ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର) ନୟାଗଡ : – ନିଜେ ହତ୍ୟାକାରୀ କେମିତି ହତ୍ୟା କଲା ପରୀକୁ ତାହାର ଏକ ଭିଡିଓ ଏବେ ସମ୍ନାକୁ ଆସିବା ପରେ ସବୁ କାହାଣୀ ସ୍ପଷ୍ଟ ହୋଇଯାଇଛି । କେମିତି ପରୀକୁ ନିଜ ଘରକୁ ନେଲା କେମିତି ପରୀକୁ ନିଜ ଘରକୁ ନେଲା ତଣ୍ଟିଚିପି ହତ୍ୟାକରି ବାରିପଟେ କେମିତି ଫୋପାଡ଼ିଲା ସବୁ ଗୋଟି ଗୋଟି କରି କହିଛି ଅଭିଯୁକ୍ତ ।
ସବୁ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଛି ଅଭିଯୁକ୍ତ । ଦାଣ୍ଡରେ ଖେଳୁଥିବା ବେଳେ ଘରେ କେହିନଥିବାର ସୁଯୋଗ ପାଇ ପରୀ କୁ ପ୍ରଥମେ ହାତଠାରି ଡ଼ାକିଥିଲା । ଦୁଷ୍କର୍ମ ପାଇଁ ପ୍ରଥମେ ତଳେ ପକାଇ ତଣ୍ଟିଚିପି ହତ୍ୟା କରିଥିଲା ଅଭିଯୁକ୍ତ । ଦୁଷ୍କର୍ମ କରିବାକୁ ଚାହିଁଥିଲା । ସେଥିପାଇଁ ପ୍ରଥମେ ଲେଗିନ୍ସକୁ ଖୋଲିଥିଲା, ହେଲେ ଅନୁତାପ ହେବାରୁ ଦୁଷ୍କର୍ମ କରିନଥିଲା ବୋଲି ଅଭିଯୁକ୍ତ ଭିଡିଓ ସ୍ୱୀକାର କରିଛି । ମୃତଦେହ ଫିଙ୍ଗିବା ପୂର୍ବରୁ ଲେଗିନ୍ସକୁ ପୋଖରୀରେ ଫୋପାଡ଼ିଥିଲା । ତାପରେ ମୃତଦେହ କୁ ଫୋପାଡ଼ିଥିଲା ଅଭିଯୁକ୍ତ। ଆଉ ଏହି ଜଘନ୍ୟ କାଣ୍ଡ ସମୟରେ ଘରେ କେହିନଥିବା କହିଛି ଅଭିଯୁକ୍ତ । ପରେ ଅଭିଯୁକ୍ତର ମାଆ ଓ ଭଉଣୀ ଫେରିବା ପରେ ପରୀ ପ୍ରସଙ୍ଗରେ ତାକୁ ପଚାରିଥିଲେ, କିନ୍ତୁ ସେ ଦେଖିନଥିବା କହିଥିବା ନେଇ ଏହି ଭିଡିଓରେ ସ୍ୱୀକାର କରିଛି ।
















