ମୃତ୍ୟୁ ପରେ ବି ପ୍ରତିଭା ଲୋକଙ୍କୁ ସମାଜରେ ବଞ୍ଚାଇ ରଖେ, ନାଟ୍ୟକାର ମହାଦେବ ମହାନ୍ତିଙ୍କ ୮୯ ତମ ଜୟନ୍ତୀ ପାଳିତ !

ମାହାଙ୍ଗା (ଓଡିଶା ତାଜା ନିଉଜ ) ମାହାଙ୍ଗା 5/2/20 :- ମାହାଙ୍ଗା ମାଟିର ସୁନାମଧନ୍ୟ ସାହିତ୍ୟିକ ବିଶିଷ୍ଟ କବି ଏବଂ ନାଟ୍ୟକାର ସ୍ବର୍ଗତ ମହାଦେବ ମହାନ୍ତିଙ୍କ ୮୯ ତମ ଜନ୍ମ ଜୟନ୍ତୀ କୋଠପଦା ଠାରେ ପାଳିତ ହୋଇଥିଲା l ଜନ୍ମ ଏବଂ ମୃତ୍ୟୁ ଠାରୁ ଯେ କୌଣସି ସ୍ରଷ୍ଟାର ସାରସ୍ୱତ ସୃଷ୍ଟି ସଂପଦ ଅଧିକ ମୂଲ୍ୟବାନ ବୋଲି ସ୍ୱୀକାର କରିବାକୁ ପଡିବ l ମୃତ୍ୟୁ ପରେ ବି ପ୍ରତିଭା ଲୋକଙ୍କୁ ସମାଜରେ ବଞ୍ଚାଇ ରଖେ, ଯାହାକି ଚିରକାଳ ଜଣେ ସ୍ରଷ୍ଟାଙ୍କୁ ସମାଜରେ ଶ୍ରଦ୍ଧା ଓ ସମ୍ମାନ ଦେଇଥାଏ l ସେମିତି ଜଣେ ସ୍ରଷ୍ଟା ଥିଲେ ମହାଦେବ ମହାନ୍ତି l

ମାହାଙ୍ଗା -ବଡ଼ଚଣା ସାହିତ୍ୟ ସଂସ୍କୃତି ପରିଷଦ ସଭାପତି କବି ତଥା ସାମ୍ବାଦିକ ଭକ୍ତ ଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରଖ୍ୟାତ ସାଧକଙ୍କ ଜୟନ୍ତୀ ଉତ୍ସବକୁ ବିଶିଷ୍ଟ ନାଟ୍ୟ ସଂଗଠକ ମାଧବ ଚନ୍ଦ୍ର ପଣ୍ଡା ଉଦଘାଟନ କରି ଓଡ଼ିଆ ସାରସ୍ୱତ ଜଗତକୁ କାଳଜୟୀ ପୁରୁଷ ମହାଦେବ ମହାନ୍ତିଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ l ମୁଖ୍ୟ ଅତିଥି ଭାବେ ଯୁଗାନ୍ତର ସାହିତ୍ୟ ସାଂସଦର ସଂପାଦକ ଭାଗ୍ୟଧର ସାହୁ କହିଲେ ସାହିତ୍ୟିକର ମୃତ୍ୟୁ ନଥାଏ l ଲେଖକଟିଏ ମଣିଷ ହୃଦୟର ସ୍ପନ୍ଦନ ଭିତରେ ଚିରକାଳ ବଞ୍ଚିରହେ l ମୁଖ୍ୟ ବକ୍ତା ଭାବରେ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି କହିଲେ ମାହାଙ୍ଗାର ଏକ ଅଖ୍ୟାତ ପଲ୍ଲୀ ଗ୍ରାମରେ ଜନ୍ମିତ ଏହି ନାଟ୍ୟ ସାରଥୀ ଓଡ଼ିଆ ବାଣୀଭଣ୍ଡାରକୁ ଦେଇଯାଇଥିବା ସୃଜନ ସଂପଦ କାଳଜୟୀ l ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଡକ୍ଟର ଏକାଦଶୀ ପ୍ରଧାନ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ଶିକ୍ଷାବିତ ଅଭୟ ଚରଣ ପଣ୍ଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ମହାଦେବ ସାହିତ୍ୟର ମୂଲ୍ୟାୟନ କରିଥିଲେ l ଚଳିତ ବର୍ଷପାଇଁ ନାଟ୍ୟକାର କିଶୋର ଚନ୍ଦ୍ର ଦାଶ ଏବଂ କବି ବିରୁପାକ୍ଷ ରାୟଙ୍କୁ ମହାଦେବ ମହାନ୍ତି ସାରସ୍ୱତ ସମ୍ମାନ -2020 ପ୍ରଦାନ କରାଯାଇଥିଲା l

ଅନୁଷ୍ଠାନର ସଂପାଦକ ଦିଲୀପ ରାଉତ ଅତିଥି ପରିଚୟ ଓ ଉପସଭାପତି ଏକାଦଶୀ ସେଠୀ ସ୍ୱାଗତ ଭାଷଣ ଦେଇଥିବାବେଳେ କବି ରାଜକିଶୋର ମିଶ୍ର, କବି ବିଦ୍ୟୁଲତା ପ୍ରଧାନ, କବି ଗୌତମ ଜେନା, ସାରସ୍ୱତ ସଂଗଠକ ରତ୍ନାକର ମହାନ୍ତି, ଅଭିନେତା ଶ୍ୟାମାନୁଜ ମହାନ୍ତି,ସାମାଜିକକର୍ମୀ ଭବାନୀ ମହାନ୍ତି, କବି ଜିତେନ୍ଦ୍ର ସାହୁ,ଶିକ୍ଷକ ପ୍ରତାପ କିଶୋର ନାୟକ, ଇଂଜିନିୟର ପ୍ରଫୁଲ୍ଲ କୁମାର ବେହେରା, ଯତୀନ୍ଦ୍ର ନାଥ ଦାସ, ମାଗୁଣି ଚରଣ ସାମଲ, ରଞ୍ଜୁଲତା ରାଉତ, ଶୁଭଶ୍ରୀ ବିଶ୍ୱାଳ, ଅଜୟ ନନ୍ଦ,ସୁରେଶ ବଳ, ପ୍ରମୁଖ ନାଟ୍ୟକାର ମହାନ୍ତିଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ସୁଲତାନ ସଇଫୁଲା ଖାଁ ଧନ୍ୟବାଦ ଦେଇଥିଲେ l ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,