No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର ) ମୋହନା :- ଗଜପତି ଜିଲ୍ଲା ଭା. ଉଦୟଗିରି ପଞ୍ଚାୟତ ଅନ୍ତର୍ଗତ କଙ୍କଡ଼ାଗୁଡ଼ା ବୁଲାଣିରେ ଗତ ୧୧ ତାରିଖରେ ବରଘରକୁ କନ୍ୟାଯାତ୍ରୀ ଧରି ଯାଉଥିବା ଏକ ୪୦୭ ମିନିଟ୍ରକ ନଂ- ଓଆର୦୨ କେ୫୮୬୫ ଓଲଟି ପଡିବାରୁ ଘଟଣାସ୍ଥଳରେ ଗାଡ଼ି ତଳେ ଚାପି ହୋଇ ୨ ଜଣ ଯାମଡ଼ିହ ଗ୍ରାମର ଜୟନ୍ତ ଦଳବେହେରା ଓ ଗାୟତ୍ରୀ ରଇତଙ୍କରମୃତ୍ୟୁ ଘଟିଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକଲରେ ଚିକିତ୍ସିତ ଅବସ୍ଥାରେ ୫ ବର୍ଷର ନାବାଳିକା ଝିଅ ଗାୟତ୍ରୀ ମଣ୍ଡଳ ମୃତ୍ୟୁବରଣ କରିଥିଲେ । ଗ୍ରାମରେ ଶବ ପହଞ୍ଚିବାପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଏଭଳି ଦୁଃଖଦ ଘଟଣାରେ ଆଖପାଖ ଗ୍ରାମର ଲୋକେ ମ୍ରିୟମାଣ ହୋଇ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।
ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସାନ୍ତ୍ଵନା ଦେବାପାଇଁ ଗାଁରେ ପହଞ୍ଚିଥିଲେ ମୋହନା ବ୍ଲକ ଅଧ୍ୟକ୍ଷା ସୁକି ଶବର,ବ୍ଲକ ବିଜେଡ଼ି ସଭାପତି ରଞ୍ଜିବ ଶବର ଓ ଆଦିବାସୀ ନେତା ରାମ ଦଳବେହେରା । ଅପରପକ୍ଷେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କ ପାଖରେ ମୋହନା ବିଡିଓ ବଂଶୀଧର ଖୋସ୍ଲା , ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ପହଞ୍ଚି ଆଶ୍ଵସନା ଦେବା ସହ ଆରୋଗ୍ୟ କାମନା କରିଥିଲେ । ବିଡିଓ ଶ୍ରୀ ଖୋସ୍ଲା ଗୁରୁତର ଆହତ ୮ ଜଣ ରୋଗୀଙ୍କୁ ଅଧିକ । ଚିକିତ୍ସା ନିମନ୍ତେ କଟକ ମେଡ଼ିକାଲ ନେବା ପାଇଁ ଗ୍ରସ୍ତ ଖର୍ଚ୍ଚ ବାବଦକୁ ପରିବାରବର୍ଗଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ( ରିପୋର୍ଟ-ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result