No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୦ ଫେବୃଆରି , ଶନିବାର ) ପାରଳାଖେମୁଣ୍ଡି :- ନୀତି ଆୟୋଗ ଷଷ୍ଠ ବୈଠକରେ ଯୋଗ ଦେଇ ଖୁବ କଡାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ପ୍ରତ୍ୟେକ ଅପରାଧକୁ ରାଜନୀତି କରଣ କରାଯାଉଛି । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟି କୋଣରୁଏପରିକି ଓଡ଼ିଶା ମାଟିରେ ଆନ୍ଧ୍ର ପ୍ରଦେଶ କୋତୁର ମଣ୍ଡଳ କୌଶଲ୍ୟାପୁରମ ର ଏହି ଅଂଚଳ ବୋଲି ଦର୍ଶାଯାଇଛି । ସମାନ୍ତରାଳ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲି ସୀମାନ୍ତ ଗାଁରେ ଥିବା ଗରିବ ପରିବାରର ଛାତ୍ରଛାତ୍ରୀଙ୍କ ଆକୃଷ୍ଟ କରୁଛି ଆନ୍ଧ୍ର । ଏହି ସ୍କୁଲର ଚିତ୍ର ସାମ୍ନାକୁ ଆସିବା ପରେ ଓଡ଼ିଶ ସୀମାରେ ଆନ୍ଧ୍ର ବିସ୍ତାର ବାଦ ନୀତିର ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ଦେଖାଯାଉଛି । ଏହା ଦେଶର ଉନ୍ନତି ଓ ବିକାଶ କାମରେ ବଡ ବାଧକ । ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ ପାଇଁ କାମ କରିବା ଦରକାର ।
ସେପଟେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ୭ଟି ଜିଲ୍ଲାରେ ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସୀମା ବିବାଦ ଲାଗି ରହିଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ନୂଆଁପଡ଼ା କୋରାପୁଟ, ଗଂଜାମ ଓ ଗଜପତି । ବିଧାନସଭାରେ ଏସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ଉତର ଦେଇଛନ୍ତି । ପଡ଼ୋଶୀ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସୀମା ବିବାଦର ସମାଧାନ ପାଇଁ ସରକାର ଉଦ୍ୟମ କରୁଛନ୍ତି । ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ସୀମାନ୍ତବର୍ତୀ ଲୋକମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର ପ୍ରୟାଶ କରୁଛନ୍ତି । ସେହିପରି କୋଟିଆର ବିକାଶ ପାଇଁ ୧୫ ସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାଇ ରଖିବାକୁ କହିଥିଲେ । ଏବେ ମାମଲା ସୁପ୍ରିମକୋଟ ରେ ଥିବାରୁ କୋଟିଆ ପ୍ରସଙ୍ଗରେ ଓଡ଼ିଶାର ବିଜୟ ହେବ ବୋଲି ସେ ଦମ୍ଭକ୍ତି କରିଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result