No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଫେବୃଆରୀ ,ବୁଧବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ପ୍ରେସ୍ କ୍ଲବ୍ ଦଶପଲ୍ଲା ର ୧୦ ମ ବାର୍ଷିକ ଉତ୍ସବ ଗାନ୍ଧୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ୍ କ୍ଲବ ଦଶପଲ୍ଲା ର ସଭାପତି ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ୧୦ ମ ବାର୍ଷିକ ଉତ୍ସବ କୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ସହ ସାମ୍ବାଦିକ ମାନଙ୍କ ଗୁରୁଦାୟିତ୍ଵ ,ଉତ୍ସର୍ଗୀକୃତ ଜୀବନୀ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ତତ୍ ସହିତ ମାନବିକ ମୂଲ୍ୟବୋଧ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ,ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ସନ୍ଦୀପ ସାହୁ,ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ମୁଖ୍ୟ ବକ୍ତା ଭାବେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ବର୍ଷିଆନ ସାମ୍ବାଦିକ ଭାବେ କଣ୍ଟିଲୋ ସର୍ମାଜ ସାମ୍ବାଦିକ, ଅସହାୟ କୁ ସହାୟତା ପ୍ରଦାନ କରୁଥିବା ମହାବୀର ସଂଗଠନ, ସାତଶହ ରୁ ଉର୍ଦ୍ଧ୍ବ ଶବ ବୋହୁଥିବା ଦୁଆରୀ ମହମ୍ମଦ କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପ୍ରେସ କ୍ଲବ ଦଶପଲ୍ଲା ର ସମ୍ପାଦକ ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ଲବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ( ରିପୋର୍ଟ – ପୁଷ୍ପଲତା ପ୍ରଧାନ )
No Result
View All Result