No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଫେବୃଆରୀ ସୋମବାର )ରଣପୁର /ଅଭିମନ୍ୟୁ :- ରଣପୁର ଏନଏସି ରେ କଂଗ୍ରେସ ର ବନ୍ଦ ଡାକରା ରଣପୁର ପଞ୍ଚୁଦୋଳ ପଡିଆ ତଥା ମେଡ଼ିକାଲ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି କଂଗ୍ରେସ । ତୈଳଦର ବୃଦ୍ଧି ପ୍ରତିବାଦ ଓ ଅନ୍ୟ ପ୍ରସଙ୍ଗ କୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ସାରା ଭାରତ ବର୍ଷରେ । ରଣପୁର ରେ ମଧ୍ୟ ଭାରତ ବନ୍ଦ ଡାକରା ପାଳିତ ହୋଈଛି ସମସ୍ତ ସରକାରୀ ଶିକ୍ଷା ଅନୁଷ୍ଠାନ ସ୍କୁଲ ,କଲେଜ ତଥା ବିଭିନ୍ନ କାର୍ଯ୍ୟାନୁଷ୍ଠାନ, ବଜାର ଘାଟ , ଯାନବାହାନ ଯାତାୟତ ଇତ୍ୟାଦି କୁ ରୋକା ଲଗାଯାଇଛି ।

ସକାଳ ୭ରୁ ଆରମ୍ଭ ଦିନ ୧ ଯାଏଁ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳୁ ସକାଳୁ ରଣପୁରରେ ଏହି ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ କୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରିଛି ଦଳ । ବନ୍ଦକୁ ଶାନ୍ତି ପୂର୍ଣ୍ଣ ଭାବେ ପାଳନ କରିଛି କଂଗ୍ରେସ । ଏଥିରେ ମହିଳା କଂଗ୍ରେସ ର ସମ୍ପାଦକ ତଥା ବିଧାୟିକା ପ୍ରାର୍ଥୀ କଂଗ୍ରେସ ନେତ୍ରୀ ଶୁଭଶ୍ରୀ ( ମିଲି) ପଣ୍ଡା ଙ୍କ ନେତୃତ୍ୱ ରେ ଜିଲ୍ଲା ଜାତୀୟ କିଷାନ କଂଗ୍ରେସ ର ସଭାପତି ଧ୍ରୁବ ଚରଣ ପରିଡା , ଦିଲ୍ଲୀପ ଜେନା , ଶରତ ଦାସ୍ , ଭରତ ରାଉତରାୟ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଆନ୍ଦୋଳନ କୁ ସଫଳ କରାଇଛନ୍ତି ।

ବନ୍ଦ ବେଳେ କୈାଣସି ଅଘଟଣ ନ ଘଟିବା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ବନ୍ଦ ସମୟରେ ହସ୍ପିଟାଲ , ଆମ୍ବୁଲାନ୍ସ , ବିବାହ ଗାଡ଼ି , ଦୁଗ୍ଧ ଗାଡି , ଦମକଳ ସହ ଜରୁରୀକାଳୀନ ସେବା ଜାରି ରହିଛି । ଏଥିସହ ରଣପୁରର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି ।
No Result
View All Result