No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଆଜି ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାର ଆଇନଜୀବୀ ଏବଂ ବିଭିନ୍ନ ଥାନା’ର ଥାନାଧିକାରୀ ମାନଙ୍କୁ ନେଇ ସଡକ ସୁରକ୍ଷା,ଏମଏସିଟି ଓ ଏମଭି ଆକ୍ଟ ଉପରେ ଜିଲ୍ଲାସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକାରଣ’ର ସଚିବ ଶ୍ରୀ ବ୍ୟୋମକେଶ ନାୟକ’ଙ୍କ ସଭାପତିତ୍ୱ’ରେ ଜିଲ୍ଲା ଦୌରାଜର୍ଜ ତଥା ପ୍ରାଧିକରଣ’ର ଅଧ୍ୟକ୍ଷ ଶ୍ରୀ ବିଶ୍ଵଜିତ ଦାସ ଏବଂ ଏସପି ଶ୍ରୀ ତପନ କୁମାର ପଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସଡକ ସୁରକ୍ଷା, ଯାନବାହାନ ଚଳାଚଳ ଆଇନ ଓ ବିଚାରଳୟ’ରେ ମୋଟର ଦୁର୍ଘଟଣା କ୍ଲେମ’ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।ଅନ୍ୟପକ୍ଷରେ ମଦ୍ୟପାନ କରି ଓ ମୋବାଇଲ ଧରି ଯାନବାହାନ ଓ ବାଇକ ନ ଚଳାଇବା , ହେଲମେଟ ପିନ୍ଧି ବାଇକ ଚଳାଇବା ସହ ସିଟବେଲ୍ଟ ବାନ୍ଧି ଗାଡି ଚଳାଇବା , ଦ୍ରୁତଗତିରେ ବାଇକ କି ଗାଡି ନ ଚଳାଇବା , ସବୁବେଳେ ଟ୍ରାଫିକ ନିୟମ ମାନି ଗାଡି ଚଳାଇବା ପ୍ରଭଟି ଦିଗରେ ଆମର ମନୋଭାବ ସହ ମାନସିକ ପରିବର୍ତ୍ତନ ହୋଇ ସଚେତନ ହେଲେ ହିଁ ଦୁର୍ହହଟାକୁ ରୋକି ହେବ ଏବଂ ଏକ ଦୁର୍ଘଟଣା ମୁକ୍ତ ସମାଜ ହୋଇପାରିବ ବୋଲି କହିଥିଲେ ।
ସେହିଭଳି ଦୁର୍ଘଟଣା ସମୟରେ ପୋଲିସ’ର ଦାୟିତ୍ୱ ଓ କାର୍ତ୍ତବ୍ୟ ତଥା ଭୂମିକା ସମେତ ମୋଟର ଦୁର୍ଘଟଣା’ରେ ବିଚାରାଳୟରେ ଆଇନଜୀବୀ ମାନଙ୍କ ଭୂମିକା କିଭଳି ହେବା ଆବଶ୍ୟକ ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରା ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ତଥା ଆରଟିଓ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ କୁମାର ଚୌଧୁରୀ , ଏସଡିଜେଏମ ଶୁଶ୍ରୀ ବର୍ଷା ଶର୍ମା , ଜିଲ୍ଲା ଓକିଲ ସଂଘ ସମ୍ପାଦକ ଶ୍ରୀ କୃଷ୍ଣ ମୋହନ ପଟନାୟକ ଏବଂ ଏସଡିପିଓ ଶ୍ରୀ ରାମକୃଷ୍ଣ ପତି ପ୍ରମୁଖ ସଡକ ସୁରକ୍ଷା , ଏମଭି ଆକ୍ଟ ଓ ବିଚାରାଲୟ’ରେ ମୋଟର ଦୁର୍ଘଟଣା କ୍ଲେମ ପ୍ରଭୃତି ଉପରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଏଡିଜେ:-ଶ୍ରୀ ହେମନ୍ତ କୁମାର ସେଠୀ , ସିଭିଲ ଜର୍ଜ(ଏସଡି) ଶ୍ରୀ ଚନ୍ଦ୍ରହାସ ବେହେରା ,ଜେଏମଏଫସି (ଏଲଆର) ଶ୍ରୀ ବନିଲ କୁମାର ଖଟେଇ , ଜେଏମଏଫସି (ଓଏଡବ୍ଲ୍ୟୁ) ଶୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ପ୍ରମୁଖ’ଙ୍କ ସମେତ ବହୁ ସଂଖ୍ୟାରେ ଆଇନଜୀବୀ ଓ ବିଭିନ୍ନ ଥାନାର ଥାନାଧିକାରୀ ମାନେ ଯୋଗ ଦେଇଥିଲେ ସମସ୍ତ କାର୍ଯ୍ୟକ୍ରମ’କୁ ଜିଲ୍ଲା ଆଇନସେବା ପ୍ରାଧିକରଣ’ର ରଘୁବୀର ଦାସ ଓ କାହ୍ନୁ ଚରଣ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ l ( ରିପୋର୍ଟ-ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result