No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର) ଭୁବନେଶ୍ୱର :- କଟକ କେନ୍ଦ୍ର ସମବାୟ ବ୍ୟାଙ୍କ, ଆଠଗଡ଼ ଶାଖା ଅଧୀନରେ ଥିବା ଗୁରୁଡ଼ିଝାଟିଆ ସେବା ସମବାୟ ସମିିତିରେ କୃଷି ଋଣ ଜାଲିଆତି ଓ ଆର୍ଥିକ ଅନିୟମିତତା ଘଟଣାରେ ଗୁରୁଡ଼ିଝାଟିଆ ସେବା ସମବାୟ ସମିତିର ପିଅନ ପ୍ରବୋଧ ରଞ୍ଜନ ପରିଡ଼ାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଚାଷୀମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଋଣ ଜାଲିଆତି ଓ ହେରଫେର ଅଭିଯୋଗର ତଦନ୍ତ ରିେ ପାର୍ଟରେ ତାଙ୍କ କାର୍ଯ୍ୟରେ ଅସଦ ଆଚରଣ ଓ ଗୁରୁତର ଦୁର୍ନୀତି ହୋଇଥିବା ବିଷୟ ଉଲ୍ଲେଖ କରିଥିବା ଦୃଷ୍ଟିରୁ ଏବଂ ସେବା ସମବାୟ ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ପ୍ରବୋଧ ରଞ୍ଜନ ପରିଡାଙ୍କୁ ସମବାୟ ବିଭାଗ ଦ୍ୱାରା କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଏହି ବହିଷ୍କାର ଅଦେଶ ତୁରନ୍ତ ଲାଗୁ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।
ପୂର୍ବରୁ କୃଷି ଋଣ ଜାଲିଆତି ପ୍ରସଙ୍ଗରେ ପ୍ରବୋଧ ରଞ୍ଜନ ପରିଡ଼ାଙ୍କୁ ନିଲମ୍ବନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ଗୁରୁଡ଼ି ଝାଟିଆ ସେବା ସମବାୟ ସମିତିରେ ଚାଷୀଙ୍କ ନାମରେ ବ୍ୟା ପକ କୃଷିଋଣ ଦୁର୍ନୀତି ଅଭିଯୋଗ ଆସିବା ପରେ ସମବାୟ ବିଭାଗ ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ସେବା ସମବାୟ ସମିତିର ସଂ ପାଦକଙ୍କ ସମେତ ଅନ୍ୟ କେତେକ କର୍ମଚାରୀ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ଼ ଶାଖାର କେତେକ ଅଧିକାରୀ ଓ କର୍ମଚାରୀଙ୍କ ସମତେ ୯ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା ।
ଘଟଣାର ଉ ପଯୁକ୍ତ ତଦନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭୁବନେଶ୍ୱରସ୍ଥିତ ସିଆଇଡି, କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅ ପରାଧ ଶାଖାଙ୍କୁ ନିବନ୍ଧକ, ସମବାୟ ସମିତି ସମୂହଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ଅର୍ଥନୈତିକ ଅ ପରାଧ ଶାଖା ଦ୍ୱାରା ଏହାର ସବିଶେଷ ତଦନ୍ତ କରାଯାଉଅଛି । ଇତି ପୂର୍ବରୁ ଗୁରୁଡ଼ିଝାଟିଆ ସେବା ସମବାୟ ସମିତିର ନିଲମ୍ବିତ ସଂ ପାଦକ ବିଜୟ କୁମାର ଦାସଙ୍କୁ ତାଙ୍କ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ବହିଷ୍କାର ନିମନ୍ତେ ପରିଚାଳନା ପରିଷଦ ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ ପରେ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା ।
No Result
View All Result