No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଫେବୃଆରୀ ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଢେ଼ଙ୍କେଣା ପଞ୍ଚାୟତ ବଳଭଦ୍ର ପୁର ଗ୍ରାମରେ ମାଘ ପୂର୍ଣ୍ଣମୀ ଯାତ୍ରା ଉତ୍ସବ ଉପଲକ୍ଷେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ତିନି ଦିନ ଧରି ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ ରେ ଶନିବାର ଦିନ ଅଙ୍କୁର ରୋପଣ,ରବିବାର ଦିନ ଅନୁଷ୍ଠିତ କଳସ ଶୋଭାଯାତ୍ରାରେ ମହିଳା ମାନେ ନଦୀରୁ କୁମ୍ଭ ଦ୍ଵାରା ପାଣି ଆଣିବା ପରେ ଅଗ୍ନି ସ୍ଥାପନ କରାଯାଇଥିଲା ।
ବୈଦିକ ରୀତି ନୀତି ଅନୁଯାୟୀ ବ୍ରାହ୍ମଣ ମାନେ ସମସ୍ତ ଦେବାଦେବୀ ଙ୍କୁ ଆବାହନ କରି ଅଗ୍ନି ସ୍ଥାପନ କରିଥିଲେ।ସେହିପରି ଭାବେ ସୋମବାର ଦିନ ଅନୁଷ୍ଠିତ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । ନାମ, ସଙ୍କୀର୍ତ୍ତନ , ହରିନାମ ଉଚ୍ଚାରଣ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।
ଗ୍ରାମ ତଥା ଆଖପାଖ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ବିଶ୍ଵ ଶାନ୍ତି ମହାଯଜ୍ଞ ରେ ଯୋଗଦେଇ ଠାକୁରଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।ଗ୍ରାମ ସଭାପତି ,ପରିଚାଳନା କମିଟି ଓ ଗ୍ରାମବାସୀ ଙ୍କ ସହଯୋଗରେ ମାଘ ପୂର୍ଣ୍ଣମୀ ଯାତ୍ରା ଉତ୍ସବ ରେ ଅନୁଷ୍ଠିତ ବିଶ୍ଵ ଶାନ୍ତି ମହାଯଜ୍ଞ ସୁରୁଖୁରରେ ସମ୍ପନ୍ନ ହୋଇଥିବା ଜଣା ପଡ଼ିଛି ।
No Result
View All Result