No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଫେବୃଆରୀ ସୋମବାର ) ଭୁବନେଶ୍ୱର :- ରାଜଧାନୀରୁ ଲେଡି ଡନ୍ ଗିରଫ, ପୋଲିସ କର୍ମଚାରୀଙ୍କୁ ମାଡ ମାରିବା ସହ ବସ୍ତିରେ ଚଳାଇଥିଲେ କଙ୍ଗାରୁ କୋର୍ଟ । ଲୋକେ ଏହି ଭିଡିଓ ଦେଖି ତାଙ୍କୁ ଲେଡି ଡନ୍ର ଆଖ୍ୟା ଦିଆଯାଇଛି । ୨ ଜଣ ଛେଳି ଚରାଳିଙ୍କୁ ବାନ୍ଧି ରଖିଥିବାରୁ ସେଠାରେ ପିସିଆର୍ ଭ୍ୟାନ ପହଞ୍ଚିଥିଲା । ପୋଲିସଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ସେମାନଙ୍କୁ ନାଲି ଆଖି ଦେଖାଇ ଥିଲେ । ତେଣୁ ଭୁବନେଶ୍ୱରର ଆଜାଦ ନଗର ବସ୍ତିରେ ଏଭଳି ଲେଡି ଡନ ଭାବେ ପରିଚିତ ଥିଲା ଆସମା ବିବି ।
ପୋଲିସଙ୍କୁ ଗାଳି ଗୁଲଜ କରିବା ସହ ସେଠାରେ ପୂର୍ବରୁ ମାରପିଟ ଓ ଧମକ ଚମକ ଦେଇ ଗୁଣ୍ଡାରାଜ ଚଳାଇଥିଲା ଏହି ଲେଡି ଡ଼ନ ଆସମା ବିବି । ରାଜଧାନୀ ଭୁବନେଶ୍ୱର ରୁ ଲେଡି ଡନ୍ ଗିରଫ । ଏୟାରଫିଲ୍ଡ ଥାନା ପୋଲିସ୍ ଲେଡି ଡନ୍ ବାନୋ ଓରଫ ଆସମା ବିବିକୁ ଗିରଫ କରିଛି । ଏହି ଲେଡି ଡନ୍ ବିରୋଧରେ ରହିଛି ବିଭିନ୍ନ ସଂଗୀନ ଅଭିଯୋଗ । ପୋଲିସ କର୍ମଚାରୀଙ୍କ ମାଡ ମାରିବା ସହ ୨ ଜଣ ଛେଳି ଚରାଳିଙ୍କୁ ବାନ୍ଧି କଙ୍ଗାରୁ କୋର୍ଟ ଚଳାଇଥିଲେ ଏହି ଲେଡି ଡନ୍। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା ।
No Result
View All Result