No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଫେବୃଆରୀ ଶନିବାର ) ଭୁବନେଶ୍ୱର :- ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ଖୁବ୍ଶୀଘ୍ର ଗାଇଡ୍ଲାଇନ୍ ଆସିବ । ଜାତୀୟ ସେବା ଯୋଜନା ସମୀକ୍ଷା କରିବା ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏଭଳି ନିର୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ କିଛିଦିନ ତଳେ କ୍ୟାମ୍ପସରୁ ଡ୍ରଗ୍ ସଚେତନତା ଆରମ୍ଭ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ହୋଇଥିଲା । ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଅଧିକ ନିଶାସକ୍ତ ହେଉଛନ୍ତି । ତାହାକୁ ରୋକିବା ଲାଗି କ୍ୟାମ୍ପସ୍ରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯିବ ।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡିକରେ ନିଶା ସେବନ ହାର ଯଥେଷ୍ଟ କମ୍ ରହିଛି । ତଥାପି ଏହି ହାରକୁ ଜିରୋରେ ପହଞ୍ଚାଇବା ପାଇଁ ଏନ୍ଏସ୍ଏସ୍ର ସ୍ୱେଚ୍ଛାସେବୀମାନେ କ୍ୟାମ୍ପସରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟର ୨୧ଟି ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ଏକ ଲକ୍ଷ ୧୫ ହଜାର ୫ଶହ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ କାର୍ଯ୍ୟରତ ଅଛନ୍ତି । ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀ ଅନେକ ସମୟରେ ନିଶା ସେବନ କରୁଛନ୍ତି । ଯେଉଁଥିପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକର ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ବେଳେ ଛାତ୍ରଛାତ୍ରୀ ପଥଭ୍ରଷ୍ଟ ହେଉଛନ୍ତି ।
ଏଥିରୁ ବଞ୍ଚିବା ପାଇଁ କ୍ୟାମ୍ପସକୁ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ସରକାରଙ୍କ ଏପରି ଉଦ୍ୟମକୁ ଶିକ୍ଷାବିତମାନେ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ଏନ୍ଏସ୍ଏସ୍ ଅଧିକାର ତଥା ଉପ-ଶାସନ ସଚିବ ଡ. ସୁରେଖା ସୁନ୍ଦରୀ ସ୍ବାଇଁ ପ୍ରଶିକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ ।
No Result
View All Result