No Result
View All Result
କଜ୍ୱଳ ପୂରିତ ଲୋଚନାଧାରେ କଣ୍ଠ ତଣ୍ଠ ଶୋଭିତ ମୁକୁତା ର ହାରେ ବୀଣା ପୁସ୍ତକ ରଞ୍ଜିତ ହସ୍ତେ ଭଗବତୀ ଭାରତୀଦେବୀ ନମସ୍ତେ ଅଇଲେ ମା ସରସ୍ଵତୀ ନିର୍ମଳ ବର୍ନେ (ର୍ଣ୍ଣ) ରତ୍ନ ବିଭୂଷିତ କୁଣ୍ଡଳ କର୍ଣେ (ର୍ଣ୍ଣ) ଗଳାରେ ଗଜମତି ମୁକୁତା ର ହାର ଦିଅ ମା ସରସ୍ଵତୀ ବିଦ୍ୟା ଭଣ୍ଡାର

ଓଡ଼ିଶା ତାଜା ନ୍ୟୁଜ (୧୬ ଫେବୃଆରୀ ମଙ୍ଗଳବାର ) ରଣପୁର :- ଆଜି ରଣପୁର NAC ରେ ପବିତ୍ର ସରସ୍ୱତୀ ପୂଜା । ମାଘ ଶୁକ୍ଳ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ବତୀଙ୍କୁ ପୂଜା କରାଯାଏ । ସରସ୍ଵତୀଙ୍କ ପୂଜା ପାଇଁ ଗାଁ ଠାରୁ ସହର ସବୁଠାରେ ଚଳଚଞ୍ଚଳ ହୋଇପଡିଛି । ବିଦ୍ୟାପ୍ରାପ୍ତି ପାଇଁ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ଙ୍କ ପୂଜା କରାଯାଏ । ମା ବୀଣାପାଣି କଣ୍ଠ ପ୍ରଦାନ କରିଥାନ୍ତି । ‘ମା’ ସରସ୍ଵତୀ ଙ୍କ ପୂଜା ପ୍ରତ୍ୟକ ଟିଉସନ୍ ରେ ପୂଜା ଆଜି ଦେଖିବାକୁ ମିଳିଥିଲା ମା ଙ୍କ ସରସ୍ଵତୀ ବନ୍ଦନା ଗାନ କରିଥିଲେ । ଖୁସିରେ ଟିଉସନ୍ ଛାତ୍ର ଓ ଛାତ୍ରି ମାନେ ନୂଆ ଡ୍ରେସ ପରିଧାନ କରିଥିଲେ । କୋଭିଡ କଟକଣା ରେ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।
ରଣପୁର ତଳସଡ଼କ ବିଭିନ୍ନ ଟିଉସନ୍ ରେ ଦେଖିବାକୁ ମିଳିଥିଲା । ପ୍ରତେକ ଟିଉସନ୍ ପିଲାମାନେ କୋଭିଡ କଟକଣା କୁ ମାନି ମାସ୍କ ପରିଧାନ କରି ଆସିଥିଲେ । ସରସ୍ଵତୀ ମା ଙ୍କୁ ପୁଷ୍ପାଞ୍ଜଳୀ ଅପର୍ଣ କରି ଛାତ୍ର ଓ ଛାତ୍ରି ମାନେ ପୂଜା କରିଥିଲେ । ସଭା ଶେଷରେ ଗୁରୁଜୀ ଗୁରୁମା ଙ୍କୁ ପାଦତଳେ ପ୍ରଣାମ କରିଥିଲେ ।
ଏହି ଉପାସନା ପର୍ବକୁ ବସନ୍ତ ପଞ୍ଚମୀ କୁହାଯାଏ
