No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଫେବୃଆରୀ ଶନିବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଂଚାୟତ ସ୍ଥିତ ବେଗନା ଗ୍ରାମର ସ୍ୱର୍ଗତ କାହ୍ନୂଚରଣ ଖୁଂଟିଆଙ୍କ ପତ୍ନୀ ତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଂଟିଆଙ୍କ ମାତା ଇନ୍ଦୁମତୀ ଦେବୀଙ୍କ ପ୍ରଥମ ଶ୍ରଦ୍ଧବାର୍ଷିକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାମରମ୍ଭରେ ଆବାସ ସ୧ୁଖରେ ପରିବାର ପକ୍ଷରୁ ସ୍ୱର୍ଗତ କାହ୍ନୁଚରଣ ଖୁଂଟିଆ, ତାଙ୍କପତ୍ନୀ ସ୍ୱର୍ଗତା ସଚ୍ଚିଦେବୀ ଓ ଇନ୍ଦୁମତୀ ଦେବୀଙ୍କ ଆବକ୍ଷ ପ୍ରତିମୂର୍ତି ଉନ୍ମୋଚନ କରାଯାଇଥିଲା ।

ଶୁକ୍ରବାର ପୂର୍ବାହ୍ଣରେ ଗ୍ରାମର ରାଧାକୃ୍୩⁄୪ ମନ୍ଦିର ପରିସରରେ ତାଙ୍କ ବଡପୁଅ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆଙ୍କ ପରିଚାଳନାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନିଜୀବୀ ପ୍ରାର୍ଥସାରଥୀ ନାୟକ, ଇଂ ସୂର୍ଯ୍ୟପ୍ରକାଶ ଓଝା, ଇଂ ବିଭାସ ମିଶ୍ର, ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ଓଡିଶା ହାଇକୋର୍ଟର ଆଇନିଜୀବୀ ଶ୍ୟାମସୁନ୍ଦର ମହାପାତ୍ର, ଆଇନିଜୀବୀ ମଧୁସୂଦନ ଖୁଂଟିଆ, ନିରାକାର ନାୟକ, ସ୍ୱର୍ଣ୍ଣଲତା ପହି, ଇଂ ପ୍ରିତିଶ ଭାରତ ଖୁଂଟିଆ, ସିଦ୍ଧାର୍ଥ ଖୁଂଟିଆ, ଅହଲ୍ୟା ପହି, ମନୋରମା ନାୟକ, ଗୀତିକାର ନନ୍ଦକିଶୋର ସିଂହ, ପ୍ରଫେସର ଅମିତାଭ ପ୍ରୟଦର୍ଶନ ଖୁଂଟିଆ, ଅବସରପ୍ରାପ୍ତ ଆରକ୍ଷୀଅଧୀକ୍ଷକ ଦୁର୍ଯ୍ୟୋଧନ ରାଉତ, ପ୍ରଦେଶ କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଆଇଏନଟିୟୁସି ଜିଲା ସଭାପତି ବିଦ୍ୟାଧର ମହାନ୍ତି, ଶିକ୍ଷାବିତ ସଚିତାନନ୍ଦ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରିଚରଣ ବରାଳ, ପୂର୍ବତନ ଉପନଗରପାଳ ହୃଦାନନ୍ଦ ସାମଲ, ପ୍ରମୋଦକୁମାର ପରିଡା, ପୂର୍ବତନ କାଉନସିଲର ସୁଧାନିଧି ମହାପାତ୍ର, ଅମୂଲ୍ୟକୁମାର ନାୟକ, ପୂର୍ବତନନଗରପାଳ ରସାନନ୍ଦ ମହାନ୍ତି, ଚନ୍ଦ୍ରଶେଖ ସାହୁ, ଦିଲ୍ଲୀପ ମଲ୍ଲିକ, ରାମଚନ୍ଦ୍ର ରାଉତ, ପ୍ରଫୁଲକୁମାର ନାୟକ, ଅଧ୍ୟାପକ ସ୍ମୃିତିରଞ୍ଜନ ରାୟ, ଡକ୍ଟର ମୋହନଚରଣ ଖୁଂଟିଆ,

ଅଧ୍ୟାପକ ମଳୟକୁମାର ମଲ୍ଲିକ, କଂଗ୍ରେସ ନେତା ହରେକୃ୩⁄୪ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ଇନ୍ଦୁମତୀ ଦେବୀଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁଳତୀ ସରପଂଚ ଦୀପ୍ତିମୟୀ କୁଅଁର, ବରୁଣ୍ଡଶଇ ସମିତିସଭ୍ୟା ଜୟନ୍ତୀ ସାହୁ, ବଡବିରୁଆଁ ସମିତିସଭ୍ୟ ପ୍ରମୋଦକୁମାର ସାହୁ, ବିଜୟକୁମାର ଘଡାଇ, ସମବାୟବିତ ରଘୁନାଥ ମାଝୀ, ଜିଲା ସାମ୍ବାଦିକ ସଂଘର ସଭାପତି ସୁବାସ ଧଳ, ବରିଷ୍ଠ ପୂଜକ ସୂର୍ଯ୍ୟମଣି ପଣ୍ଡା, ରାଧାଶ୍ୟମ ସାହୁ, ଜଗନ୍ନାଥ ମାଝୀ, ରବୀନ୍ଦ୍ରକୁମାର ବେହେରା, ଭୁବନମୋହନ ମହାନ୍ତି ପ୍ରମୁଖ ବହୁ ବୁଦ୍ଧିଜୀବୀ, ରାଜନେତା ଓ ଅଂଚଳବାସୀ ଯୋଗଦେଇ ସ୍ମୃତିଚାରଣ ପୂର୍ବକ ଆବକ୍ଷ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ଦିଅର ଦୀନବନ୍ଧୁ ଖୁଂଟିଆ ଧନ୍ୟବାଦ ଅର୍ପଣ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result