No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୬ ଫେବୃଆରୀ ମଙ୍ଗଳବାର ) ରଣପୁର ଅଭିମନ୍ୟୁ ମହାରଣା :- ରଣପୁର ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ର ରଥ ନିର୍ମିତ ହେତୁ କାଠ ଅନୁକୁଳ ନୀତି ପାଳିତ ହୋଇଯାଇଛି । ରଣପୁର ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ପାଈଁ ଏବେ ଠାରୁ ପୂର୍ବ ପ୍ରସ୍ତୁତି ଆରମ୍ଭ କରଯାଇଛି । ଆଜି ଶୁଭ ପଞ୍ଚମୀ ତିଥିରେ ରଣପୁର ଅଞ୍ଚଳ ର ବନ ବିଭାଗ ନିକଟକୁ ଜଗନ୍ନାଥ ଙ୍କ ଆଜ୍ଞା ମାଳ ପ୍ରଦାନ କରାଯାଇଛି ।

ପ୍ରତି ବର୍ଷ ପୂର୍ବ ପରମ୍ପରା ଅନୁଯାୟୀ ରଥ ଅନୁକୁଳ ପାଇଁ ତିନୋଟି ଅଖ କାଠ ଦବା ସହିତ ତିନୋଟି ରଥ ନିର୍ମାଣ ହେତୁ ଆବଶ୍ୟକୀୟ କାଠ ତଥା ଶାଳ , ଅଶାଣ , ମହି , ଧରା ,ଅଁଳା , ଶାସ୍ୱି ।

ଇତ୍ୟାଦି କାଠ ଯୋଗାଇ ଦେବା ପାଇଁ ବନ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ଶତପଥିଙ୍କୁ ଶ୍ରୀ ମହାପ୍ରଭୁଙ୍କ ଆଜ୍ଞା ମାଳ ପ୍ରଦାନ କରାଯାଇଛି । ଏଥିରେ ଦେବତ୍ତର ମ୍ୟାନେଜର ରମେଶ ପ୍ରଧାନ ଙ୍କ ସମେତ ମହାପ୍ରଭୁ ଙ୍କ ଚାରି ଜଣ ପୂଜା ପଣ ପ୍ରଫୁଲ୍ଲ କୁମାର ରଥ ,ପ୍ରଫୁଲ କୁମାର ମହାପାତ୍ର , ସୁକାନ୍ତ ପଢ଼ିଆରୀ , ଜଗଦିସ ରଣା ମୁଖ୍ୟ ମହାରଣା କବିରାଜ ମହାରଣା ଉପସ୍ଥିତ ଥିଲେ ।

No Result
View All Result