No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଫେବୃଆରୀ,ରବିବାର ) ରଣପୁର :- ଗତ ୨ ବର୍ଷ ତଳେ ଏହି ଫେବୃୟାରୀ 14 ତାରିଖ ଦିନ ପାକିସ୍ତାନ ଅତର୍କିତ ଭାବେ ପୁଲୱାମା ଠାରେ ବିସ୍ଫୋରଣ କରିଥିଲା l ମନେପଡେ ସେଦିନର ଲୋମହରର୍ଷଣ କାରୀ ଦୃଶ୍ୟ l ଛାତି ଥରାଇ ଦିଏ ସେହି ଭୟଙ୍କର ଶବ୍ଦ l ନିମିଷକ ମଧ୍ୟରେ ଚାଲିଗଲା 44 ବୀର ଯୋଦ୍ଧାଙ୍କ ଜୀଵନ l ଏହି ଘଟଣାକୁ ମନେ ପକାଇ ସେହି ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଆଜି ରଣପୁର କଲେଜ ଏନ୍.ସି.ସି ତରଫରୁ କଳା ଦିବସ ପାଳନ କରାଯାଇଛି l

ସ୍ଥାନୀୟ ବି. ସି. ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରୁ ଏକ ମହମବତୀ ଶୋଭାଯାତ୍ରାରେ ସହର ପରିକ୍ରମା କରି ପଞ୍ଚୁ ଦୋଳ ପଡ଼ିଆରେ ସହିଦ ରଘୁ- ଦିବାକର ମଣ୍ଡପ ଠାରେ ପହଞ୍ଚି ଥିଲେ l ଶହୀଦ ରଘୁଦିବାକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଥିଲା l ଶହୀଦମାନଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦିଆ ଯାଇଥିଲା l

ଏହି ଶୋଭାଯାତ୍ରାରେ ଏନ୍.ସି.ସି ଲେଫ୍ଟନାଣ୍ଟ ଭଗ୍ୟଧର ସ୍ୱାଇଁ, ପ୍ରାଧ୍ୟାପକ ବିଜୟ କୁମାର ଜେନା, ଅଧ୍ୟାପକ ନରେନ୍ଦ୍ର ପ୍ରତାପ ସ୍ୱାଇଁ, ସାମ୍ବାଦିକ ରମେଶ ପ୍ରଧାନ, ସୁକାନ୍ତ ପଟ୍ଟନାୟକ, ରଘୁନାଥ ନାୟକ,ଅଭିମନ୍ୟୁ ମହାରଣା, କୃଷ୍ଣଚନ୍ଦ୍ର ଦାଶ, ଆଇନୀଜୀବୀ ଶ୍ରୀକାନ୍ତ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସିଦ୍ଧାର୍ଥ ପଣ୍ଡା, ଯୁବ ସମାଜ ସେବୀ ଲିଙ୍ଗରାଜ ନାୟକ, ଯୁବ ଛାତ୍ର ନେତା ଆଲୋକ ଜେନା, ବିଶ୍ୱଜିତ୍ ମହାନ୍ତି ଓ ଏନ୍.ସି.ସି ର ସମସ୍ତ ଛାତ୍ରଛାତ୍ରୀ ଏବଂ ବହୁ ସମାଜସେବୀ ଓ ବୁଦ୍ଧିଜୀବୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l (ରଣପୁର ପ୍ରତିନିଧି ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)
No Result
View All Result