No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଫେବୃଆରୀ ସୋମବାର ) କଟକ :- କେନ୍ଦ୍ରରେ ଥିବା ସରକାର ସମୟରେ ଦିନକୁ ଦିନ ପେଟ୍ରୋଲ ,ଡିଜେଲ, ରନ୍ଧନ ଗ୍ୟାସ ବୃଦ୍ଧି ଜନ ସାଧାରଣଙ୍କୁ ଅସୁବିଧା ରେ ପକାଉଛି ଏନେଇ ଗରିବ ଖଟିଖିଆଙ୍କ ଠାରୁ ସାଧାରଣ ଙ୍କୁ ବାଧୁଛି । ଏହାର ପ୍ରତିବାଦରେ ସୋମବାର ଦିନ ଓଡିଶା ବନ୍ଦ ଡାକରା ଦେଇଥିବା କଂଗ୍ରେସ ଦଳ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିଲା । କଟକ -ଭୁବନେଶ୍ୱର ଜାତୀୟ ରାଜପଥ ର ବାଲିକୁଦା ଛକ ଏବଂ ଫୁଲନଖରା ଛକଠାରେ ରାସ୍ତା ରୋକ କରାଯାଇଥିଲା । ଓଡିଶା କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ , ବାଲିକୁଦା ଛକଠାରେ ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ଅନିଲ କୁମାର ବେଉରାଙ୍କ ନେତୃତ୍ୱରେ

୫୮ ନମ୍ବର ୱ।ର୍ଡ଼ କଂଗ୍ରେସ ସଭାପତି ଯନାର୍ଦ୍ଦନ ପରିଡ଼ା, କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ଚୌଧୁରୀ , ପ୍ରଦେଶ କଂଗ୍ରେସ ସଂପାଦିକା ଅର୍ଣ୍ଣପୂର୍ଣ୍ଣା ସାହୁ , ତୁଷାର ମହାପାତ୍ର , ଲିଟନ ବେହେରା, ସାଗର ବେହେରା, ରାଜେଶ ସ୍ୱାଇଁ ପ୍ରମୁଖ ଯୋଗଦେଇ ଗାଡ଼ି ମଟର ବନ୍ଦ କରିବା ସହିତ , ମୋଦି ସରକାର ଵିରୂଦ୍ଧରେ ସ୍ଲୋଗାନ ଦେଇଥିଲେ । ସେହିପରି ଫୁଲନଖରା ଛକଠାରେ ୫୯ ନମ୍ବର ୱ।ର୍ଡ଼ ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଯୋଗଦେଇ ଥୀଲେ ।ସମରେନ୍ଦ୍ର ହାତି, ଦେବରଞ୍ଜନ ବୈଠାଳୁ , ଞାନରଞ୍ଜନ ଭୂୟାଁ ,ବିଜନ କୁମାର ରାଉତରାୟ , ପ୍ରମ୍ମୁଖ କଂଗ୍ରେସ କର୍ମୀ ଯୋଗ ଦେଇ ଗାଡ଼ି ମଟର ବନ୍ଦ କରିଥିଲେ । ଏହି ବନ୍ଦ ଡାକରା ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result