No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଫେବୃଆରୀ ସୋମବାର ) ନୟାଗଡ଼ :- ସେବା ନୟାଗଡ଼ ପରିସରରୁ virtual mode ରେ ଦୃଷ୍ଟି ବାଧିତ ମାନଙ୍କ ପାଇଁ ଆନ୍ତର୍ଜାତିକ ଶିକ୍ଷା ପରିଷଦ ର ଦୁଇଦିନିଆ ସମ୍ମିଳନୀ ସେବାର ସଭାପତି ସନ୍ନ୍ୟାସ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉଦଯାପନୀ ସମାରୋହରେ ଭାରତର ଉଚ୍ଚତ୍ତମ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟାଧୀଶ ଦୀପକ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭିନ୍ନକ୍ଷମ ଶିଶୁ ମାନଙ୍କ ସ୍ୱତନ୍ତ୍ର ଶିକ୍ଷା ଓ ଅନ୍ତଃର୍ନିବେଶୀ ଶିକ୍ଷା ତଥା ସେମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ l,

ଆନ୍ତର୍ଜାତିକ ଦୃଷ୍ଟି ବାଧିତ ଶିକ୍ଷା ପରିଷଦ ର ଇରୋପ ମହାଦେଶର ସଭାପତି ହାଂସ ଉଇଲିଂ ମୁଖ୍ୟ ବକ୍ତା, ଦୃଷ୍ଟି ବାଧିତ ମାନଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ସଂସ୍ଥାର ଡ଼ଃ ହିମାଂଶୁ ଦାଶ ବହୁବିଧ ଅକ୍ଷମତା ଯୁକ୍ତ ବ୍ୟକ୍ତି ମାନଙ୍କ ପାଇଁ ରାଷ୍ଟ୍ରୀୟ ସଂସ୍ଥାନ, ଚେନ୍ନାଇ ର ନିର୍ଦେଶକ ଡ଼ଃ ନଚିକେତା ରାଉତ, ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ, ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥାର ନିର୍ଦେଶକ ଡ଼ା ଶକ୍ତି ପ୍ରସାଦ ଦାଶ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ l ସେବାର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଦୁଇ ଦିବସୀୟ ଶିକ୍ଷା ସମ୍ମିଳନୀର ସୁପାରିଶ ଉପସ୍ଥାପନା କରିଥିଲେ l

ଉତ୍ସବ ଆରମ୍ଭରେ କେନ୍ଦ୍ରୀୟ ବିଦ୍ୟାଳୟ, ସମ୍ବଲପୁର ର ଦୃଷ୍ଟି ବାଧିତ ଛାତ୍ର ସୋମନାଥ ପୁରୋହିତ ମଙ୍ଗଳା ଚରଣ ପାଠ କରିଥିଲେ l ଭିୟୁଜ ର ସମ୍ପାଦକ ଆର. ଭିମା ରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପରିଶେଷରେ ଆନ୍ତର୍ଜାତିକ ଦୃଷ୍ଟି ବାଧିତ ମାନଙ୍କ ଶିକ୍ଷା ପରିଷଦର ସଭାପତି ଡ଼ଃ ଭୂଷଣ ପୁନାନୀ ର ନିର୍ଯ୍ୟାସ ଉପସ୍ଥାପନା କରିଥିଲେ l ବ୍ଲାଇଣ୍ଡ ପିପୁଲ ଆସୋସିଏସନ, ଅହମଦାବାଦ ର ପରିଚାଳନା ନିର୍ଦେଶକ, ନନ୍ଦିନୀ ରାଓଲ ଧନ୍ୟବାଦ ଅର୍ପଣ କରିଥିଲେ l (ନୟାଗଡ଼ /ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result