No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଫେବୃଆରୀ ସୋମବାର ) ଭୁବନେଶ୍ୱର :- ମାହାଙ୍ଗା,ମାହାଙ୍ଗାରେ ବିଜେପି ର ସଦଭାବନା ପଦଯାତ୍ରା ସଫଳ ନେଇ ଉଠିଛି ପ୍ରଶ୍ନ । ବିଜେପି ନେତା ଶାରଦା ପ୍ରଧାନଙ୍କ ନେତୃତ୍ବରେ ହୋଇଥିବା ଏହି ଯାତ୍ରା ଗତ ୧୮ ତାରିଖରେ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ବେଳେ ରାଜ୍ୟର ତୃଙ୍ଗ ବିଜେପି ନେତା ମାନେ ଏଥିରେ ଯୋଗଦେଇଥିବାବେଳେ କେନ୍ଦ୍ରାପଡା ଲୋକସଭା ବିଜେପି ପାର୍ଥି ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତଙ୍କୁ ଅଣଦେଖା କରାଯାଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ବୈଜୟନ୍ତ ପଣ୍ଡାଙ୍କ ଆନୁଗତ୍ୟ ମାନେ ଏବେ ଦଳ ଛାଡିବାକୁ ନେଇ ମାହାଙ୍ଗାରେ ଚର୍ଚ୍ଚା ଜୋର ଧରିଛି, ମାହାଙ୍ଗା ବିଜେପି ରେ ଏକଛତ୍ରବାଦ ରାଜନୀତି କରୁଥିବା ସାରଦା ବାବୁ ଙ୍କୁ ପୁରୁଣା ବିଜେପି ନେତା ମାନେ ଏକ ପ୍ରକାର ଘେରି ସେମାନଙ୍କ ଅନୁଗତ୍ୟଙ୍କୁ ବିଜେପି ସଭାସମିତିକୁ ଯିବାକୁ ବାରଣ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି,

ବହୁ ବିଜେପି କର୍ମୀ ଏହି ଏକଚ୍ଛତ୍ରବାଦୀ ନେତାଙ୍କ ଅହଂକାର ଓ ଗର୍ବ ରେ ଅତିଷ୍ଠ ହୋଇ ବାଧ୍ୟହୋଇ ବିଜେଡି ରେ ଯୋଗଦେଉଛନ୍ତି, ମହଙ୍ଗାରେ ପ୍ରତାପ ଜେନାଙ୍କ ବିଜେଡି ଏବେ ଶକ୍ତିଶାଳୀ ହେଉଥିବାରୁ ବିଜେପି ନେତା ସାରଦା ଦଳପାଇଁ ଶକ୍ତି ଯୋଗାଡ଼ ନିମନ୍ତେ ମାହାଙ୍ଗାରେ ସଦଭାବନା ପଦ ଯାତ୍ରା ଆୟୋଜନ କରିଥିଲେ, ଶେଷ ଦିନରେ ଶୋଭାଯାତ୍ରା ପାଇଁ ଲୋକ ନହେବାରୁ ବାବୁ ମାହାଙ୍ଗା ବାହାରରୁ ଭଡାରେ ଲୋକ ଆଣି ରୋଡ ଶୋ କରି ଛତିଆ ଅଭିମୁଖେ ପଦଯାତ୍ରା କରିଥିଲେ, ଏଥିରେ ସରାଦାଂକ ମାହାଙ୍ଗା ବିକାଶ ପରିଷଦ ର କିଛି ଛାମୁହାଁ କର୍ମୀ ମାନଙ୍କୁ ଦେଖିବାକୁ ମିଳିଥିବାବେଳେ ପ୍ରକୃତ ବିଜେପି ମୂଳ କର୍ମୀ ମାନେ ଅନୁପସ୍ଥିତ ରହିଥିଲେ, ପଦ ଯାତ୍ରାରେ ଲୋକ ସଂଖ୍ୟା ଅଧିକ ନହେବାରୁ ଭଡାରେ ଲୋକ ଆଣି ଶୋଭାଯାତ୍ରା ରେ ସାମିଲ କରାଇଥିଲେ, ଯୋଉଥିରେ କିଛି ନାବାଳକ ନାବାଳିକା ଓ ଶିଶୁ ମାନଙ୍କୁ ଏହି ପଦ ଯାତ୍ରାରେ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି, କିପରି ଭାବରେ ରାଜନୈତିକ ଶୋଭାଯାତ୍ରାରେ ଶିଶୁ ମାନଙ୍କୁ ସାମିଲ କରାଗଲା ତାହାର ଏକ ଉଚସ୍ତରିୟ ତଦନ୍ତ ପାଇଁ ବିରୋଧୀମାନେ କହିଛନ୍ତି,
