୍କ ଏହି ଦୁଃଖ ସମୟରେ ସରକାର ତୈଳ ଉପରେ ଟିକସ ବୃଦ୍ଧି କରି ଲାଭ ଉଠାଇବାରେ ଲାଗିଛନ୍ତି ।’ ଦେଶର ଅର୍ଥନୀତିକୁ ପରିଚାଳନା କରିବାରେ ବିଫଳ ସରକାର ତୈଳ ଉପରକୁ ଅହେତୁକ ଟିକସ ଆଦାୟ କରୁଛନ୍ତି । ଅଶୋଧିତ ତୈଳ ଦର ଗତ ୧୮ବର୍ଷ ମଧ୍ୟରେ ସର୍ବକାଳୀନ କମ୍ ରହିଥିବାବେଳେ ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ଦେଶର କେତେକ ଅଞ୍ଚଳରେ ପେଟ୍ରୋଲ ଦର ଲିଟର ପ୍ରତି ୧୦୦ଟଙ୍କା ଛୁଇଁଥିବାବେଳେ ରନ୍ଧନ ଗ୍ୟାସ ଦର ସିଲିଣ୍ଡର ପ୍ରତି ୮୦୦ଟଙ୍କା ହେଲାଣି ।
No Result
View All Result