No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର) ଭୁବନେଶ୍ୱର :- ବିଧାନସଭା ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣଠାରୁ ଗୃହକାର୍ଯ୍ୟ ଆରମ୍ଭ ହେବ । ଏହାପରେ ଫେବ୍ରୁଆରି ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ । ତେବେ ଏଥର ଅଧିବେଶନ ଆରମ୍ଭରୁ ହିଁ ସରଗରମ ହେବ ବୋଲି କୁହାଯାଉଛି । କାରଣ ଏଥର ବିରୋଧୀଙ୍କ ହାତରେ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ଢେର ପ୍ରସଙ୍ଗ ରହିଛି ।
କୋଟିଆ,ପରୀ, ଝରାଫୁଲ, ମାହାଙ୍ଗା ନେତାଙ୍କୁ ହତ୍ୟା, କୃଷକ, କଟାମୁଣ୍ଡ ଘଟଣା, ପାଠକ ବାପା, ପୁଅ, ପ୍ରଦୀପ ପାଣିଗ୍ରାହୀ ଆଦି ପ୍ରସଙ୍ଗରେ କମ୍ପିବ ଗୃହ । ଏହାକୁ ଛାଡ଼ିଦେଲେ ‘କାଳିଆ’ ଓ ବେକାରୀ ସମସ୍ୟା ଭଳି ପ୍ରସଙ୍ଗ ବିରୋଧୀ ଦଳଙ୍କ ପାଖରେ ରହିଛି। ସେହିପରି ବିବାଦୀୟ ବାଇ ଲ’, ତୈଳ ଦର ବୃଦ୍ଧି, କୃଷି ଆଇନକୁ ନେଇ ଶାସକ ଦଳ ବିଜେଡି ବିରୋଧୀ ଦଳ ବିଜେପି ଉପରେ ବର୍ଷିବ ।
ଅନ୍ୟପଟେ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ବସିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରି ୧୮ରୁ ୨୭ ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ଯାଏଁ ଚାଲିବ। ମାର୍ଚ୍ଚ ୩୧ରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍ ।
No Result
View All Result