x. ଆଜିର ଦିନରେ ହଳଦିଆ କିମ୍ବା ଧଳା ବସ୍ତ୍ର ଧାରଣ କରନ୍ତୁ। କଳା ବସ୍ତ୍ର ପିନ୍ଧନ୍ତୁ ନାହିଁ ।
x. ଉତ୍ତର ଦିଗକୁ ମୁଖ କରି ମା’ଙ୍କୁ ପୂଜା କରନ୍ତୁ ।
x. ମା’ଙ୍କୁ ଶ୍ୱେତ ଚନ୍ଦନ, ହଳଦିଆ ଓ ଧଳା ଫୁଲ ଅବଶ୍ୟ ଅର୍ପଣ କରନ୍ତୁ ।
x. ଭୋଗରେ ଦହି, ମିଶ୍ରି ଓ ଲବଙ୍ଗ ମା’ଙ୍କୁ ନିଶ୍ଚୟ ଅର୍ପଣ କରନ୍ତୁ ।
x.କେସର ମିଶ୍ରିତ ଖିରୀ ଅର୍ପଣ କରନ୍ତୁ ।
x.ମା’ଙ୍କ ମନ୍ତ୍ର ଜପ କରନ୍ତୁ ।
x.ମନ୍ତ୍ର ଜପ ପରେ ପ୍ରସାଦ ଗ୍ରହଣ କରନ୍ତୁ ।
x. ମା’ଙ୍କ ସମ୍ମୁଖରେ ନୀଳ ସରସ୍ୱତୀ ସ୍ତୋତ୍ର ପାଠ କରନ୍ତୁ । ଏପରି କରିବା ଦ୍ୱାରା ଉତ୍ତମ ଜ୍ଞାନ ଓ ବୁଦ୍ଧି ପ୍ରାପ୍ତ ହୋଇଥାଏ ।
x.ମା’ଙ୍କ ଉପାସନାରେ ଏହି ସମସ୍ୟା ଦୂର ହୋଇଥାଏ…
ଯେଉଁମାନଙ୍କର ଏକାଗ୍ରତାରେ ସମସ୍ୟା ସୃଷ୍ଟି ହୋଇଥାଏ, ସେମାନେ ଆଜି ଠାରୁ ପ୍ରତିଦିନ ସରସ୍ୱତୀ ବନ୍ଦନା ପାଠ କରନ୍ତୁ ।
x. ପାଠପଢା କକ୍ଷରେ ମା’ଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ ।
ମାଘ ଶୁକ୍ଳ ପଞ୍ଚମୀ ତିଥିରେ ମା’ ସରସ୍ବତୀଙ୍କ ଆବାହନ ତଥା ପୂଜା ବନ୍ଦନା କରାଯାଇଥାଏ । ବସନ୍ତର ଅୟମାରମ୍ଭରେ ଧରଣୀ ମା’ ସକଳ ସୌନ୍ଦର୍ଯ୍ୟକୁ ଅଙ୍ଗୀଭୂତ କରି ସକଳ ପରିପୂର୍ଣ୍ଣତାରେ ଅଭିସିକ୍ତ ହୋଇ ମଙ୍ଗଳମୟୀ ଆଦ୍ୟାଶକ୍ତିର ପଦପ୍ରାନ୍ତରେ ପୂଜାର୍ଚ୍ଚନା ବାଢ଼େ ଏହି ପୁଣ୍ୟ ଦିବସରେ । ଓଡ଼ିଶାରେ ଘରେଘରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ସଂଘ, କ୍ଲବ୍ରେ ମୂର୍ତ୍ତି ପୂଜା ହୁଏ, ପୁଷ୍ପମାଲ୍ୟରେ ସୁଶୋଭିତ ସରସ୍ବତୀ ମୂର୍ତ୍ତି ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟବାଦନ ମଧ୍ୟରେ ପୂଜିତ ହୁଅନ୍ତି । ଭୋଗ ଆକାରରେ ଖଇ, ଉଖୁଡ଼ା, ନଡ଼ିଆ ଫଳ ଆଦି ବଢ଼ାଯାଇଥାଏ ।
No Result
View All Result