• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନରେ -ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

Proprietor Abhimanyu Maharana by Proprietor Abhimanyu Maharana
February 20, 2021
in ଓଡ଼ିଶା, ଦେଶ, ମହାନଗର, ରାଜନୀତି, ହୋମ୍
0
ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନରେ -ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉତ୍ତର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୦ ଫେବୃଆରୀ ଶନିବାର ) ଭୁବନେଶ୍ୱର :- ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବକୁ ମୁଁ ସ୍ବାଗତ କରୁଛି, ୧. ଗତ ଏକ ବର୍ଷ ହେଲା ସାରା ବିଶ୍ବ ଏକ ଅଭୂତପୂର୍ବ ସଙ୍କଟ ମଧ୍ୟ ଦେଇ ଗତି କରୁଛି. ମାନବ ସଭ୍ୟତାର ଇତିହାସରେ କେବେ ବି ଏପରି ଏକ ଭୟଙ୍କର ମହାମାରୀ ସାରା ବିଶ୍ବକୁ କବଳିତ କରି ନଥିଲା, ଏହି ସଙ୍କଟ ପ୍ରତ୍ୟେକ ଦେଶ, ପ୍ରତ୍ୟେକ ସହର, ପ୍ରତ୍ୟେକ ଗାଁ ତଥା ପ୍ରତି ବ୍ୟକ୍ତିକୁ ପ୍ରଭାବିତ କରିଛି. ଏହା କେବଳ ଏକ ଜନସ୍ବାସ୍ଥ୍ୟ ସମସ୍ୟା ନୁହେଁ, ଏହା ସମସ୍ତଙ୍କର ଅର୍ଥନୀତି ତଥା ଜୀବନ ଜିବିକାକୁ ମଧ୍ୟ ଭୀଷଣ କ୍ଷତି କରିଛି,

୨. କୋଭିଡ଼-୧୯ ମହାମାରୀ ସୃଷ୍ଟି କରିଥିବା ଆହ୍ବାନକୁ ସମ୍ମୁଖୀନ ହେବାରେ ଆମର ବିପର୍ଯ୍ୟୟ ପ୍ରସ୍ତୁତି ତଥା ଜନସାଧାରଣଙ୍କ ସହଯୋଗ ପାଇଁ ମୁଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି. ପରିସ୍ଥିତିର ଆଗୁଆ ଆକଳନ କରି ଆମ ସରକାର ଦୂରଦୃଷ୍ଟିର ସହ ଅନେକ ଆଗୁଆ ପଦକ୍ଷେପ ନେଇଛନ୍ତି. ଏହା ଥିଲା ଏକ ସଂପୂର୍ଣ୍ଣ ଭିନ୍ନ ଧରଣର ଯୁଦ୍ଧ ଏବଂ ଆମେ ସମସ୍ତେ ଏକ ଅଜଣା ଓ ଅଦୃଶ୍ୟ ଶତ୍ରୁ ବିରୋଧରେ ସଂଗ୍ରାମ କରୁଥିଲୁ. ସେ ଯାହାହେଉ ନା କାହିଁକି ଏକ ସମାଜ ଭାବରେ ଆମେ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଏହାର ଫଳପ୍ରଦ ମୁକାବିଲା କରିପାରିଛୁ.

୩. ଓଡ଼ିଶାରେ କୋଭିଡ଼ର ପ୍ରଥମ ରୋଗୀ ଚିହ୍ନଟ ହେବାର ପୂର୍ବରୁ ଏହାକୁ ଏକ ବିପର୍ଯ୍ୟୟ ଭାବରେ ଘୋଷଣା କରିବାରେ ଆମେ ଥିଲୁ ଦେଶର ଅଳ୍ପ କେତେକ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ. ଜାତୀୟ ସ୍ତରରେ ଲକଡ଼ାଉନ ଘୋଷଣାର ବହୁ ପୂର୍ବରୁ ଆମ ରାଜ୍ୟ ଓଡ଼ିଶା ପ୍ରତିଷେଧକ ମୂଳକ ପଦକ୍ଷେପ ଭାବରେ ଲକ୍ଷ୍ୟ ଭିତ୍ତିକ ଲକଡ଼ାଉନ ଘୋଷଣା କରିଥିଲା। ସାରା ରାଜ୍ୟରେ କୋଭିଡ଼ ନିୟମାବଳୀକୁ କଡ଼ାକଡ଼ି ଭାବରେ ଲାଗୁ କରିଥିଲୁ. ଏହା ହିଁ ଭାଇରସ ସଂକ୍ରମଣକୁ ରୋକିବାରେ ବହୁ ପରିମାଣରେ ସାହାଯ୍ୟ କରିଥିଲା.