ଏହି ୩ଦିନର ପଦ ଯାତ୍ରା ସମୟରେ ପୂର୍ବତନ ବିଜେପି ପାର୍ଥି ଚୌ ପ୍ରଭାତ କେଶରୀ ମିଶ୍ର, ସମୀର ସାମଲ ସମେତ ପୁରୁଖା ବିଜେପି ନେତା ମାନଙ୍କୁ ଦେଖିବାକୁ ମିଳିନଥିଲା କି ଶୋଭାଯାତ୍ରା ବ୍ୟାନର ରେ ସେମାନଙ୍କ ନାମ କି ଫଟୋ ବି ନଥିଲା, ଜଣେ ନିର୍ବାଚନ ମଣ୍ଡଳୀ ର ନେତା ହୋଇ କିପରି ଲୋକସେବା ମଣ୍ଡଳୀର ପାର୍ଥି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କୁ ଅଣଦେଖା କରାଗଲା ଆଉ ସବୁ ଜାଣି ବିଜେପି ରାଜ୍ୟ ସଭାପତି ସମ୍ପାଦକ ଓ ଅନ୍ୟ ବରିଷ୍ଠ ବିଜେପି ନେତା ମାନେ ଏହାକୁ ସବୁ ଜାଣି ନିରବ ରହିବା ପଛରେ କି ରହସ୍ୟ ଲୁଚି ରହିଛି ସେଥିନେଇ ମୁଳ ବିଜେପି କର୍ମୀ ମାନେ ପ୍ରଶ୍ନ ଉଠାଇଛନ୍ତି । ଶାରଦାଙ୍କ ଏହି ସଦଭାବନା

ଏହି ଯାତ୍ରାରେ ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ,ଅମରନାୟକ କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା , ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା ସମେତ ବିକାଶ ପରିଷଦ ନେତା ମାନଙ୍କୁ ଦେଖିବାକୁ ମିଳିଥିଲା । ଶୋଭାଯାତ୍ରା ସମୟରେ ରାସ୍ତାରେ ଯାତ୍ରୀ କାରରେ ଯାଉଥିବା ସାଧାରଣ ଲୋକ ମାନଙ୍କୁ ବି ଅସଦାଚରଣ କରାଯାଇଥିବା ଏକ ଭିଡିଓ ବାର୍ତା ଭାଇରାଲ ହବା ଘଟଣା ସାରଦା ବାବୁଙ୍କ ଶିଷ୍ଟାଚାର ଓ ବ୍ୟବହାର କୁ ନେଇ ପ୍ରଶ୍ନ ଉଠିଛି, ଅନ୍ୟକୁ ସବୁବେଳେ ଆଙ୍ଗୁଳି ଦେଖାଉଥିବା ସାରଦା ବାବୁ ଏବେ ନିଜେ ସର୍ବସାଧାରଣରେ ଅଶିଳ ଭାଷା ପ୍ରୟୋଗ କରିବା ଘଟଣା ତାଙ୍କ ଭାବମୂର୍ତ୍ତିକୁ ପଦାରେ ପକାଇଛି, ଯାହାକୁ ନେଇ ମାହାଙ୍ଗା ବୁଦ୍ଧିଜୀବୀ ମାନେ ନାପସନ୍ଦ କରିବାସହ ସରାଦାଂକ ପ୍ରକୁତ ରୂପ ପଦାରେ ପଡ଼ିଥିବା ଚର୍ଚ୍ଚା କରିଛନ୍ତି
No Result
View All Result