No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଫେବୃଆରୀ ଶୁକ୍ରବାର ) ରାୟଗଡ :- ଗଜପତି ଜିଲା ରାୟଗଡ ଗୋଷ୍ଠି ଶିକ୍ଷା ଅଧିକାରି ଙ୍କ ପରିସର ମଧ୍ୟରେ ଥିବା ଆଞ୍ଚଳିକ ସମ୍ବଳ ସାଧନ କେନ୍ଦ୍ର ପରିସର ମଧ୍ୟରେ ଶିକ୍ଷକ ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ମନୋରଞ୍ଜନ ସେଠି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ ମନୋରଞ୍ଜନ ଦଳେଇ, ରାୟଗଡ଼ ର ଦୁଇଜଣ ଗୋଷ୍ଠି ଅତିରିକ୍ତ ଶିକ୍ଷା ଅଧିକାରୀ ଧନେଶ୍ୱର କହଁର ଓ ଏସ ପାପା ରାଓ, ରାୟଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏସ ମଣିମାଳା ପ୍ରମୁଖଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ସମସ୍ତେ ମଞ୍ଚାସିନ ହୋଇଥିଲେ। ଚଳିତ ମାସ ୨୮ ତାରିଖରେ ଅବସର ଗ୍ରହଣ କରିଥିବା ରାୟଗଡ ପଞ୍ଚାୟତ ସମିତିର କଇଁପୁର ପଞ୍ଚାୟତ ଅଧିନସ୍ଥ ରାଇସିଙ୍ଗି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନିଳାମ୍ବର ବେହେରାଙ୍କ ପ୍ରତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଐତିହାସିକ ଭାବେ ଅବସର ନେଇଛନ୍ତି l
ପୁର୍ବରୁ ଆଗୁଆ ପେନସନ, ଗ୍ରାଚୁଲଟି ଓ କମ୍ୟୁଟେସନ ପ୍ରଭୃତି ମୁଖ୍ୟ ଅତିଥି ଜିଲା ଶିକ୍ଷା ଅଧିକାରୀ ଶ୍ରୀ ବେହେରାଙ୍କୁ ପ୍ରଦାନ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀ ସେଠି କହିଥିଲେ ଯେ ଗଜପତି ଜିଲ୍ଲାରେ ଏହା ପ୍ରଥମ ଓ ଏପରି କାର୍ଯ୍ୟ ପାଇଁ ଗୋଷ୍ଠି ଶିକ୍ଷା ବିଭାଗର ଶିକ୍ଷା ଅଧିକାରୀ,ବରିଷ୍ଠ କିରାଣୀ, କନିଷ୍ଠ କିରାଣୀ ତଥା ସମସ୍ତ ଷ୍ଟାପ୍ ଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ଯେମିତି ଏହିପରି ସମସ୍ତ ଅବସର ଗ୍ରହଣ କରୁଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯେମିତି ଆଗୁଆ ପେନସନ ପାଇବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ଓ ବରିଷ୍ଠ କିରାଣୀ ଉସତ୍ କୁମାର ଦାସଙ୍କୁ ତାଙ୍କର ପ୍ରଚେଷ୍ଟା ପାଇଁ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକମାନେ ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। (ସଞ୍ଜୀବ କୁମାର ପାଣି) ରାୟଗଡ ଗଜପତି
No Result
View All Result