୪. ଗରିବ ଲୋକମାନେ ଯେପରି ଅସୁବିଧାରେ ନପଡ଼ିବେ ସେଥିପାଇଁ ଆମେ ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ, ପେନସନ ଓ ବୃତ୍ତି ଆଦିର ବ୍ୟବସ୍ଥା କରିଥିଲୁ. ଅଙ୍ଗନବାଡ଼ି ମାଧ୍ୟମରେ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯାଉଥିଲା. ରାଜ୍ୟରେ ଅନେକ ସ୍ଥାନରେ ମାଗଣା ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା. ବୁଲା ବିକାଳୀଙ୍କ ପରି ଅଧିକ ସମ୍ବେଦନଶୀଳ ବର୍ଗଙ୍କ ପାଇଁ ଆଥିର୍କ ସହାୟତାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା.

୫. କେବଳ କୋଭିଡ଼ ରୋଗର ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ dedicated କୋଭିଡ଼ ଡ଼ାକ୍ତରଖାନା କରିବାରେ ଓଡ଼ିଶା ହିଁ ଥିଲା ପ୍ରଥମ ରାଜ୍ୟ. ବଡ଼ ବଡ଼ ଘରୋଇ ଡ଼ାକ୍ତରଖାନା ସହିତ ମିଶି ଆମେ ସାରା ରାଜ୍ୟରେ କୋଭିଡ଼ ଡ଼ାକ୍ତରଖାନା ଖୋଲିଥିଲୁ.ଏସବୁ କାମ ରେକର୍ଡ଼ ସମୟ ମଧ୍ୟରେ ବ୍ୟବସ୍ଥା କରାଯାଇଥିଲା. covid care centre ଏବଂ temporary medical camp ସହିତ ଏହି କୋଭିଡ଼ ଡ଼ାକ୍ତରଖାନାଗୁଡ଼ିକ କମ୍ ସମୟ ମଧ୍ୟରେ ହଜାର ହଜାର ରୋଗୀକୁ ସଫଳ ଭାବରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ. ଅଗଷ୍ଟ-ସେପ୍ଟେମ୍ବର ୨୦୨୦ ମାସରେ ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣ ସମୟରେ ମଧ୍ୟ ଯେପରି ଲୋକମାନେ ଆତଙ୍କିତ ହେବେ ନାହିଁ ସେ ଦିଗରେ ଏହି ଡ଼ାକ୍ତରଖାନାଗୁଡ଼ିକ ଏବଂ ଆମ୍ବୁଲାନ୍ସ ସେବା ତାର ନିରଳସ ଉଦ୍ୟମ ଜାରି ରଖିଥିଲା.

