ମାନସିକ ଅନଗ୍ରସର ଯୁବକଙ୍କୁ ଉଦ୍ଧାର ପରେ ପରିବାର ସଦସ୍ୟଙ୍କ ହସ୍ତାନ୍ତର କଲେ ଥାନା ଅଧିକାରୀ

ଓଡିଶା ତାଜା ନ୍ୟୁଜ୍ (୨୦ ଫେବୃଆରି , ଶନିବାର ) ହିଞ୍ଜିଳିକାଟୁ :- ଗତ କିଛି ମାସ ଧରି ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଜଣେ ମାନସିକ ଅନଗ୍ରସର ଯୁବକ ଘୁରି ବୁଲୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଖବର ପାଇ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ଯୁବକ ଜଣକ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ବାଦିଗୁଡା ଗ୍ରାମର ନକୁଳ ନିଶାଳଙ୍କ ପୁଅ ଦିବାକର ଓରଫ ଶିବ ।ସଂପୃକ୍ତ ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଖାଦ୍ୟ, ପାନୀୟ ଓ ପୋଷାକ ପ୍ରଦାନ କରି ଯୁବକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଓ ଠିକଣା ପଚାରି ବୁଝିଥିଲେ । ଯୁବକଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବା ପରେ ପରିବାର ସଦସ୍ୟ ଶନିବାର ସନ୍ଧ୍ୟାରେ ହିଞ୍ଜିଳି ଥାନାରେ ପହଞ୍ଚି ପୁଅକୁ ନିଜ ଗ୍ରାମକୁ ଫେରାଇ ନେଇଥିଲେ । ହିଞ୍ଜିଳି ଥାନା ଅଧିକାରୀ ଶ୍ରୀ ଦାସଙ୍କ ଏଭଳି କାର୍ଯ୍ୟ ପାଇଁ ସଂପୃକ୍ତ ଯୁବକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।   (ରିପୋର୍ଟ – ଶୁସାନ୍ତ ପ୍ରଧାନ )