No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଫେବୃଆରୀ ସୋମବାର ) ହିଞ୍ଜିଳିକାଟୁ :- ଗତ କିଛି ଦିନ ହେଲା ପେଟ୍ରୋଲ ଓ ଡ଼ିଜେଲ ଦର ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ଅନ୍ୟାନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କାରୁ ଅଧିକ ରହିଥିବା ବେଳେ ଡ଼ିଜେର ଦର ୮୬ଟଙ୍କାରୁ ଅଧିକ ରହିଛି । ଇନ୍ଧନ ଦର ହ୍ରାସ ଦାବିରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ନିରଂଜନ ପଟ୍ଟନାୟକ ସୋମବାର ସକାଳ ୭ଟାରୁ ଅପରାହ୍ନ ୧ଘଂଟା(୬ ଘଂଟା ସକାଶେ)ପର୍ଯ୍ୟନ୍ଦ ବନ୍ଦ ଡ଼ାକରା ଦିଆଯାଇଥିଲା ।
ଏହି ପରିପ୍ରେକ୍ଷୀରେ ସୋମବାର ହିଞ୍ଜିଳି କଂଗ୍ରେସ ପକ୍ଷରୁ ବ୍ଳକ ସଭାପତି ଶିବରାମ ପ୍ରଧାନ ଓ ନଗର ସଭାପତି ସୁନାରାମ ସାବତଙ୍କ ତତ୍ୱାବଧାନରେ ବହୁ କଂଗ୍ରେସ କର୍ମୀ ସକାଳ ପ୍ରାୟ ସାଢେ ୧୦ଟାରେ ସ୍ଥାନୀୟ ପୌରାଂଚଳ ଆରଏମସି ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଇନ୍ଧନ ଦର ହ୍ରାସ ନେଇ ବ୍ୟାନର, ଲିଫଲେଟ ଓ ସ୍ଳୋଗାନ ଦେଇ ନଗର ପରିକ୍ରମା କରିଥିଲେ । ପିକେଟିଂ କରିବା ସହ ସହରର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ ।
ଶାନ୍ତି ଶୃଙ୍ଖଳା ସକାଶେ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୁଲିସ ବାହୀନି ସହରର ବିଭିନ୍ନ ସ୍ଥାନରେ ମୃତୟନ କରାଯାଇଥିଲା । କାର୍ଯ୍ୟକ୍ରମରେ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ, ଛାତ୍ର ନେତା କହ୍ନେୟାଲାଲ ସାବତ, ମନୋଜ ଗଉଡ଼, ଚନ୍ଦନ ପାଢି, ବୁଲୁ ନାୟକ, ଶ୍ରୀକାନ୍ତ ପରିଡ଼ା, ବିଶାଳ ବେହେରା, ଦିପକ ଶିଅ, ସାଗର ଦାସ, ମହେଶ୍ୱର ସାହୁ, ପବନା ନାୟକ, ରାଜେଶ ସେଠି, ପବିତ୍ର ସେଠିଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ( ଶୁସାନ୍ତ ପ୍ରଧାନ )
No Result
View All Result