୬. ସେ ସଙ୍କଟ ସମୟରେ ଓଡ଼ିଶା ବାହାରେ ରହୁଥିବା ଆମର ଲକ୍ଷ ଲକ୍ଷ ଭାଇ ଭଉଣୀ ନିଜ ନିଜ ଘରକୁ ଫେରିଥିଲେ. ସେହି ଦାୟିତ୍ବକୁ ଆମେ ଅତ୍ୟନ୍ତ ଦକ୍ଷତା ଓ ସମ୍ବେଦନଶୀଳତାର ସହ ନିର୍ବାହ କରିଥିଲୁ. ଗାଁ ସ୍ତର ପର୍ଯ୍ୟନ୍ତ ଏଭଳି ବିପୁଳ ସଂଖ୍ୟାରେ ସଙ୍ଗରୋଧ କେନ୍ଦ୍ର ଖୋଲିବାରେ ଆମେ ସମ୍ଭବତଃ ଦେଶର ଏକମାତ୍ର ରାଜ୍ୟ ଥିଲୁ୤ ସାରା ରାଜ୍ୟରେ କୋଭିଡ଼ ସଙ୍କଟର ସଫଳ ମୁକାବିଲା ପାଇଁ ଆମର ସରପଞ୍ଚ, ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତିର ମା’ମାନେ ଏବଂ ଆଶା କର୍ମୀଙ୍କ ପରି କ୍ଷେତ୍ର କର୍ମଚାରୀ ମାନେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦାୟିତ ନିର୍ବାହ କରିଥିଲେ.

୭. ସେହି ସମୟରେ ଆମେ ଅମ୍ପାନ ମହାବାତ୍ୟାର ମଧ୍ୟ ସମ୍ମୁଖୀନ ହୋଇଥିଲୁ୤ ଜନସାଧାରଣଙ୍କ ସାହାଯ୍ୟ ଓ ସହଯୋଗ ଯୋଗୁଁ ଏହି ଆହ୍ବାନର ମଧ୍ୟ ସଫଳ ମୁକାବିଲା କରିଥିଲୁ.

୮. ଆମ କୋଭିଡ଼ ପରିଚାଳନାର ବିଶେଷତ୍ବ ଥିଲା ପରୀକ୍ଷା ଠାରୁ ଆରମ୍ଭ କରି treatment ପର୍ଯ୍ୟନ୍ତ ସବୁକିଛି ସମସ୍ତଙ୍କ ପାଇଁ ମାଗଣାରେ ହିଁ ମିଳୁଥିଲା. କୋଭିଡ଼ ପଜିଟିଭ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା, ଅଲଗା ରଖିବା ତଥା treatment କରିବାରେ ଏହା ବିଶେଷ ସହାୟକ ହୋଇଥିଲା. ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା କମ୍ କରିବାରେ ଏହା ଥିଲା ଏକ ମୁଖ୍ୟ କାରଣ.  କୋଭିଡ଼ ପରିଚାଳନା ରେ ଗୋଷ୍ଠୀକୁ ଅନ୍ତଭୁର୍କ୍ତ କରିବା ଦ୍ବାରା ଆମେ ବ୍ୟାପକ ସଚେତନତା ସୃଷ୍ଟି କରିପାରିଥିଲୁ ଏବଂ ସ୍ଥାନୀୟ ଭାବରେ ମଧ୍ୟ କୋଭିଡ଼ ରୋଗ ପରିସ୍ଖଳନା ଠିକ୍ ଭାବରେ କରିପାରିଥିଲୁ.

ମହାମାରୀର ସଫଳ ମୁକାବିଲା ପାଇଁ ଓଡ଼ିଶା WHO ତଥା ଅନ୍ୟ ପ୍ରସିଦ୍ଧ ଅନୁଷ୍ଠାନଗୁଡ଼ିକ ଦ୍ବାରା ମଧ୍ୟ ପ୍ରଶଂସିତ ହୋଇଛି.

