No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଫେବୃଆରୀ ସୋମବାର ) ରଣପୁର :- ରଣପୁର ମଣିନାଗ ପ୍ରାଙ୍ଗଣରେ ଗୋପାଳପୁର ହାଇସ୍କୁଲ ଓ ବାଳିକା ହାଇସ୍କୁଲ ୧୯୯୦ ମସିହା ମାଟ୍ରିକ ବ୍ୟାଚ୍ ର “ବନ୍ଧୁ ମିଳନ ଉତ୍ସବ “ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୭ ବନ୍ଧୁ ସହ ପରିବାରରେ ଏକତ୍ରିତ ହୋଇଥିଲେ ପ୍ରାରମ୍ଭରେ ମା ମଣିନାଗଙ୍କ ପୀଠରେ ପୂଜା ରଚନା କାର୍ଯ୍ୟ ସମାପନ ପରେ ଅତୀତ ର ସ୍ମୃତି ଗ୍ରହଣ କରାଯାଇଥିଲା l ବନ୍ଧୁ ଦାଶରଥି ପ୍ରଧାନ ଙ୍କ ଅକାଳ ବିୟୋଗ ଓ କେତେକ ଶିକ୍ଷକ ଙ୍କ ବିୟୋଗ ରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶ୍ରୀ ସଞ୍ଜୟ କୁମାର ଦାସ ଓ ଅକ୍ଷୟ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।
ନମିତା ସ୍ୱାଇଁ , ଝରଣା ମିଶ୍ର , ସୁଷମା ଜେନା ଓ ସୁରତ ନଳିନୀ ପ୍ରଧାନ କାର୍ଯ୍ୟକ୍ରମ ର ତଦାରଖ କରୁଥିଲେ। ଲୋକନାଥ ମହାରଣା ,ପ୍ରଦୀପ ନାୟକ,ଅରୁଣ ପଲେଇ,ପ୍ରଭାକର ପ୍ରଧାନ ,ପର୍ଶୁରାମ ଭଞ୍ଜ ଇତ୍ୟାଦି ଙ୍କ ସହଯୋଗରେ ସୁଚାରୁରୂପେ ସମ୍ପାଦିତ ହୋଇଥିଲା । ନୀଳମଣି ପରିମଙ୍କ କୃଷ୍ଣ ସୁଦମା ଉପଶ୍ୟନ୍ ସମସ୍ତଙ୍କ ମନକୁ ଅହୋଲିତ କରିଥିଲା ।
ରଣପୁର ଅଞ୍ଚଳ ର ପ୍ରତିଷ୍ଠିତ ଧୁଡୁକି କଳାକାର ପୂର୍ଣ୍ଣଚନ୍ଦ୍ର ସମସ୍ତ ସାଙ୍ଗ ମାନଙ୍କ ମଧ୍ୟରେ ଗାହାଣ କବିତା ଧୁଡ଼ୁକି ବାଦ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ମନୋରଞଜନ ଦଳେଇ ରାକେଶ ମିଶ୍ର ଆଗାମୀ କବି ପାଇଁ ବିଭିନ୍ନ ଯୋଜନା ର ରୂପରେଖ ପ୍ରଦାନ କରିଥିଲେ । ଧିରେନ୍ ସାହୁ ଉକ୍ତ କାର୍ଯକ୍ରମରେ ସଫଳତାରେ ଆସି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। (ରଣପୁର ପ୍ରତିନିଧି ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)
No Result
View All Result