No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର) ଭୁବନେଶ୍ୱର :- ସଂନ୍ଧ୍ୟାରେ ଯୁକ୍ତାମୁଖି ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମିର ଦାସ ପ୍ରଦୀପ ପ୍ରଜ୍ଜୋଳନ କରି ଉଦ୍ଘାଟନ କରିଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ମଧ୍ୟମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦେଇଥିଲେ । ସେହିପରି ବିଷିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ଅଭିମନ୍ୟୁ ଦାସ ଓ ଶ୍ରୀମତୀ ଶୁଭଶ୍ରୀ ଦାଶ ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ଯୋଗଦେଇଥିବା ଅତିଥିମାନେ ଅନୁଷ୍ଠାନର ଏକ ସ୍ମରଣିକା ଉନ୍ମୋଚନ କରିବା ସହ ସମାଜସେବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ କାର୍ଯ୍ୟ କରିଥିବା ୬୦ଜଣ ବ୍ୟକ୍ତିବିଷେଙ୍କୁ ଜଣଙ୍କୁ ତୁଳସୀଗଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ । ସଂଗଠନର ମୁଖ୍ୟ ଶ୍ରୀମତୀ ଶ୍ରିୟାସ୍ମିତା ପଣ୍ଡା ଅତିଥି ପରିଚୟ ପ୍ରଦାନ କରି ସଂଗଠନ ସମ୍ପର୍କରେ ବିସ୍ତୃତ ବିବରଣୀ ପାଠ କରିଥିଲେ । ସେ କହିଥିଲେ ଯୁକ୍ତାମୁଖି ଅନୁଷ୍ଠାନ ଏକ ସାମାଜିକ ଅନୁଷ୍ଠାନ ଅଟେ ।
ଏହି ଅନୁଷ୍ଠାନ ବିଗତ ବର୍ଷ ସାରା ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ଥିବା ବିଭିନ୍ନ ବସ୍ତି, ବିଭିିନ୍ନ ସେବାଶ୍ରମ, ଭିନ୍ନକ୍ଷମ ଆଶ୍ରମ ଗୁଡ଼ିକରେ ଥିବା ଗରିବ ଅସହାୟ, ନିଷ୍ପେଷିତ ଏବଂ ଅନାଥ ମାନଙ୍କୁ ବିଭିନ୍ନ ସମୟରେ ଖାଦ୍ୟ, କମଳ , ବସ୍ତ୍ର ବଂଟନ କରିଥିବା ବେଳେ ବିଶେଷ କରି ଅନାଥଙ୍କୁ ପାଠ ପଢ଼ିବାପାଇଁ ଶିକ୍ଷା ସାମଗ୍ରୀ ଯୋଗାଇ ଦେଇଅଛନ୍ତି । ମହାମାରୀ କରୋନା ସମୟରେ ଲକ୍ଡାଉନ – ସଟଡାଉନ ଘୋଷଣାରେ ଗରିବ ଓ ମଧ୍ୟବିତ ଲୋକମାନେ ଜୀବିକା ହରାଇ ଜୀବନ ପାଇଁ ସଂଗ୍ରାମ କରୁଥିବା ବେଳେ ସେମାନଙ୍କୁ ମଧ୍ୟ ଖାଦ୍ୟ, ଔଷଧ, ବସ୍ତ୍ର ବାଂଟିଛନ୍ତି । ଉତ୍ସବରେ ଯୋଗଦେଇଥିବା ଅତିଥି ବୃନ୍ଦ ଏହି ଅନୁଷ୍ଠାନର ଉତୋରତର କାମନା କରିବା ସହ ଲୋକହିତକର ସମାଜ ସେବାପାଇଁ ଯୁକ୍ତାମୁଖି ସ୍ୱେଚ୍ଛାସେବୀ ଅନୁଷ୍ଠାନର ଉଚ୍ଚ ପ୍ରଶଂସା କରିଥିଲେ । ଅନୁଷ୍ଠାନର ପ୍ରଶନ୍ନ ନାୟକ, ସରୋଜ ସ୍ୱାଇଁ, ସୂର୍ଯ୍ୟମଣୀ ନାୟକ, ଅଜୟ ସାହୁ, ମଧୁ ପଟ୍ଟନାୟକ, ଗୀତାରାଣି ବେହେରା, ସୁଚିସ୍ମିତା ରାଉତ, ସରୋଜ ସାହୁ, ପଲ୍ଲବୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମିଟୁ ମହାରଣା ଧନ୍ୟବାଦ ଦେଇଥିଲେ । ସର୍ବଶେଷରେ କୁନି କୁନି ଭିନ୍ନକ୍ଷମ କଳାକାଳରଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇିଥିଲା ।
No Result
View All Result