୯. ଏକ ଅନିଶ୍ଚିତ ପରିସ୍ଥିତି ତଥା ସାମାଜିକ ପ୍ରତିବନ୍ଧକରୁ ଆମେ ଆଜି ଟୀକାକରଣରେ ପହଞ୍ଚିଛୁ ଏବଂ ଜୀବନ ସ୍ବାଭାବିକ ହେବା ଆରମ୍ଭ କରିଛି. ଏହି ଅବସରରେ ମୁଁ ଆମର ପଞ୍ଚାୟତ ପ୍ରତିନିଧିମାନଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତିର ମା ମାନଙ୍କୁ, ପ୍ରଶାସନ ସ୍ବାସ୍ଥ୍ୟ ବିଭାଗର କର୍ମସ୍ଖରୀ, ପୋଲିସ ଇତ୍ୟାଦି ସମସ୍ତକୁ ଦୀର୍ଘ ସମୟଧରି ସେମାନଙ୍କ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଉଛି. କରୋନା ବିରୋଧରେ ସଂଗ୍ରାମରେ ଶହୀଦ ହୋଇଥିବା ଆମର କୋଭିଡ଼ ଯୋଦ୍ଧାମାନଙ୍କ ତ୍ୟାଗକୁ ଆମେ ସବୁଦିନ ଶ୍ରଦ୍ଧାର ସହ ସ୍ମରଣ କରୁଥିବୁ. ଏହି ଯୋଦ୍ଧାମାନଙ୍କ ପରିବାରକୁ ସରକାର ସବୁପ୍ରକାର ସହଯୋଗ ଯୋଗାଇ ଦେବେ. ଯଦିଓ ସଂକ୍ରମଣ କମିଛି ତଥାପି ଯୁଦ୍ଧ ବିରତି ପାଇଁ ଆମକୁ ଆହୁରି ପଥ ଅତିକ୍ରମ କରିବାକୁ ହେବ. ମହାରାଷ୍ଟ୍ର ତଥା ଅନ୍ୟ କେତେକ ରାଜ୍ୟରେ ଏବେ ଯେଭଳି କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଛି ତାହା ଚିନ୍ତାଜନକ. ତେଣୁ ମାସ୍କ ପିନ୍ଧିବା ସାମାଜିକ ଦୂରତ୍ବ ରଖିବା ଏବଂ କୋଭିଡ଼ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ମୁଁ ଓଡ଼ିଶାବାସୀକୁ ଅନୁରୋଧ କରୁଛି.

୧୦. ଆମ ସରକାର ସବୁବେଳେ ଗୋଟିଏ ଲକ୍ଷ୍ୟ ନେଇ କାମ କରୁଛି, ତାହା ହେଲା ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ.

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ ପାଇଁ ଆମେ ଅନେକ ଅର୍ଥ ଖର୍ଚ୍ଚ କରୁଛୁ. ଜିଲ୍ଲା ଚିକିସିାଳୟ ତଥା ମେଡ଼ିକାଲ କଲେଜ ପରି ବଡ଼ ବଡ଼ ସ୍ବାସ୍ଥ୍ୟ ପ୍ରକଳ୍ପ କାମ ଜାରି ରହିଛି. scB medical college and Hospital କୁ ଦେଶର ଏକ ଅଗ୍ରଣୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବରେ ଗଢ଼ିବା ପାଇଁ ଆମେ ୩୫୦୦ କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ ରଖିଛୁ୤ ମୁଁ ଆଶା କରୁଛି ଯେ ଏଭଳି ଏକ ଉଚ୍ଚସ୍ତରୀୟ ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ଆମ ରାଜ୍ୟର ଲୋକମାନେ ମାଗଣାରେ ବିନା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପାଇପାରିବେ.

୧୧. ରାଜ୍ୟ ଅର୍ଥନୀତିକୁ ମହାମାରୀ ପ୍ରଭାବରୁ ପୁନରୁଦ୍ଧାର କରିବା ଆମର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ଥିଲା.  ମୁଁ ଖୁସିର ସହ କହିବାକୁ ସ୍ଖହେଁ ଯେ ଆମ ଅର୍ଥନୀତି ପୂର୍ବ ଅବସ୍ଥାକୁ ଫେରି ଆସିଛି ଏବଂ ଗତବର୍ଷର ଏହି ସମୟ ତୁଳନାରେ ଆମର ରାଜସ୍ବ ୭.୫% ବୃଦ୍ଧି ପାଇଛି. ଓଡ଼ିଶାର ଆଥିର୍କ ସ୍ଥିତି ଦେଶର ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି.

