No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୫ ଫେବୃଆରୀ ସୋମବାର) ନୟାଗଡ଼ :– ସେଦିନର ଭୟ ଯନ୍ତ୍ରଣା ମନେ ପଡିଲେ, ଆଜି ଵି ଜିଲ୍ଲାବାସୀ ଙ୍କ ମନକୁ ଥରାଇ ଦେଉଛି । ୨୦୦୮ ମସିହା ଫେବୃଆରୀ ୧୫ ତାରିଖ । ୧୫୦ରୁ ଉର୍ଦ୍ଧ୍ବ ମାଓବାଦୀ ଜିଲ୍ଲାର ଅନେକ ସ୍ଥାନରେ ରଚିଲେ ତାଣ୍ଡବ । ଲାଲ୍ ବାହିନୀ ର ଲାଲ୍ ତାଣ୍ଡବ ରେ ଥରିଲା ନୟାଗଡ଼ । ଜିଲ୍ଲାର ନୟାଗଡ଼ ଥାନା , ମହିପୁର ଫାଣ୍ଡି , ରିଜର୍ଭ ଅଫିସ ସହ ନୂଆଗାଁ ଓ ଦଶପଲ୍ଲା ଥାନା ଉପରେ ହେଲା ଆକ୍ରମଣ । ନୟାଗଡ଼ ରୂ ଲୁଟି ନେଲେ ବହୁତ ଅସ୍ତ୍ରଶସ୍ତ୍ର । ଅତି ନିର୍ମମ ଭାବେ ୧୫ ପୋଲିସ ଙ୍କୁ ହତ୍ୟା କରିବା ସହ ଜଣେ ସାଧାରଣ ଲୋକଙ୍କୁ ମଧ୍ୟ ହତ୍ୟା କଲେ ମାଓବାଦୀ ।
ଆକ୍ରମଣ ରେ ୫ ରୁ ଅଧିକ ଗୁରୁତର ହୋଇଥିଲେ । ଘଟଣାର ତଦନ୍ତ କରି ୨୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଗଲା । ହେଲେ ଆବଶ୍ୟକ ପ୍ରମାଣ ନ ଥିବାରୁ ୧୭ ଜଣ ନିର୍ଦେଶ ରେ ଖଲାସ ହୋଇସାରିଥିବା ବେଳେ ବିଚାରଧୀନ ଅବସ୍ଥା ରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ନୟାଗଡ଼ ଆକ୍ରମଣ ର ମାଷ୍ଟର ମାଇଣ୍ଡ ମାଓନେତା ସବ୍ୟସାଚୀ ପଣ୍ଡା ଓ ଆଜାଦ ଙ୍କ ସମେତ ଅନ୍ୟ ମାନେ ଜେଲ୍ ରେ । ତେବେ ସେଦିନ ଅପେକ୍ଷା ଏବେ ନୟାଗଡ଼ ପୋଲିସ ଶକ୍ତିଶାଳୀ ହୋଇଛି । ଏବଂ ନୟାଗଡ଼ ଜିଲ୍ଲା ମାଓ ମୁକ୍ତ ହୋଇଛି ।(ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

No Result
View All Result