No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୦ ଫେବୃଆରୀ ଶନିବାର ) ଭୁବନେଶ୍ୱର :- ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖିବାକୁ ମିଳିଲାଣି । ତେଣୁ କୋଭିଡ ଗାଇଡ଼ଲାଇନ ମାନିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ମାସ୍କ ପିନ୍ଧିବା ସାମାଜିକ ଦୂରତା ମାନିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । କୋଭିଡ ମହାମାରୀ ପ୍ରତେକ ଗାଁ ପ୍ରତେକ ବ୍ୟକ୍ତିକୁ ପ୍ରଭାବିତ କରିଛି ।

ଆମେ ଦୃଢ଼ତା ର ସହ ମୁକାବିଲା କରିଛୁ । ପ୍ରଥମ ରାଜ୍ୟ ଭାବେ ବିପର୍ଯ୍ୟୟ ଘୋଷଣା ହୋଇଥିଲା । ଲାକଡାଉନ ଘୋଷଣା କରିଥିଲୁ । କିନ୍ତୁ କୋଭିଡରେ ସରପଞ୍ଚ, ଆଶାକର୍ମୀ ଓ ଅନ୍ୟମାନେ ଭଲ କାମ କରିଛନ୍ତି । କୋଭିଡ ମୁକାବିଲା ପାଇଁ ପ୍ରଶଂସିତ ହୋଇଛି ଓଡିଶା । କୋଭିଡ ସତ୍ତ୍ୱେ ମଧ୍ୟ ଗତବର୍ଷ ତୁଳନାରେ 7. 3 ପ୍ରତିଶତ ରାଜସ୍ବ ସଂଗ୍ରହ ବଢ଼ିଛି । ପୁରୀ ଏକାମ୍ର କ୍ଷେତ୍ର, ସମଲେଶ୍ବରୀ, ହରିଶଙ୍କର, ନୃସିଂହ ନାଥ , କୋଣାର୍କ ଓ ତରତାରିଣୀର ବିକାଶ ପାଇଁ କାମ ହୋଇଛି ।

ଏତିହ୍ୟ ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି । ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର କରିବା ପାଇଁ ପ୍ରସ୍ତାବ ରହିଛି। ମୁଖ୍ୟମନ୍ତ୍ରୀ ଙ୍କ ବିବୃତି ବେଳେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ଓ ବିଜେପିର କକ୍ଷତ୍ୟାଗ । ଗୃହ ଆସନ୍ତା ସୋମବାର 10 ଟା 30 ଯାଏ ଗୃହ ମୂଲତବୀ ।
No Result
View All Result