୧୨. ମହାମାରୀ ସଙ୍କଟରୁ ଉଦ୍ଧରିବା ପାଇଁ ଆମେ MSMeମାନଙ୍କୁ ଆଥିର୍କ ସହାୟତା ଦେଇଛୁ. ଲକ୍ଡ଼ାଉନ୍ ସମୟରେ ଯେପରି ଶିଳ୍ପମାନଙ୍କର ଯୋଗାଣ ଓ production ପ୍ରଭାବିତ ନହୁଏ, ସେଥିପାଇଁ ଆମେ ସେମାନଙ୍କ ସହ ନିରନ୍ତର ସଂପର୍କରେ ଥିଲୁ.

୧୩. ମହାମାରୀ ସତ୍ବେ ଓଡ଼ିଶା ଦେଶର ଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥାନ ହୋଇପାରିଛି. ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶାରେ ୧.୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି. start up ranking ରେ ମଧ୍ୟ ଆମେtop performer ହୋଇପାରିଛୁ ଆଗାମୀ ଦିନରେ ଏ ଦିଗରେ ଆମେ ଆମର ଉଦ୍ୟମ ଜାରି ରଖିବୁ.
୧୪. ଐତିହ ସଂରକ୍ଷଣ ଏବଂ ବିକାଶ ଆମର ସର୍ବୋଚ୍ଚ ପ୍ରାଥମିକତା ରହି ଆସିଛି। ଜନସାଧାରଣଙ୍କ ସହଯୋଗରେ ପୁରୀ, ଏକାମ୍ର କ୍ଷେତ୍ର, ମା ସମଲେଶ୍ବରୀ, ହରିଶଙ୍କର, ନୃସିଂହନାଥ, କୋଣାର୍କ, ତାରାତାରେଣୀ ଆଦି ପୀଠ ମାନଙ୍କରେ ବ୍ୟାପକ ବିକାଶ ପାଇଁ ପଦକ୍ଷେପ ନେଇଛୁ. ଓଡ଼ିଶା ମହାନ ଐତିହ ସମ୍ପନ୍ନ ରାଜ୍ୟ. ସାରା ବିଶ୍ବରେ ଆମ ସଂସ୍କୃତିର ପ୍ରସାର ପାଇଁ ଆମେ ସମସ୍ତେ ଏକାଠି କାମ କରିବା ଦରକାର. ଉତ୍ତମ ସୁବିଧା ସୁଯୋଗର ବିକାଶ ଦ୍ବାରା ଓଡ଼ିଶାକୁ ସାରା ବିଶ୍ବର ବହୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ. ତେଣୁ ପୁରୀରେ ଏକ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ଆମେ ପ୍ରସ୍ତାବ ଦେଇଛୁ. ଆମର ଏସବୁ ପଦକ୍ଷେପ ଆମ ସଂସ୍କୃତିର ବିକାଶ ସହ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିବ.

୧୫. ଆମର eco retreat project ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଏବଂ ଏହା ପର୍ଯ୍ୟଟନ କ୍ଷେତ୍ରକୁ ଚଳଚଞ୍ଚଳ କରିଛି. ପୁରୀର blue flag beach ପ୍ରମାଣିତ କରିଛି ଯେ ଆମର ବେଳାଭୂମି ଓ ପର୍ଯ୍ୟଟନ ଭିତ୍ତିଭୂମି ବିଶ୍ବସ୍ତରୀୟ ହେବାର ସାମର୍ଥ୍ୟ ରଖିଛି.

୧୬. ଉଭୟ ସହର ଓ ଗ୍ରାମାଞ୍ଚଳରେ ପାଇପ ପାଣି ଯୋଗାଣ ଆମର ଏକ ମୁଖ୍ୟ ଫୋକସ. ୭୨୦୦ କୋଟି ଟଙ୍କାର ୨୭ mega pipe water supply ପ୍ରକଳ୍ପ କାମ ଆରମ୍ଭ ହୋଇଛି. ଶତପ୍ରତିଶତ ଘରକୁ ପାଇପ ପାଣି ଯୋଗାଇବାରେ ଭୁବନେଶ୍ବର ଦେଶର ପ୍ରଥମ ପ୍ରମୁଖ ସହର.

