No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର )ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ସ୍ଥାନରେ ଖରିଫ ଧାନ କ୍ରୟ ନେଇ ଚାଷୀଙ୍କ ମନରେ ଦ୍ୱନ୍ଦ ଓ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ସ୍ଥାନୀୟ ବ୍ଳକର ବହୁ ଗ୍ରାମାଂଚଳର ଚାଷୀଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧାନ ଗଚ୍ଛିତ ରହିବା ସହ ବିକ୍ରି କରିବା ଳସକାଶେ ଟୋକେନ୍ ରହିଥିଲେ ମଧ୍ୟ ଟାର୍ଗେଟ ପୁରଣ ହୋଇ ଯାଇଥିବାରୁ ସରକାର ଆଉ ଚାଷୀଙ୍କ ଠାରୁ ଚଳିତ ବର୍ଷର ଖରିଫ ଧାନ କିଣିବେକି ନାହିଁ ସେ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ବ୍ଳକର ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ବେଆଇନ ଭାବେ ଧାନ କ୍ରୟ କରାଯିବା ସହ ଅଣଚାଷୀଙ୍କୁ ଭାଗ ଚାଷୀ ଦର୍ଶାଇ ପ୍ରଥମେ ସେମାନଙ୍କ ଧାନ କିଣାଯାଇଥିବା ନେ୍ଇ ଅଂଚଳର ବହୁ ଚାଷୀ ଅଭିଯୋଗ କରିଛନ୍ତି । ବାସ୍ତବ କ୍ଷେତ୍ରରେ ପ୍ରକୃତ ଚାଷୀଙ୍କ ନିକଟରେ ଧାନ ବିକ୍ରି କରିବା ସକାଶେ ଟୋକେନ୍ ରହିଥିଲେ ମଧ୍ୟ ଟାର୍ଗେଟ ପୁରଣ ହୋଇଯାଇ ଥିବାରୁ ସେମାନଙ୍କ ନିକଟରେ ଗଚ୍ଛିତ ଥିବା ଧାନ ସରକାର କିଣିବେ କି ନାହିଁ ଦେ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି । ସମବାୟ ସମିତି ସମ୍ପାଦକ – ଓ ମିଲରଙ୍କ ମଧୁ ଚନ୍ଦ୍ରିକାରେ ଧାନ ବିକ୍ରି କାରବାର କରାଯାଉଥିବା ନେଇ କାଗଜ କଲମରେ ଦର୍ଶାଯାଉଛି । ବିକ୍ରି କରିଥିବା ଚାଷୀଙ୍କ ଚାଷ କାର୍ଯ୍ୟର ତଦନ୍ତ କରାଗଲେ ବହୁ ଗୁମର ରହସ୍ୟର ପର୍ଦ୍ଦାଫାଶ ହୋଇପାରିବ ବୋଲି ଧାନ ବିକ୍ରୟରୁ ବଂଚିତ ବହୁ ଚାଷୀ କହିଛନ୍ତି । ସ୍ଥାନୀୟ ବ୍ଳକ ସାହାପୁର ପଂଚାୟତର ବହୁ ଚାଷୀ ସେମାନଙ୍କ ଅମଳ ଫସଲକୁ ବିକ୍ରି କରିବା ସକାଶେ ଯୋଗାଣ ବିଭାଗ ପକ୍ଷରୁ ଟୋକେନ୍ ପ୍ରଦାନ କରାଯ୍ଧବଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟାର୍ଗେଟ ପୁରଣ ହୋଇଯାଇଥିବାରୁ ଅମଳ ଫସଲ ସରକାରଙ୍କୁ ବିକ୍ରି କରି ପାରିବେ କିନାହିଁ ସେ ନେଇ ଦ୍ୱନ୍ଦରେ ରହିଛନ୍ତି ।
ଘଟଣା ନେଇ ସଂପୃକ୍ତ ପଂଚାୟତର ସରଂପଚ ସହଦେବ ବେହେରାଙ୍କ ଗ୍ରାମର ବହୁ ଚାଷୀ ଆଲୋଚନା କରିଥିଲେ । କୌଣସି ପ୍ରକାର ସୁଫଳ ନମିଳିବାରୁ ସଂପୃକ୍ତ ଗ୍ରାମର ଚାଷୀ ଚେନ୍ନା ମଲ୍ଲିକ, ବିଜୟ ପ୍ରଧାନ, ସୁଦାମ ନାହାକ, ସଂଜୟ ନାହାକ, ସୁକାନ୍ତ ସାହୁ ପ୍ରମୁଖ ଅମଳ ଧାନ ନଷ୍ଟ ହୋଇଯିବା ଆଶଙ୍କା କରି ଶନିବାର ଘଟଣା ନେଇ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇ ଥିଲେ । ପ୍ରକାଶ ଥାଉକି, ଚଳିତ ବର୍ଷ ଖରିଫ ଧାନ କ୍ରୟ ସକାଶେ ସ୍ଥାନୀୟ ବ୍ଳକର ୧୯ଟି ସେବା ସମବାୟ ସମିତି, ଗୋଟିଏ ପାଣି ପଂଚାୟତ ଓ ଗୋଟିଏ ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସରକାରଙ୍କ ପକ୍ଷରୁ ସ୍ଥାନୀୟ ବ୍ଳକରୁ ଧାନ ସଂଗ୍ରହ ସକାଶେ ୨.୧୮ଲକ୍ଷ କୁଇଂଟାଲ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଚଳିତ ମାସ ୧୫ ତାରିଖ ସୁଦ୍ଧା ଧାର୍ଯ୍ୟ କରାଯାଇଥିବା ଟାର୍ଗେଟ ପୁରଣ ହୋଇସାରିଛି । ତଥାପି ସ୍ଥାନୀୟ ବ୍ଳକର ବହୁ ଚାଷୀ ଅମଳ ଧାନ ବିକ୍ରି କରିବା ସକାଶେ ଟୋକେନ୍ ମିଳିଥିଲେ ମଧ୍ୟ ଟାର୍ଗେଟ ପୁରଣ ହୋଇ ସାରିଥିବାରୁ ଧାନ ବିକ୍ରିରୁ ବଂଚିତ ରହିଛନ୍ତି । ଏ ନେଇ ସ୍ଥାନୀୟ ଯୋଗାଣ ଅଧିକାରୀ ପୁରଂଜୟ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ସ୍ଥାନୀୟ ବ୍ଳକର ବିଭିନ୍ନ ସମବାୟ ସମିତିରୁ ୨୭୦୦ ଚାଷୀଙ୍କୁ ଟୋକେନ ପ୍ରଦାନ କରାଯାଇଛି । ଅତିରିକ୍ତ ୭୦ ହଜାର କୁଇଂଟାଲ ଧାନ କିଣିବା ସକାଶେ ଅତିରିକ୍ତ ଟାର୍ଗେଟ ପ୍ରଦାନ ପାଇଁ ସରକାରଙ୍କ ନିକଟରେ ଆବେଦନ କରାଯାଇଛି । ସରକାରଙ୍କ ଦ୍ୱାରା ଅତିରିକ୍ତ ଟାର୍ଗେଟ ମଂଜୁର ମିଳିବା ପରେ ବଂଚିତ ଚାଷୀଙ୍କ ଠାରୁ ଧାନ କିଣାଯିବ ।
No Result
View All Result