୧୭. ଗଭୀର ନଳ କୂଳ ଯୋଜନା ଏବଂ ପାର୍ବତୀଗିରି ମେଗା ଉଠା ଜଳସେଚନ ଯୋଜନା ରାଜ୍ୟର ଜଳସେଚନ ଦୃଶ୍ୟପଟ୍ଟରେ ବ୍ୟାପକ ପରିବର୍ତ୍ତନ ଆଣିଛି. ଜଳସମ୍ବଳର ଦକ୍ଷ ପରିଚିଳନା ତଥା ସଂରକ୍ଷଣ ପାଇଁ ଆମେ ଆଗାମୀ ୪.୫ ବର୍ଷ ମଧ୍ୟରେ ୧୧,୭୦୦ କୋଟି ଟଙ୍କା ବିନିଯୋଗ କରିବୁ.

୧୮. ଆମର ଚାଷୀ କେନ୍ଦ୍ରିକ ଯୋଜନା ଯଥା କାଳିଆ ଓ ବଳରାମ ଯୋଜନା କୃଷି କଲ୍ୟାଣ କ୍ଷେତ୍ରରେ ସାରା ଦେଶରେ ଅଗ୍ରଦୂତ ସାଜିଛି. ଆମର ମାଣ୍ଡିଆ ମିଶନକୁ ନୀତି ଆୟୋଗ ଶ୍ରେଷ୍ଠ ମଡେ଼ଲ ସ୍ବୀକୃତି ପ୍ରଦାନ କରିଛି ମସ୍ୟ productionରେ ଓଡ଼ିଶା best marine state ମାନ୍ୟତା ପାଇଛି. ଆନୁସଙ୍ଗିକ କୃଷି ଉପରେ ଆମର ଦୃଷ୍ଟି କେନ୍ଦ୍ରିତ କରିବା ସହ କୃଷି କୁ ସହାୟତା କାର୍ଯ୍ୟକ୍ରମ ଜାରି ରହିବ 

୧୯. ୫T ନୀତି ତଥା ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ବିଭାଗ ଏବଂ ସବୁ ସରକାରୀ ସେବାରେ ପରିବର୍ତ୍ତନ ଆଣିବା ପାଇଁ ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ  କୋଭିଡ଼ ସଂପର୍କିତ କଟକଣା ସତ୍ବେ ଆମେ କେତେକonline services ଏବଂ ରୂପାନ୍ତର ମୂଳକ ଉପକ୍ରମ ଆରମ୍ଭ କରିଛୁ  ସରକାରୀ ସେବା ଯୋଗାଣରେ ଦକ୍ଷତା ଏବଂ ଗୁଣବତ୍ତା କ୍ଷେତ୍ରରେ ଆସିଥିବା ପ୍ରଭେଦକୁ ଜନସାଧାରଣ ଭଲଭାବରେ ଉପଲବ୍ଧି କରୁଛନ୍ତି ଏବଂ ମୋ ସରକାର feed back ରେ ଏହାର ସ୍ପଷ୍ଟ ସୂଚନା ମିଳୁଛି 

୨୦. ଆମେ ଏପରି ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ଦୃଢ଼ ଭାବରେ ଅଗ୍ରସର ହେଉଛୁ  ଯାହାକି ଲୋକଙ୍କ ଆଶା ଆଙ୍କାକ୍ଷାକୁ ପୂରଣ କରିବା ସହ ସେମାନଙ୍କୁ ବଡ଼ ବଡ଼ ସ୍ବପ୍ନ ଦେଖିବା ଏବଂ ସେମାନଙ୍କ ସାମର୍ଥ୍ୟକୁ ସଫଳ ରୂପ ଦେବାରେ ଅମାପ ସୁଯୋଗ ଦେବ 

ବନ୍ଦେ ଉତ୍କଳ ଜନନୀ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 16, 2026

Recent News

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 16, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version